୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ ଜିଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ଓଡ଼ିଶା ପୋଲିସ ପ୍ରୟାସ ଆରମ୍ଭ କରିଛି। ମାଓବାଦୀ ସଙ୍ଗଠନର ଟପ୍‌ ନେତାଙ୍କ ସମେତ ୧୮ଜଣଙ୍କୁ ଧରାଇଦେଲେ ୮କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏନେଇ ଶନିବାର ଜିଲାର କଣ୍ଟାମାଳ ବ୍ଲକର ମାଓବାଦୀ ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ପୋଷ୍ଟର ମାଧ୍ୟମରେ ସୂଚିତ କରାଯାଇଛି।

କେକେବିଏନ୍‌ ମାଓବାଦୀ ସଙ୍ଗଠନ ବୌଦ୍ଧ ଜିଲାରେ ନିଜର ସ୍ଥିତି ଜାହିର କରିଆସୁଛି। ଜିଲାର କଣ୍ଟାମାଳ ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସେମାନଙ୍କ ଗତିବିଧି ଦେଖିବାକୁ ମିଳୁଛି। ମାଓବାଦୀଙ୍କୁ ଦମନ କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଉପାୟ ଅବଲମ୍ୱନ କରାଯାଉଛି। ଏହି କ୍ରମରେ ମାଓବାଦୀ ସଙ୍ଗଠନର ଟପ୍‌ ନେତା ତଥା ବିଭିନ୍ନ କମିଟିର ସଦସ୍ୟ ଥିବା ୧୮ ମାଓବାଦୀଙ୍କୁ ଧରାଇଦେଲେ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କଣ୍ଟାମାଳ ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦିଆଯାଇଛି। ଶନିବାର ଜିଲା ପୋଲିସ ପକ୍ଷରୁ ଘଣ୍ଟାପଡ଼ା ଥାନା ଅଧୀନ ଉମା, ସମାଡାଙ୍କି ଲଣ୍ଡନପଡା, ମାତାକୁପା ଓ କଣ୍ଟାମାଳ ଥାନା ଅଧୀନ ଲମ୍ୱସରୀ ଓ ନାରାୟଣପ୍ରସାଦ ଆଦି ଗ୍ରାମର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ଲଗାଯାଇଛି। ହାର୍ଡକୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ। ଯେଉଁ ବ୍ୟକ୍ତି ମାଓବାଦୀଙ୍କୁ ଧରାଇଦେବେ ତାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବା ସହ ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖାଯିବ। ଏଥିସହ ମାଓବାଦୀମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।
ଉଲ୍ଲେଖନୀୟ, ୧୭।୧୦।୨୦୨୫ରେ ମଧ୍ୟ ପୋଲିସ ପକ୍ଷରୁ ବୌଦ୍ଧ, କଣ୍ଟାମାଳ, ମନମୁଣ୍ଡା ଥାନା ଅଞ୍ଚଳର ସିଗାଡ଼ି, ଶଗଡ଼ା, ତିଲପଙ୍ଗା, ଭଡ଼ାମୁଣ୍ଡା, ମାତାଗାଡୁ, ଖଣ୍ଡିକନପା, ଲୁହାରପଡ଼ା, ନଳିକୁମ୍ପା, ନାରାୟଣ ପ୍ରସାଦ, ନୁରୁ, ଲାଦେନ ଆଦି ଗ୍ରାମର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ଏଥିରେ କେକେବିଏନ୍‌ ସଙ୍ଗଠନର ୧୦ ମାଓବାଦୀଙ୍କୁ ଧରାଇଦେଲେ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ: ଉପେନ୍ଦ୍ରଙ୍କ ନେବେ ସ୍ଥାନ

ନୂଆଦିଲ୍ଲୀ,୩୦।୬: କଶ୍ମୀରରେ ଆତଙ୍କବାଦୀଙ୍କ ହୃଦୟରେ ଆତଙ୍କ ସୃଷ୍ଟି କରିଥିବା ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଆଗାମୀ ସ୍ଥଳସେନା ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ଜେନେରାଲ…

ଟଙ୍କା କାରବାରକୁ କେନ୍ଦ୍ର କରି ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ହାତ, ଗୋଡ଼କୁ ହାଣିଲେ….

ଭୁବନେଶ୍ୱର,୩୦।୬: ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରେ ଟଙ୍କା କାରବାରକୁ କେନ୍ଦ୍ରକରି ଜଣେ ଯୁବକଙ୍କ ଉପରେ ମାରଣାନ୍ତକ ଆକ୍ରମଣ ଘଟିଛି। ମୂଳାପଡ଼ିଆ ନିକଟରେ କିଛି ଦୁର୍ବୃତ୍ତ ଧାରୁଆ…

କମ ହେବ ପେଟ୍ରୋଲ-ଡିଜେଲ ଦାମ? ଦୋହା ବୈଠକ ପୂର୍ବରୁ ଅଶୋଧିତ ତୈଳ ଦର ହ୍ରାସ ପାଇବ, ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ,୩୦।୬: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟକୁ ନେଇ ଗ୍ରାହକମାନଙ୍କ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିପାରେ। ମଙ୍ଗଳବାର ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି, ଏବଂ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri