ଅଗଷ୍ଟ ୧୨,୧୩ ତାରିଖ ବନ୍ଦ ରହିବ ଜୁନାଗଡ଼ ସହର: ଜାଣନ୍ତୁ କାହିଁକି

ଜୁନାଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ସହରକୁ ଶଟଡାଉନ ଘୋଷଣା କରି ସ୍କ୍ରିନିଂ କରିବା ପାଇଁ ସହରବାସୀ ଦାବି କରିଥିଲେ। ତେବେ କଳାହାଣ୍ଡି ଜିଲାପାଳ ଡା. ଗାଭାଲି ପରାଗ ହର୍ଷଙ୍କ ଜୁନାଗଡ଼ ସହରକୁ ଚଳିତ ଅଗଷ୍ଟ ୧୨ ଓ ୧୩ ତାରିଖକୁ ଶଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ସମସ୍ତ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିବ।