ମୂକସାକ୍ଷୀ ପାଲଟିଛି ନୌବାଣିଜ୍ୟ କେନ୍ଦ୍ର ଜମ୍ବୁ ଦ୍ୱୀପ

ମହାକାଳପଡ଼ା, ୭ା୧୧(ଡି.ଏନ୍‌.ଏ.): ଦିନ ଥିଲା ବଙ୍ଗୋପସାଗର ପୂର୍ବ ଉପକୂଳ ପ୍ରାଚୀନ ଐତିହ୍ୟ ନୌବାଣିଜ୍ୟ ପେଣ୍ଠସ୍ଥଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ଦ୍ୱୀପ ଦେଇ ସୁଦୂର ବିଦେଶକୁ ସାଧବ ପୁଅମାନେ ବେପାର ବଣିଜ ପାଇଁ ବୋଇତରେ ଯାଉଥିଲେ। ସେମାନେ ବୋଇତରେ ଓଡ଼ିଶାର ଖାଦ୍ୟଶସ୍ୟ, ଜଙ୍ଗଲଜାତ ଦ୍ରବ୍ୟ ଝୁଣା, ମହୁ , ଲାଖ, ଶିଙ୍ଘ, ସାମୁଦ୍ରିକ ଜୀବ ତଥା କଉଡ଼ି ଆଦି ନେଇ ଜାଭା, ସୁମାତ୍ରା, ବାଲି, ଇଣ୍ଡୋନେସିଆ ପ୍ରଭୃତି ସ୍ଥାନକୁ ଯାଇ ପ୍ରତିବଦଳରେ ବିଭିନ୍ନ ମୂଲ୍ୟବାନ୍‌ ସମ୍ପତ୍ତି ଆଣୁଥିଲେ। କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ସାଧବପୁଅମାନେ ବିଦେଶରେ ନୌବାଣିଜ୍ୟ ସାରି ନିଜ ଭିଟାମାଟିକୁ ଫେରୁଥିଲେ। ସୁଦୂର ସାତ ସମୁଦ୍ର ତେର ନଈ ପାର ହୋଇ ବିଦେଶରୁ ଧନଦୌଲତ ବୋଇତରେ ଧରି ସାଧବପୁଅମାନେ ଆସିଥାନ୍ତି। ଧନଦୌଲତ ଆଣି ଜମ୍ବୁ ଦ୍ୱୀପରେ ସାଧବମାନେ ବୋଇତ ଧରି ପହଞ୍ଚତ୍ବା ପରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ସାଧବାଣୀମାନେ ସେମାନଙ୍କୁ ବନ୍ଦାପନା କରିଥାନ୍ତି। ଦିନ ଚାଲିଯାଇଛି ଆଉ ନୌବାଣିଜ୍ୟ କରିବାକୁ ସାଧବପୁଅମାନେ ଯାଉନାହାନ୍ତି। କିନ୍ତୁ ମୂକସାକ୍ଷୀ ରହିଯାଇଛି ଜମ୍ବୁ ଦ୍ୱୀପ। ସଡ଼କ ଓ ରେଳପଥର ବହୁ ପୂର୍ବରୁ ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ନୌବାଣିଜ୍ୟ। ସେଇ ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ଓଡ଼ିଶାର ପୁରପଲ୍ଲୀରେ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ, ନାଳ, ପୁଷ୍କରିଣୀରେ ରୀତିନୀତି ଅନୁସାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ। ପିଢ଼ି ପରେ ପିଢ଼ି ନିଜର କୌଳିକ ବୃତ୍ତିକୁ ଆଦରି ଯେଉଁମାନେ ସୋଲ ଡଙ୍ଗା ନିର୍ମାଣ କରୁଥିଲେ ସେମାନଙ୍କ ଜୀବନଜୀବିକା ଏବେ ଦୁର୍ବିଷହ ହୋଇପଡ଼ିଛି। ସୋଲଡଙ୍ଗା ପାଇଁ କଞ୍ଚାମାଲ ମିଳୁ ନ ଥିବାରୁ ଚିନ୍ତାରେ ପଡ଼ିଛନ୍ତି କାରିଗର।
ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ ପୋଷେଇ ଗଁାରେ ୧୫ରୁ ଅଧିକ ମାଳୀ ସମ୍ପ୍ରଦାୟ ପରିବାର ରହିଛନ୍ତି। ସେମାନେ ନିଜ କୌଳିକ ବୃତ୍ତି ସୋଲଡଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦିନ ଥିଲା ବ୍ଲକର ବିଭିନ୍ନ ଅଞ୍ଚଳର ଖାଲ, ଗହୀରପାଟ ଓ ଚାଷ ଜମିଗୁଡିକରେ ସୋଲଗଛ ପ୍ରଚୁର ପରିମାଣରେ ଦେଖିବାକୁ ମିଳୁଥିଲା। ଏହି ସୋଲକୁ ମାସେ ପୂର୍ବରୁ ସଂଗ୍ରହ କରି ଖରାରେ ଶୁଖାଇ ରଖାଯାଏ। ପରେ କାର୍ତ୍ତିକ ପ୍ରାରମ୍ଭରେ କାରିଗରମାନେ ଏହି ସୋଲକୁ ଡଙ୍ଗା ପ୍ରସ୍ତୁତ ପାଇଁ ଚିରିଥାନ୍ତି। ସୋଲରେ ଭଳିକି ଭଳି ରଙ୍ଗ ଦେଇ ଡଙ୍ଗା ତିଆରି କରାଯାଏ। ପରେ ସେମାନେ ଗଁା ଗଁା ବୁଲି ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ। ମାତ୍ର ଏବେ ଡଙ୍ଗା ତିଆରି ପାଇଁ କଞ୍ଚାମାଲ (ସୋଲ)ର ଅଭାବ ପରିଲକ୍ଷିତ ହେଉଛି। କାରଣ ଚାଷଜମିରେ ପ୍ରଚୁର ପରିମାଣରେ ରାସାୟନିକ ସାରର ବ୍ୟବହାର ଯୋଗୁ ସୋଲ ଗଛଗୁଡ଼ିକ ନଷ୍ଟ ହେଉଛି ବୋଲି ପୋଷେଇ ଗ୍ରାମର କାରିଗର ନିରାକାର ରଣା, ସହଦେବ ରଣା କହିଛନ୍ତି। କାରିଗରମାନଙ୍କ କହିବା କଥା, ମହାକାଳପଡ଼ା ଅଞ୍ଚଳରେ ପୂର୍ବରୁ ବହୁଳ ପରିମାଣରେ ସୋଲଗଛ ଦେଖାଯାଉଥିଲା। ଏବେ ସୋଲଗଛ ଆଉ ଆଗଭଳି ଦେଖିବାକୁ ମିଳୁନି। ବାଧ୍ୟହୋଇ ପଡ଼ୋଶୀ ଜିଲା ଯାଜପୁର, ଜଗତ୍‌ସିଂହପୁର ଅଞ୍ଚଳରୁ ଏହାକୁ ସଂଗ୍ରହ କରୁଛୁ। ମଜୁରି ଓ ଗାଡ଼ି ଭଡ଼ା ଦେଇ ଦୂର ସ୍ଥାନରୁ ଏହି ସୋଲ ସଂଗ୍ରହ କରିବାକୁ ପଡୁଛି। ପାରିଶ୍ରମିକ ତୁଳନାରେ ଆଗ ଅପେକ୍ଷା ବେପାରରେ ଲାଭ କମିଛି। ତଥାପି ଆମେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ। ଅପରପକ୍ଷରେ କୋଲକାତାର ବିଭିନ୍ନ ଅଞ୍ଚଳରୁ ପ୍ଲାଷ୍ଟିକ୍‌ ଓ ପେପର ନିର୍ମିତ ଡଙ୍ଗା ବଜାରରେ ଉପଲବ୍ଧ ହେବାରୁ ସୋଲ ଡଙ୍ଗାର ଚାହିଦା କମିଛି ବୋଲି ସେମାନେ କହିଛନ୍ତି। ଏହି ଡଙ୍ଗା କାରିଗର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri