ଏ ମନ ଖୋଜୁଥାଏ ଯାହା…

କଥାରେ ଅଛି-ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି, ମନଲାଖି ଭୂମିକାଟିଏ ପାଇବା ପରେ ଚଙ୍କି ତନୟା ଅନନ୍ୟା ପାଣ୍ଡେ କେମିତି ଖୁସିରେ ଉଛୁଳୁଛନ୍ତି। କଥା କ’ଣ କି ସମାଜ ସେବା ଉପରେ ପର୍ଯ୍ୟବସିତ ଏକ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯଦିଓ ଏହାର ଟାଇଟଲ ଫାଇନାଲ ହୋଇନାହିଁ, ହେଲେ ଏହାର ପ୍ରାରମ୍ଭିକ କାମ ଚାଲୁ ରହିଛି। ଏଭଳି ଏକ ଭୂମିକା ସମ୍ପର୍କରେ ଅନନ୍ୟା କହନ୍ତି, ‘ଜଣେ ଗଁାଉଲି ନାରୀ ସମାଜସେବା କରିବାକୁ ଆଗଭର ହୋଇଛି। ହେଲେ ଏକ ନିପଟ ମଫସଲରେ ତାହାର ପ୍ରକୃତ ଅର୍ଥକୁ ଅନେକ ବୁଝିବାକୁ ନାରାଜ। ଏପରି କି ନିଜ ପରିବାରର କିଛି ସଦସ୍ୟ ମଧ୍ୟ ତାକୁ ବିରୋଧ କରିଛନ୍ତି। ହେଲେ ଦୃଢ଼ମନା ସେହି ନାରୀ ନିଜ ଲକ୍ଷ୍ୟ ସାଧନ କରିବାକୁ ଅଣ୍ଟା ଭିଡିଛି। ଶେଷରେ ସେ ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉ ନାହିଁ। ଏଭଳି ଏକ କାହାଣୀକୁ ନେଇ ଫିଲ୍ମଟି ନିର୍ମିତ ହେବାକୁ ଯାଉଛି, ଯାହାର ଏକ ଭଲ ଟାଇଟଲ ସନ୍ଧାନରେ ଅଛନ୍ତି ପ୍ରଯୋଜକ।’ ଅନ୍ୟପକ୍ଷରେ ନିର୍ମାଣାଧୀନ ‘ଡ୍ରିମ ଗର୍ଲ-୨’ରେ ସେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ତାଙ୍କର ନାୟକ ଭୂମିକାରେ ଆୟୁଷ୍ମାନ ଖୁରାନାଙ୍କୁ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ଅନୁ କପୁର, ପରେଶ ରାଓ୍ବଲ, ମନୋଜ ଜୋଶୀ, ରାଜପାଲ ଯାଦବ ପ୍ରମୁଖ କଳାକାର ମଧ୍ୟ ଏଥିରେ ଅଭିନୟ କରିଛନ୍ତି।

Share