ଓସ୍କାର ପାଇଁ ଆମେରିକା ଗଲେ ଜୁନିୟର ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଓସ୍କାର ୨୦୨୩ରେ ସାମିଲ ହେବା ପାଇଁ ଆମେରିକା ଯାଇଛନ୍ତି। ସୋମବାର ସକାଳେ ସେ ବିମାନବନ୍ଦରରେ ନଜର ଆସିଥିଲେ। ରାମ ଚରଣ ପୂର୍ବରୁ ଆମେରିକାରେ ଅଛନ୍ତି। ଶ୍ରେଷ୍ଠ ଗୀତ କାଟାଗୋରୀରେ ଆସିଥିବା ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’ ଓସ୍କାର ପାଇଁ ମନୋନୀତ ହୋଇଛି। ତେବେ ଓସ୍କାର ପାଇଁ ମନୋନୀତ ହୋଇଥିବା ଗୀତ ‘ନାଟୁ ନାଟୁ’ରେ ଏନଟିଆର ଏବଂ ରାମ ଚରଣ ଲାଇଭ୍‌ ପରଫମାନ୍ସ କରିବେ । ମାର୍ଚ୍ଚ ୧୨ ରେ ଲସ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୫ତମ ଏକାଡେମୀ ପୁରସ୍କାର (ଓସ୍କାର ୨୦୨୩) ଅନୁଷ୍ଠିତ ହେବ।

Share