କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ ଓ ପରିବର୍ତ୍ତନ ପାଇଁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ଲାଗି ଲୋକ ସଭାରେ ଅନୁରୋଧ କରିଥିଲେ। ବିରୋଧୀ ସାଂସଦମାନେ କହିଥିଲେ ବିଲ୍‌ ସନ୍ଧ୍ୟା ୫ଟାରେ ସଦସ୍ୟଙ୍କ ପୋର୍ଟାଲରେ ଉପଲବ୍ଧ କରାଯାଇଥିଲା ଏବଂ ୫.୪୫ମିନିଟ୍‌ ସୁଦ୍ଧା ସଂଶୋଧନ ପାଇଁ ମତ ଲୋଡ଼ାଯାଇଥିଲା। ସାଂସଦମାନେ କହିଥିଲେ, ସେମାନଙ୍କୁ ପ୍ରଥମେ ବିଲ୍‌ ପଢ଼ିବା ଏବଂ ବୁଝିବା ପାଇଁ ଅତି କମ୍‌ରେ ଗୋଟିଏ ଦିନ ସମୟ ଦିଆଯିବା ଉଚିତ। ତେବେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ଏବଂ ଡିସେମ୍ୱର ୧୮ରେ ବିଲ୍‌ ଭଏସ୍‌ ବା ବାଚନିକ ଭୋଟ୍‌ ଦ୍ୱାରା ଗୃହୀତ ହୋଇଥିଲା। ଏପରି କି ଏମ୍‌ଜିଏନ୍‌ଆର୍‌ଇଜିଏ ଭଳି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଇନକୁ ଶେଷ କରିଦିଆଯାଇଛି।
ବିଲ୍‌ଗୁଡ଼ିକରେ କ’ଣ ସବୁ ରହିଛି ତାହା ପ୍ରକୃତରେ ନ ବୁଝି ଟ୍ରେଜେରି ବେଞ୍ଚ୍‌ ଓ ସଂସଦ ବିନା କୌଣସି ପ୍ରକ୍ରିୟାରେ ସେଗୁଡ଼ିକୁ ପାସ୍‌ କରିଦେବା ପ୍ରକ୍ରିୟା ମୋଦିଙ୍କ ଶାସନରେ ଜାରି ରହିଛି। ଚତୁର୍ଦ୍ଦଶ ଲୋକ ସଭା (୨୦୦୪-୦୯)ରେ ୬୦ ପ୍ରତିଶତ ବିଲ୍‌ ଯାଞ୍ଚ ପାଇଁ କମିଟିଗୁଡ଼ିକୁ ପଠାଯାଇଥିଲା। ପରବର୍ତ୍ତୀ ଲୋକ ସଭା (୨୦୦୯-୧୪)ରେ, ଏହା ଥିଲା ୭୧ ପ୍ରତିଶତ। ପ୍ରଥମ ମୋଦି ସରକାରରେ ଏହା ୨୫ ପ୍ରତିଶତକୁ ଏବଂ ଦ୍ୱିତୀୟ ପାଳିରେ (୨୦୧୯-୨୦୨୪)ରେ ଏହା ୧୬ ପ୍ରତିଶତକୁ ହ୍ରାସ ପାଇଥିଲା। ମନ୍ତ୍ରଣାଳୟ-ସମ୍ୱନ୍ଧୀୟ ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକୁ ଯାଞ୍ଚ ଏବଂ ପରୀକ୍ଷା ପାଇଁ ବିଲ୍‌ ପଠାଇବାର ସଂସଦୀୟ ପରମ୍ପରାକୁ ଏହା ଜାଣିଶୁଣି ଅକାମୀ କରିଦେଇଥିଲା। ୨୦୧୯ରେ ସୂଚନା ଅଧିକାର ଆଇନକୁ କମିଟିକୁ ନ ପଠାଇ ସେଥିରେ ପରିବର୍ତ୍ତନ କରାଯାଇ ନଷ୍ଟ କରାଯାଇଥିଲା। ଫଳରେ ବିଶ୍ୱ ଆର୍‌ଟିଆଇ ସୂଚକାଙ୍କରେ ଭାରତର ସ୍ଥାନ ଦ୍ୱିତୀୟରୁ ଅଷ୍ଟମ ଏବଂ ତା’ପରେ ନବମ ସ୍ଥାନକୁ ଖସି ଆସିଥିଲା। ୨୦୧୯ରେ ତେଲୁଗୁ ଦେଶମ୍‌ ସାଂସଦମାନେ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ସାଂସଦଙ୍କ ସହିତ ମିଶି ବିଲ୍‌ଗୁଡ଼ିକୁ ଯାଞ୍ଚ ନ କରି ‘ଶୀଘ୍ର ପାସ୍‌’ କରାଯିବା ଉପରେ ଚିନ୍ତା ପ୍ରକଟ କରିଥିଲେ। ସେମାନେ ଲେଖିଥିଲେ ଯେ, ନିର୍ଦ୍ଦିଷ୍ଟ ବିଷୟ ସହିତ ଜଡ଼ିତ ଗୋଷ୍ଠୀ ଏବଂ ବ୍ୟକ୍ତିମାନଙ୍କୁ ସମ୍ଭାବ୍ୟ ଆଇନ ଉପରେ ମତାମତ ରଖିବାକୁ ଆଇନ ନିର୍ମାତାମାନେ ଆମନ୍ତ୍ରଣ କରୁଥିବା ଧାରା ମଧ୍ୟ ବନ୍ଦ ହୋଇଯାଇଛି। ସେମାନେ ଲେଖିଥିଲେ ଯେ ଜନସାଧାରଣଙ୍କ ପରାମର୍ଶ ଲୋଡ଼ାଯିବା ହେଉଛି ଏକ ଦୀର୍ଘସ୍ଥାୟୀ ପରମ୍ପରା, ଯେଉଁଥିରେ ସଂସଦୀୟ କମିଟିଗୁଡ଼ିକ ବିଲ୍‌ ଯାଞ୍ଚ କରନ୍ତି, ବିଚାରବିମର୍ଶ କରି ଆଇନର ବିଷୟବସ୍ତୁ ଏବଂ ଗୁଣବତ୍ତା ଉନ୍ନତ କରିବା ପାଇଁ କାର୍ଯ୍ୟ କରନ୍ତି। ହେଲେ ଏହାର କୌଣସି ପ୍ରଭାବ ମୋଦିଙ୍କ ଉପରେ ପଡ଼ି ନ ଥିଲା ଏବଂ ୨୦୨୦ରେ ଯାଞ୍ଚ ପାଇଁ ଗୋଟିଏ ବି ବିଲ୍‌ କମିଟିକୁ ପଠାଯାଇ ନ ଥିଲା। ୨୦ ସେପ୍ଟେମ୍ୱର ୨୦୨୦ରେ, ଲୋକ ସଭା ମଞ୍ଜୁରୀ ଦେଇଥିବା ଅଧ୍ୟାଦେଶଗୁଡ଼ିକୁ ରାଜ୍ୟ ସଭାରେ ହଁ ଏବଂ ନା ଗଣନା କରାଯାଇ ପ୍ରକୃତ ବିଭାଜନ ଭୋଟ୍‌ରେ ପାସ୍‌ କରା ନ ଯାଇ ‘ଭଏସ୍‌ ଭୋଟ୍‌’ ମାଧ୍ୟମରେ କରାଯାଇଥିଲା। ସେତେବେଳେ ବାହାନା କରାଯାଇଥିଲା ଯେ, ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଗୃହରେ ଅବ୍ୟବସ୍ଥା ଯୋଗୁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ଏବଂ ଏକ ବିଭାଜନ ଭୋଟ ଦାବି ହୋଇଥିବା ଲକ୍ଷ୍ୟ କରିପାରି ନ ଥିଲେ। ଗୃହ ଚାଲିଥିବା ସମୟରେ ରାଜ୍ୟ ସଭା ଟେଲିଭିଜନ ସିଧା ପ୍ରସାରଣ ବନ୍ଦ କରିଦେଇଥିଲା ଏବଂ ସାଂସଦମାନଙ୍କ ମାଇକ୍ରୋଫୋନ୍‌ ବନ୍ଦ କରିଦିଆଯାଇଥିଲା। ଏହି ପ୍ରକାରେ ଦୁଇଟି ଆଇନ ଯଥା କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ଏବଂ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଓ କୃଷି ସେବା ଚୁକ୍ତିନାମା ଆଇନ, ୨୦୨୦ କରାଯାଇଛି। ପ୍ରଥମ ଆଇନ ସରକାରୀ କୃଷି ବଜାର ବା ମଣ୍ଡିଗୁଡ଼ିକର ଏକଚାଟିଆ ଅଧିକାରକୁ ହଟାଇ ବାହାରେ ଉତ୍ପାଦିତ ଦ୍ରବ୍ୟ ବିକ୍ରୟକୁ ଅନୁମତି ଦେଲା। ନୂତନ ସ୍ଥାନଗୁଡ଼ିକର କର ଆଦାୟକୁ ମଧ୍ୟ ନିଷେଧ କରିଥିଲା। ଅର୍ଥାତ୍‌ ସମୟକ୍ରମେ କର ଆଦାୟ ହେଉଥିବା ମଣ୍ଡିଗୁଡ଼ିକ ଅକାମୀ ହୋଇଯିବ। ମଣ୍ଡିଗୁଡ଼ିକ ଭଲରେ ଚାଲୁଥିବା ଏବଂ ଉତ୍ପାଦ କ୍ରୟ କରାଯାଉଥିବା ରାଜ୍ୟଗୁଡ଼ିକର କୃଷକଙ୍କ ସ୍ୱାର୍ଥକୁ ଏହା କ୍ଷତି ପହଞ୍ଚାଇବ। ଦ୍ୱିତୀୟ ଆଇନ ଚୁକ୍ତିଭିତ୍ତିକ କୃଷିକୁ ଅନୁମତି ଦେଇଥିଲା। ଏଥିରେ କୁହାଯାଇଥିଲା, କ୍ରେତା ଯଦି ବିଫଳ ହୁଅନ୍ତି ତେବେ କ୍ଷତିଗ୍ରସ୍ତ ଚାଷୀମାନେ କୋର୍ଟକୁ ଯାଇପାରିବେ ନାହିଁ। ସେମାନେ ସମସ୍ୟା ସମାଧାନ ପାଇଁ କେବଳ ରାଜ୍ୟ ଅମଲାତନ୍ତ୍ର ପାଖକୁ ଯାଇପାରିବେ। ଏହା ବ୍ୟତୀତ ତୃତୀୟ ଆଇନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖିବା ଉପରେ କଟକଣାକୁ ବାତିଲ କରିଦେଇ କର୍ପୋରେଶନଗୁଡ଼ିକୁ ଯେତେ ଇଚ୍ଛା ଶସ୍ୟ ମହଜୁଦ ପାଇଁ ଅନୁମତି ଦେଇଥିଲା।
ମୋଦି ସରକାର କହିଥିଲେ, କୃଷକଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ଏହି ଆଇନଗୁଡ଼ିକ କରାଯାଇଥିଲା (ଏହାର ଉଦ୍ଦେଶ୍ୟ ଥିଲା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ଯାହା ଅନେକ ବର୍ଷ ଧରି ହେଲା ନାହିଁ)। ଯଦି ଏହା ହୁଏ, ତେବେ କୃଷକଙ୍କ ସ୍ୱାର୍ଥ ବିରୋଧରେ ଯାଉଥିବା ଆଇନଗୁଡ଼ିକୁ କାହିଁକି ଜାଣିଶୁଣି କରାଗଲା ତାହା ବୁଝି ହେଉନାହିଁ। ସମ୍ୱିଧାନ ଅନୁଯାୟୀ କୃଷି ହେଉଛି ରାଜ୍ୟର ବିଷୟ ଏବଂ ଯେଉଁ ଢଙ୍ଗରେ ଆଇନଗୁଡ଼ିକ ଗୃହୀତ ହେଲା ତାହା ସମ୍ୱିଧାନକୁ ଉଲ୍ଲଂଘନ କରେ। ରାଜ୍ୟଗୁଡ଼ିକ ଏହି ବିଷୟରେ ଆଇନ ପ୍ରଣୟନ କରିବା ଉଚିତ, କେନ୍ଦ୍ର ନୁହେଁ। ଏଠାରେ ମଧ୍ୟ ବାହାନା କରାଯାଇଥିଲା ଯେ ଆଇନଗୁଡ଼ିକ ପ୍ରକୃତରେ ବାଣିଜ୍ୟକୁ ନିୟନ୍ତ୍ରଣ କରୁଛି, କୃଷିକୁ ନୁହେଁ। ଏହି ବିଲ୍‌ଗୁଡ଼ିକ ଗୋଟିଏ ସପ୍ତାହ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇ ଆଇନରେ ପରିଣତ ହୋଇଥିଲା। ଏହା ବିରୋଧରେ ପ୍ରତିବାଦ ସ୍ୱର ଉଠି ଗଣ ଆନ୍ଦୋଳନର ରୂପ ନେଇଥିଲା। ଏମ୍‌ଜିଏନ୍‌ଆର୍‌ଇଜିଏ ଭଳି ଏହି ଆଇନଗୁଡ଼ିକ ଅନେକ କୋଟି ଭାରତୀୟଙ୍କ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିବ। ଭାରତୀୟଙ୍କ ପ୍ରତିକ୍ରିୟା କ’ଣ ହେବ ତାହା ସରକାର ବିଚାର କରି ନ ଥିଲେ। ସରକାର ପ୍ରକୃତରେ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିପାରିବେ ନାହିଁ ବୋଲି ଯେତେବେଳେ ସ୍ପଷ୍ଟ ହେଲା, ସେତେବେଳେ ପ୍ରଧାନମନ୍ତ୍ରୀ ପୂରା ଏକବର୍ଷ ପାଇଁ ବିବାଦୀୟ ସ୍ଥିତିରୁ ନିଜକୁ ଦୂରେଇ ରଖିଲେ। ଶେଷରେ ସେ କ୍ଷମା ମାଗିଲେ ଏବଂ ପଛକୁ ହଟିଗଲେ। କିନ୍ତୁ ପ୍ରଥମେ ଏଭଳି ସ୍ଥିତି ଉପୁଜାଇ କାହିଁକି ଅନେକ କୋଟି ଲୋକଙ୍କ ଜୀବନରେ ସମସ୍ୟା ସୃଷ୍ଟି କଲେ, ତାହା ଲେଖକ ଏବଂ ପାଠକେ ବୁଝିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri