‘ୱାର୍‌-୨’ରେ ଜୁନିୟର ଏନ୍‌ଟିଆର୍‌ଙ୍କ ଏଣ୍ଟ୍ରି

ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ୨୦୧୯ରେ ନିର୍ମିତ ଫିଲ୍ମ ‘ୱାର୍‌’ରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ। ତାହା ସେତେବେଳେ ୩୦୦ କୋଟିରୁ ଅଧିକ ଆୟ କରିଥିଲା। ହ୍ରିତିକ୍‌ ଓ ଟାଇଗର ସିନେମାରେ ଗୁରୁ-ଶିଷ୍ୟର ଭୂମିକାରେ ନଜର ଆସିଥିଲେ। ତେବେ ଏହି ମୁଭିର ଆଗାମୀ ଭାଗ ‘ୱାର୍‌-୨’ରେ ଆସିବାକୁ ଯାଉଛି। ଏଥିରେ ସିଦ୍ଧାର୍ଥ ଆନନ୍ଦଙ୍କ ବଦଳରେ ଆୟାନ ମୁଖାର୍ଜୀ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ଏଥିସହ ଟାଇଗର୍‌ ଏହି ଚଳଚ୍ଚିତ୍ରରୁ ବାଦ୍‌ ପଡିଛନ୍ତି। ତାଙ୍କ ବଦଳରେ ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆର୍‌ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ହ୍ରିତିକ ରୋଶନଙ୍କ ସହ ଜୁନିୟର ଏନ୍‌ଟିଆର୍‌ ଏହି ସିନେମା ମାଧ୍ୟମରେ ପ୍ରଥମ ଥର ପାଇଁ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ତେବେ ଜୁନିୟର ଏନ୍‌ଟିଆର୍‌ ସାଉଥ୍‌ ଇଣ୍ଡଷ୍ଟ୍ରିକୁ ଅନେକ ମୁଭି ଭେଟି ଦେଇଛନ୍ତି। ଗତବର୍ଷ ସେ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ମୁଭି ‘ଆର୍‌ଆର୍‌ଆର୍‌’ରେ ଅଭିନୟ କରିଥିଲେ। ସେହି ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ମିଳିବା ପରେ ତାଙ୍କର ଡିମାଣ୍ଡ ବଢିଯାଇଛି।

Share