Categories: ଜାତୀୟ

ଜଷ୍ଟିସ୍‌ ସଞ୍ଜୟ ମିଶ୍ର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୮ା୨: ଓଡ଼ିଆ ବିଚାରପତି ଜଷ୍ଟିସ୍‌ ସଞ୍ଜୟ ମିଶ୍ରଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ଦିଆଯାଇଛି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡ ହାଇକୋର୍ଟରେ ଜଜ୍‌ ଭାବେ କାର୍ଯ୍ୟରତ ଜଷ୍ଟିସ ମିଶ୍ରଙ୍କୁ ପଦୋନ୍ନତି ଦେବା ପାଇଁ ଗତ ଡିସେମ୍ବର ୧୩ରେ ସୁପ୍ରିମକୋର୍ଟ କଲେଜିୟମ୍‌ ସୁପାରିସ କରିଥିଲେ। ୧୯୬୧ରେ ବଲାଙ୍ଗୀରରେ ଜନ୍ମିତ ଜଷ୍ଟିସ୍‌ ମିଶ୍ର ଆସନ୍ତା ଡିସେମ୍ବରେ ଅବସର ନେବେ। ପ୍ରକାଶ ଯେ, ଜଷ୍ଟିସ୍‌ ମିଶ୍ରଙ୍କୁ ଗତ ଅକ୍ଟୋବରରେ ଓଡ଼ିଶା ହାଇକୋର୍ଟରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା।

Share