ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ ଶେଷ ବଲ ପର୍ଯ୍ୟନ୍ତ ଝୁଲି ରହିଥିବା ବେଳେ ଶେଷ ଓଭରରେ ଲଗାତାର ଦୁଇଟି ବଲ୍‌କୁ ୱାଇଡ ଦିଆଯିବା ପରେ ପରିସ୍ଥିତି ରୋଚକ ହୋଇଥିଲା। ପରେ ଗୋଟିଏ ବଲ୍‌ର ନିଷ୍ପତ୍ତି ବଦଳିଯିବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି।
ବର୍ଷା ଯୋଗୁ ଭାରତ-ଜାପାନ ମ୍ୟାଚକୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ଓଭରରେ ୩୨ ରନ କରିଥିଲା। ଜବାବରେ ଜାପାନ ୪ ଓଭର ଶେଷରେ ୩ ଉଇକେଟ ହରାଇ ୨୫ ରନ କରିଥିଲା। ଅର୍ଥାତ୍‌ ଶେଷ ୬ ବଲ୍‌ରେ ଜାପାନକୁ ବିଜୟ ପାଇଁ ୮ ରନ ଆବଶ୍ୟକ ଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ। ପ୍ରଥମ ବଲ୍‌ରେ କୌଣସି ରନ ହୋଇ ନ ଥିଲା। ଦ୍ୱିତୀୟ ବଲ୍‌ରେ ଗୋଟିଏ ରନ ଆସିବା ପରେ ଜାପାନକୁ ବାକି ୪ ବଲ୍‌ରେ ୭ ରନ ଦରକାର ଥିଲା। ଓଭରର ତୃତୀୟ ବଲରୁ ଅମ୍ପାୟାର ୱାଇଡ ଘୋଷଣା କରିଥିଲେ। ଏହାପରେ ଅକ୍ଷର ପୁଣି ବଲ ପକାଇଥିଲେ ଏବଂ ସେହି ବଲ୍‌କୁ ମଧ୍ୟ ଅମ୍ପାୟାର ପ୍ରଥମେ ୱାଇଡ ଦେଇଥିଲେ।

ଲଗାତାର ଦୁଇଟି ୱାଇଡ ଘୋଷଣା ହେବା ପରେ ଭାରତୀୟ ଦଳ ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଉଇକେଟ ପଛରେ ଥିବା ସଞ୍ଜୁ ସାମସନ ମଧ୍ୟ ନିଷ୍ପତ୍ତିକୁ ନେଇ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ। କ୍ୟାପ୍ଟେନ ଶ୍ରେୟସ ଆୟର ମଧ୍ୟ ଅମ୍ପାୟାରଙ୍କ ସହ ଏନେଇ ଆଲୋଚନା କରିଥିଲେ। ଦୁଇ ଅମ୍ପାୟାରଙ୍କ ମଧ୍ୟରେ ଆଲୋଚନା ପରେ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିଲା। ଏହି ନିଷ୍ପତ୍ତି ମ୍ୟାଚ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଶେଷ ତିନି ବଲରୁ ଜାପାନ ଆଉ ୩ ରନ କରିଥିଲା। ତଥାପି ଦଳ ଭାରତର ସ୍କୋରଠାରୁ ୨ ରନ ପଛରେ ରହିଯାଇଥିଲା।

ଏହି ଘଟଣା ପରେ ମୁଖ୍ୟ ପ୍ରଶ୍ନ ହେଉଛି ସମ୍ପୃକ୍ତ ବଲ୍‌ଟି ପ୍ରକୃତରେ ୱାଇଡ ଥିଲା କି ନାହିଁ? ଅମ୍ପାୟାରଙ୍କ ପ୍ରଥମ ନିଷ୍ପତ୍ତି କି ଠିକ ଥିଲା, ନା ପରବର୍ତ୍ତୀ ନିଷ୍ପତ୍ତି ଠିକ ଥିଲା? ନିଷ୍ପତ୍ତି ବଦଳିବା ପରେ ମ୍ୟାଚ୍‌ର ଫଳାଫଳ ଉପରେ ଏହାର କେତେ ପ୍ରଭାବ ପଡ଼ିଲା, ତାହାକୁ ନେଇ ମଧ୍ୟ ଆଲୋଚନା ଚାଲିଛି।

ତେବେ ଭିଡିଓ ଫୁଟେଜକୁ ଦେଖି ଘଟଣାଟିକୁ ବୁଝିବା ସହଜ ହୋଇପାରେ। ବଲ୍‌ର ଲାଇନ, ବ୍ୟାଟରଙ୍କ ମୁଭମେଣ୍ଟ ଏବଂ ୱାଇଡ୍‌ର ନିୟମ ଆଧାରରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ମୂଲ୍ୟାୟନ କରାଯାଇପାରେ।

 

Dharitri – Odisha’s No.1 Odia Daily

 

Share