Categories: ଖେଳ

ଶୁବମନ ଗିଲଙ୍କ ସହ ହେଉନାହିଁ ନ୍ୟାୟ, ପାକିସ୍ତାନରେ ଉଠିଲା ସ୍ବର

ନୂଆଦିଲ୍ଲୀ,୧୬।୧: ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ବାହାରର ରାସ୍ତା ଦେଖାଯାଇଥିବା ନେଇ ପ୍ରଶ୍ନ ଉଠିଛି। ଗିଲଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲଙ୍କୁ ସ୍ଥାନ ଦିଆଯାଇଥିଲା। ଜୟସୱାଲ ବର୍ତ୍ତମାନ ୬୮ରନର ବିସ୍ଫୋରକ ଇନିଂସ ଖେଳି ଗିଲଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ରାସ୍ତାକୁ ବହୁତ କଷ୍ଟସାଧ୍ୟ କରିଛନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ଭଟ ଏହାକୁ ଗିଲଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି। ବଟ ବିଶ୍ୱାସ କରନ୍ତି ଯେ ଗିଲ ଟିମ ଇଣ୍ଡିଆର ଏକ ନମ୍ବର ଖେଳାଳି ଏବଂ ତାଙ୍କୁ ଯେକୌଣସି ପରିସ୍ଥିତିରେ ଟି -୨୦ ବିଶ୍ୱକପ ଖେଳିବାର ସୁଯୋଗ ଦିଆଯିବା ଉଚିତ।

ସୂଚନାଯୋଗ୍ୟ,, ଗତ ୧୪ମାସ ଧରି, ଗିଲ ଟି -୨୦ ରେ ଭାରତର ପ୍ରଥମ ପସନ୍ଦ ଓପନର୍‌ ରହିଆସିଛନ୍ତି। କିନ୍ତୁ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ପରେ ଦଳରେ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କୋଚ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି ଯେ ବାମହାତୀ ହେତୁ କେବଳ ଯଶସ୍ବୀ ଜୟସୱାଲଙ୍କୁ ରୋହିତ ଶର୍ମାଙ୍କ ସହଯୋଗୀ ଭାବରେ ଗୁରୁତ୍ୱ ଦିଆଯିବ। ତେବେ ପ୍ରଥମ ମ୍ୟାଚରେ ଜୟସୱାଲ ଫିଟ ନ ଥିବାରୁ ଗିଲଙ୍କୁ ପ୍ଲେଇଙ୍ଗ-୧୧ ଖେଳିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଜୟସୱାଲ ଫେରିବା ମାତ୍ରେ ତାଙ୍କୁ ବାହାର କରି ଦିଆଯାଇଥିଲା।

Share