ଭୁବନେଶ୍ୱର,୨୨।୭: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ନିକଟରେ ଆଉ ଏକ ଶିଳ୍ପ ପ୍ରତିଷ୍ଠାନକୁ ଅଧିଗ୍ରହଣ କରିଛି। ଏପରିକି ଜେଏସ୍ଏଲ୍ ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଜିନ୍ଦଲ ୟୁନାଇଟେଡ୍ ଷ୍ଟିଲ୍ ଲିମିଟେଡ୍ (ଜେୟୁଏସ୍ଏଲ୍)ର ଶତପ୍ରତିଶତ ଅଂଶଧନ ଅଧିଗ୍ରହଣ ସହ ମାଲାକାନା ହାସଲ ସମ୍ପର୍କରେ ଘୋଷଣା କରିଛି। ଏହା ପୂର୍ବରୁ ଜେଏସ୍ଏଲ୍ ଉକ୍ତ କମ୍ପାନୀର ୨୬% ଅଂଶଧନ ଧାରଣ କରିଥିଲା। ଜେଏସ୍ଏଲ୍ ବର୍ତ୍ତମାନ ୯୫୮ କୋଟିର ନଗଦ କାରବାରରେ ଜେୟୁଏସ୍ଏଲ୍ର ଅବଶିଷ୍ଟ ୭୪% ଇକ୍ୱିଟି ଅଂଶଧନ ହାସଲ କରିଛି। ଏହି କାରବାର ଫଳରେ ଜେଏସ୍ଏଲ୍କୁ ଜେୟୁଏସ୍ଏଲ୍ର ୧୦୦% ମାଲିକାନା ପ୍ରଦାନ କରାଯାଇଛି। ଏପରିକି ଜେୟୁଏସ୍ଏଲ୍ ହଟ୍ ଷ୍ଟ୍ରିପ୍ ମିଲ୍ (ଏଚ୍ଏସ୍ଏମ୍)ର ବାର୍ଷିକ ୧.୬ ମିଲିୟନ୍ ଟନ୍ (ଏମ୍ଟିପିଏ) କ୍ଷମତା ଏବଂ ୦.୨ ଏମ୍ଟିପିଏ କ୍ଷମତା ବିଶିଷ୍ଟ କୋଲ୍ଡ ରୋଲିଂ ମିଲ୍ କାର୍ଯ୍ୟ କରୁଛି। ଏହା ମଧ୍ୟ ଓଡ଼ିଶାର ଯାଜପୁରଠାରେ ୩.୨ଏମ୍ଟିପିଏ ପର୍ଯ୍ୟନ୍ତ କ୍ଷମତା ସମ୍ପ୍ରସାରଣ କରୁଛି। ଜେଏସ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଷ୍ଟେନ୍ଲେସ୍ ଷ୍ଟିଲ୍ ଉପରେ ସମ୍ପୂର୍ଣ୍ଣ ଦୃଷ୍ଟିଦେବା ସହ ଜେୟୁଏସ୍ଏଲ୍ ଏବଂ ଜେଏସ୍ଏଲ୍ର ଆସୋସିଏସନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଫଳରେ ଷ୍ଟେନ୍ଲେସ୍ ଷ୍ଟିଲ ଉତ୍ପାଦନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁବିଧାକୁ ଏକତ୍ରିତ କରିବାକୁ ଆମେ ନିଷ୍ପତ୍ତିି ନେଇଛୁା ଏହି ଅଧିଗ୍ରହଣ ଦ୍ୱାରା ଉଭୟ କମ୍ପାନୀ ଏବଂ ଏକ ପସନ୍ଦିତ ଶାସନ ଗଠନ ମଧ୍ୟରେ ଉନ୍ନତ ସମନ୍ବୟ ସୃଷ୍ଟି ହେବ। ଏହାଦ୍ୱାରା ସମସ୍ତ ହିତାଧିକାରୀଙ୍କ ପାଇଁ ମୂଲ୍ୟ ବୃଦ୍ଧି ସୃଷ୍ଟି ହୋଇପାରିବ।
କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ
ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...
ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…
ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...
ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍ କଲେ ବିଡିଓ, ଦେଖନ୍ତୁ VIDEO
ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...
କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…
ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...
ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍ କଲେ ଅଦାଲତ
କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...
ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା
ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...
ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି
ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...
ଏଇ ଭାରତରେ
ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...
Archives


