୨୦୨୨ରେ ଆସିବେ ଜୁନିଅର୍‌ ଧିର୍‌

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ। କ୍ରାତିକା ଏବଂ ତାଙ୍କ ସ୍ବାମୀ ନିକିତିନ ଧିର ଖୁବ୍‌ଶୀଘ୍ର ମା’-ବାପା ହେବାକୁ ଯାଉଛନ୍ତି। ନିଜ ପ୍ରଥମ ସନ୍ତାନ ଆସିବାକୁ ନେଇ ଉଭୟ ଖୁସି ଅଛନ୍ତି। ଆସନ୍ତା ବର୍ଷ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଜଣାପଡ଼ିଛି।
କ୍ରାତିକା ସ୍ବାମୀଙ୍କ ସହ ଫଟୋ ଶେୟାର କରି ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି । ଫଟୋ ଶେୟାର କରି କ୍ରାତିକା ଲେଖିଛନ୍ତି, ‘ ଜୁନିଅର ଧିର୍‌ ୨୦୨୨ରେ ଆସିବାକୁ ଯାଉଛି । ତେବେ ଏହି ଖୁସି ଖବର ଶୁଣିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Share