୫୯ ବର୍ଷ ପରେ ପୃଥିବୀର ସବୁଠୁ ନିକଟତର ହେବ ବୃହସ୍ପତି, କିପରି ଦେଖିବେ

ଓ୍ବାଶିଂଟନ୍‌,୨୫ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ପ୍ରାୟ ୫୯ ବର୍ଷ ପରେ ଏହି ବିଶାଳ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ପାଖରୁ ରାତିରେ ଦେଖିପାରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅବଗତ କରାଯାଇଛି।

୧୯୯୩ ପରଠାରୁ ପ୍ରଥମ ଥର ପାଇଁ ବୃହସ୍ପତି ପୃଥିବୀର ନିକଟତର ହେବାକୁ ଯାଉଛି। ପୃଥିବୀରୁ ବୃହସ୍ପତିର ଦୂରତା ୬୦୦ ନିୟୁତ ମାଇଲ ତଥା ୯୬,୫୬,୦୬, ୪୦୦ କିଲୋମିଟର ଥିବା ବେଳେ ସୋମବାର ତାହା ୩୬୭ ନିୟୁତ ମାଇଲ ଅର୍ଥାତ ୫୯,୦୬,୨୯,୨୪୮ କିଲୋମିଟର ଦୂରତାକୁ ହ୍ରାସ ପାଇବ। ଟେଲିସ୍କୋପ୍‌ରେ କୌଣସି ଉଚ୍ଚ ଏବଂ ଶୁଷ୍କ ସ୍ଥାନରୁ ଅନ୍ଧାରରେ ବୃହସ୍ପତିକୁ ଦେଖିହେବ। ଏପରିକି ଉନ୍ନତମାନର ଟେଲିସ୍କୋପ୍‌ ଯୋଗେ ବୃହସ୍ପତି ଚାରିପଟେ ବୁଲୁଥିବା ଉପଗ୍ରହଗୁଡିକୁ ମଧ୍ୟ ଦେଖାଯାଇପାରିବ ବୋଲି ନାସାରେ ଗବେଷକ ଆଦମ କୋବେଲସ୍କି ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ବୃହସ୍ପତି ଏଭଳି ଦିଗ ବଦଳାଇବା ସ୍ଥିତିକୁ ବୈଜ୍ଞାନିକ ଭାଷାରେ ‘ଅପୋଜିଶନ’ ବୋଲି କୁହାଯାଏ। ଏହି ସମୟରେ ବୃହସ୍ପତି ସୂର୍ଯ୍ୟଙ୍କ ଠିକ୍‌ ବିପରୀତ ଦିଗରେ ଅବସ୍ଥାନ କରିବ। ଅପୋଜିଶନ ଯୋଗୁ ବୃହସ୍ପତି ପୃଥିବୀ ପୃଷ୍ଠରୁ ପ୍ରତୀୟମାନ ହେବ। ବାଇନାକୁଲାରରେ ମଧ୍ୟ ଏହି ବିରଳ ଦୃଶ୍ୟକୁ ଦେଖିହେବ ବୋଲି ନାସର କେତେକ ଗବେଷକ କହିଛନ୍ତି।

 

Share