ଭୁବନେଶ୍ୱର,୨୨।୭: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ନିକଟରେ ଆଉ ଏକ ଶିଳ୍ପ ପ୍ରତିଷ୍ଠାନକୁ ଅଧିଗ୍ରହଣ କରିଛି। ଏପରିକି ଜେଏସ୍ଏଲ୍ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ୟୁନାଇଟେଡ୍ ଷ୍ଟିଲ୍ ଲିମିଟେଡ୍ (ଜେୟୁଏସ୍ଏଲ୍)ର ଶତପ୍ରତିଶତ ଅଂଶଧନ ଅଧିଗ୍ରହଣ ସହ ମାଲାକାନା ହାସଲ ସମ୍ପର୍କରେ ଘୋଷଣା କରିଛି। ଏହା ପୂର୍ବରୁ ଜେଏସ୍ଏଲ୍ ଉକ୍ତ କମ୍ପାନୀର ୨୬% ଅଂଶଧନ ଧାରଣ କରିଥିଲା। ଜେଏସ୍ଏଲ୍ ବର୍ତ୍ତମାନ ୯୫୮ କୋଟିର ନଗଦ କାରବାରରେ ଜେୟୁଏସ୍ଏଲ୍ର ଅବଶିଷ୍ଟ ୭୪% ଇକ୍ୱିଟି ଅଂଶଧନ ହାସଲ କରିଛି। ଏହି କାରବାର ଫଳରେ ଜେଏସ୍ଏଲ୍କୁ ଜେୟୁଏସ୍ଏଲ୍ର ୧୦୦% ମାଲିକାନା ପ୍ରଦାନ କରାଯାଇଛି। ଏପରିକି ଜେୟୁଏସ୍ଏଲ୍ ହଟ୍ ଷ୍ଟ୍ରିପ୍ ମିଲ୍ (ଏଚ୍ଏସ୍ଏମ୍)ର ବାର୍ଷିକ ୧.୬ ମିଲିୟନ୍ ଟନ୍ (ଏମ୍ଟିପିଏ) କ୍ଷମତା ଏବଂ ୦.୨ ଏମ୍ଟିପିଏ କ୍ଷମତା ବିଶିଷ୍ଟ କୋଲ୍ଡ ରୋଲିଂ ମିଲ୍ କାର୍ଯ୍ୟ କରୁଛି। ଏହା ମଧ୍ୟ ଓଡ଼ିଶାର ଯାଜପୁରଠାରେ ୩.୨ଏମ୍ଟିପିଏ ପର୍ଯ୍ୟନ୍ତ କ୍ଷମତା ସମ୍ପ୍ରସାରଣ କରୁଛି। ଜେଏସ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଷ୍ଟେନ୍ଲେସ୍ ଷ୍ଟିଲ୍ ଉପରେ ସମ୍ପୂର୍ଣ୍ଣ ଦୃଷ୍ଟିଦେବା ସହ ଜେୟୁଏସ୍ଏଲ୍ ଏବଂ ଜେଏସ୍ଏଲ୍ର ଆସୋସିଏସନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ଷ୍ଟେନ୍ଲେସ୍ ଷ୍ଟିଲ ଉତ୍ପାଦନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁବିଧାକୁ ଏକତ୍ରିତ କରିବାକୁ ଆମେ ନିଷ୍ପତ୍ତିି ନେଇଛୁା ଏହି ଅଧିଗ୍ରହଣ ଦ୍ୱାରା ଉଭୟ କମ୍ପାନୀ ଏବଂ ଏକ ପସନ୍ଦିତ ଶାସନ ଗଠନ ମଧ୍ୟରେ ଉନ୍ନତ ସମନ୍ବୟ ସୃଷ୍ଟି ହେବ। ଏହାଦ୍ୱାରା ସମସ୍ତ ହିତାଧିକାରୀଙ୍କ ପାଇଁ ମୂଲ୍ୟ ବୃଦ୍ଧି ସୃଷ୍ଟି ହୋଇପାରିବ।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

