Posted inଖେଳ

ନଭେମ୍ବର ୨୪ରୁ କଳିଙ୍ଗରେ ବିଶ୍ୱକପ୍‌

ଭୁବନେଶ୍ୱର,୨୧।୧୦: ଆରମ୍ଭ ହେବ ଜୁନିୟର ପୁରୁଷ ହକି କପ୍‌। ୨୪ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବା ନେଇ ଅନ୍ତର୍ଜାତୀୟ ହକି ମହାସଙ୍ଘ(ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ମଧ୍ୟରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ମେଗା ଇଭେଣ୍ଟର ଏହି ଦ୍ୱାଦଶ ସଂସ୍କରଣରେ ଗତଥରର ଚାମ୍ପିୟନ ଭାରତ ପ୍ରଥମ ଦିବସରେ ଫ୍ରାନ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଭାରତ ଅପେକ୍ଷାକୃତ ସହଜ ପୁଲ୍‌ରେ ସ୍ଥାନ ପାଇଛି। ଭାରତ ସମେତ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ପୁଲ୍‌ ବି’ରେ ସ୍ଥାନିତ ହୋଇଛନ୍ତି। ସେହିପରି ପୁଲ୍‌ ଏ’ରେ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛନ୍ତି। ପୁଲ୍‌ ସି’ରେ କୋରିଆ, ନେଦରଲାଣ୍ଡ୍ସ, ସ୍ପେନ ଓ ଆମେରିକା ସାମିଲ ରହିଛନ୍ତି। ଅନ୍ୟପଟେ ପୁଲ୍‌ ଡି’ରେ ଆର୍ଜେଣ୍ଟିନା, ଇଜିପ୍ଟ, ଜର୍ମାନୀ ଓ ପାକିସ୍ତାନ ସାମିଲ ରହିଛନ୍ତି।
ଉଦ୍‌ଘାଟନୀ ଦିବସରେ ଭାରତ- ଫ୍ରାନ୍ସ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ମ୍ୟାଚ୍‌ଗୁଡିକରେ ବେଲଜିୟମ- ଦକ୍ଷିଣ ଆଫ୍ରିକା, ମାଲେସିଆ- ଚିଲି, ଜର୍ମାନୀ- ପାକିସ୍ତାନ ଓ କାନାଡା- ପୋଲାଣ୍ଡ ମଧ୍ୟ ପରସ୍ପରକୁ ଭେଟିବେ। ବୁଧବାର ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁଲ୍‌ ନେଇ ଘୋଷଣା କରିଛି। ଫ୍ରାନ୍ସକୁ ଭେଟିବା ପରେ ଭାରତ ନଭେମ୍ବର ୨୫ରେ କାନାଡାକୁ ଓ ୨୭ରେ ପୋଲାଣ୍ଡକୁ ଭେଟିବ। ଡିସେମ୍ବର ୩ରେ ଦୁଇଟି ଯାକ ସେମିଫାଇନାଲ ଓ ୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। କୋଭିଡ୍‌-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଓହରି ଯାଇଛନ୍ତି। ଫଳରେ କାନାଡ଼ା, ଆମେରିକା ଓ ପୋଲାଣ୍ଡକୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ମିଳିଛି।
ସେହିପରି ଦକ୍ଷିଣ ଆଫ୍ରିକାର ପୋଚ୍‌ଫେଷ୍ଟ୍ରୁମ୍‌ରେ ଡିସେମ୍ବର ୫ରୁ ୧୬ ତାରିଖ ମଧ୍ୟରେ ମହିଳା ଜୁନିୟର ହକି ବିଶ୍ୱକପ୍‌ ଆୟୋଜନ ହେବ। ଏଫ୍‌ଆଇଏଚ୍‌ ଏହି ବିଶ୍ୱକପ୍‌ର ପୁଲ୍‌ ଓ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି। ଭାରତ ସମେତ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା, ଜାପାନ ଓ ରୁଷିଆ ପୁଲ୍‌ ସି’ରେ ସ୍ଥାନ ପାଇଛନ୍ତି। ଡିସେମ୍ବର ୬ ତାରିଖରୁ ଭାରତ ରୁଷିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହାପରେ ଭାରତ ଡିସେମ୍ବର ୭ରେ ଆର୍ଜେଣ୍ଟିନା ଓ ୯ରେ ଜାପାନକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri