ସବୁଠୁ ଉତ୍ତପ୍ତ ମାସ ହୋଇପାରେ ଜୁଲାଇ

ଓ୍ବାଶିଂଟନ୍‌,୬ା୭: ଗତ ସୋମବାର ବିଶ୍ୱର ସବୁଠୁ ଉତ୍ତପ୍ତ ଦିନ ଭାବେ ରେକର୍ଡ କରାଯାଇଥିବା ବିଶେଷଜ୍ଞମାନେ କହିଛନ୍ତି। ଗ୍ରୀଷ୍ମପ୍ରବାହ ବଢ଼ୁଥିବା ଯୋଗୁ ଜୁଲାଇ ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସରକାରଙ୍କ ଦ୍ୱାରା ପରିଚାଳିତ ନ୍ୟାଶନାଲ ସେଣ୍ଟର୍ସ ଫର୍‌ ଏନ୍‌ଭାଇରନମେଣ୍ଟାଲ ପ୍ରେଡିକ୍ସନ (ଏନ୍‌ସିଇପି) ରିପୋର୍ଟ ଅନୁସାରେ ଜୁଲାଇ ୩ ତାରିଖର ହାରାହାରି ବୈଶ୍ୱିକ ତାପମାତ୍ରା ୧୭.୦୧ ଡିଗ୍ରୀ ସେଲସିୟସ୍‌କୁ ବୃଦ୍ଧି ଘଟିଛି। ଏହାପୂର୍ବରୁ ୨୦୧୬ ଅଗଷ୍ଟରେ ଏହା ୧୬.୯୨ ଡିଗ୍ରୀ ସେଲସିୟସ୍‌ ଥିଲା ବୋଲି ଜଣାପଡ଼ିଛି।
ଊନ୍ନବିଂଶ ଶତାବ୍ଦୀ ପରଠାରୁ ଜୁଲାଇ ୩ରେ ବୈଜ୍ଞାନିକଙ୍କ ଦ୍ୱାରା ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ବିଶେଷଜ୍ଞଙ୍କ ମତରେ ମନୁଷ୍ୟକୃତ କାରଣ ଯୋଗୁ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଏଲ୍‌ ନିନୋର ମିଶ୍ରଣ ଯୋଗୁ ଦୈନିକ ତାପମାତ୍ରା ବୃଦ୍ଧି ପାଉଛି। ଆଗାମୀ ଦିନରେ ଏଲ୍‌ ନିନୋ ପ୍ରଭାବ ବଢ଼ିବାକୁ ଥିବାବେଳେ ବୈଶ୍ୱିକ ତାପମାତ୍ରାରେ ବୃଦ୍ଧି ଘଟିବା ଆଶଙ୍କା ରହିଛି। ଚଳିତବର୍ଷ ଆରମ୍ଭରୁ ଉଭୟ ସ୍ଥଳଭାଗ ଏବଂ ସମୁଦ୍ର ତାପମାତ୍ରା କ୍ରମାଗତ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ସ୍ପେନ୍‌ରେ ବସନ୍ତ ଋତୁକାଳୀନ ତାତି ରେକର୍ଡ ପରମାଣରେ ବୃଦ୍ଧି କରିଥିବାବେଳେ ଅନେକ ଏସୀୟ ଦେଶରେ ସାମୁଦ୍ରିକ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିଛି। ସେହିପରି ଚାଇନାର ଅନେକ ଅଞ୍ଚଳର ତାପମାତ୍ରା ୩୫ଡିଗ୍ରୀ ସେଲସିୟସ୍‌ରୁ ଊର୍ଦ୍ଧ୍ୱ ରହିଛି। ଦକ୍ଷିଣ ଆମେରିକାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବଢ଼ୁଥିବା ତାପମାତ୍ରା ଯୋଗୁ ଭାରତରେ ମଧ୍ୟ ତାତି ଓ ମରୁଡ଼ି ପରିସ୍ଥିତି ଉପୁଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୈଜ୍ଞାନିକଙ୍କ ମତରେ ଚଳିତ ମାସରେ ଏଲ୍‌ ନିନୋ ସ୍ଥିତି ଲାଗିରହିବ, ଯାହାଫଳରେ ପ୍ରଶାନ୍ତ ମହାସାଗରୀୟ ତାପମାତ୍ରା ବୃଦ୍ଧି ପାଇବ।
ପ୍ରଥମଥର ପାଇଁ ଗ୍ଲୋବାଲ ସରଫେସ୍‌ ଏୟାର ଟେମ୍ପରେଚର ୧୭ ଡିଗ୍ରୀ ସେଲସିୟସ ବଢ଼ିଥିବା ପାଣିପାଗ ଗବେଷକ ଲେଓନ ସିମୋନ୍ସ କହିଛନ୍ତି। ପ୍ରତ୍ୟେକ ଦିନ ଏଲ୍‌ ନିନୋ ଦ୍ୱାରା ଲୋକେ ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷେ ଗତ ଜୁନ୍‌ରେ ବିଶ୍ୱର ହାରାହାରି ତାପମାତ୍ରା ୧.୪୬ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଥିଲା। ୟୁକ୍ରେନ୍‌ ଭର୍ନାଡସ୍କି’ ରିସର୍ଚ୍ଚ ରିପୋର୍ଟ ତଥ୍ୟ ଅନୁସାରେ ଚଳିତ ମାସରେ ଆଣ୍ଟାର୍କଟିକା ତାପମାତ୍ରା ୮.୭ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଛି। ଜୁଲାଇରେ ସର୍ବାଧିକ ତାତି ଅନୁଭୂତ ହେବାକୁ ଥିବାବେଳେ ଚଳିତ ବର୍ଷ ଏହା ସବୁଠୁ ଉତ୍ତପ୍ତ ମାସ ହୋଇପାରେ ବୋଲି ୟୁନିଭର୍ସିଟି ଅଫ୍‌ ଲେଇପଜିଙ୍ଗର ପ୍ରଫେସର କାରଷ୍ଟେନ୍‌ ହାଉଷ୍ଟେନ୍‌ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ; ଅଭିଜିତ ଦୀପକେଙ୍କୁ ମିଳିଲା ବଡ଼ ପଦ

ନୂଆଦିଲ୍ଲୀ, ୭।୮: କକରୋଚ ଜନତା ପାର୍ଟି (CJP)ର ଜାତୀୟ କାର୍ଯ୍ୟକାରିଣୀ ଗଠନ ହୋଇଛି। ଏଥିରେ ଅଭିଜିତ ଦୀପକେଙ୍କ ସମେତ ୧୨ ଜଣଙ୍କୁ ସ୍ଥାନ ମିଳିଛି। ଅଭିଜିତ ଦୀପକେଙ୍କ…

ଦିନକ ଭିତରେ ଆଣ୍ଠୁମାଡ଼ିଲା ବାଂଲାଦେଶ: ଭାରତଠାରୁ ମାଗିଲା…

ନୂଆଦିଲ୍ଲୀ, ୭।୮: ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଭାରତରୁ ବାଂଲାଦେଶକୁ ପ୍ରାୟ ୫,୦୦୦ ମେଟ୍ରିକ ଟନ ଡିଜେଲ ପଠାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ…

ବୁଦ୍ଧାଶ୍ରମରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ଦେଖିବାକୁ ଆସିଲେନି ୩ ଝିଅ: ଭିଡିଓ କଲ୍‌ କରି କହିଲେ…

ଚଣ୍ଡିଗଡ,୭।୮: ହରିଆଣାର ସୋନିପତରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧାଶ୍ରମରେ ରହୁଥିବା ଜଣେ କପଡ଼ା ବ୍ୟବସାୟୀଙ୍କ ମୃତ୍ୟୁ ପରେ ପରିବାରର କୌଣସି ସଦସ୍ୟ…

ଏଥର ଧୂମଧାମରେ ପାଳନ ହେବ ସ୍ବାଧୀନତା ଦିବସ: ବ୍ଲକ ଅଧ୍ୟକ୍ଷ କରିବେ ପତାକା ଉତ୍ତୋଳନ

ଦାରିଙ୍ଗବାଡି,୭।୮(ଅରୁଣ ସହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହଠାରେ ୮୦ତମ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ…

ଜଣାପଡିଲା କିଏ କରିଥିଲେ NEET-UG ପ୍ରଶ୍ନପତ୍ର ଲିକ୍‌: CBI କଲା ବଡ଼ ଖୁଲାସା, ଦେଶରେ ଚହଳ

ନୂଆଦିଲ୍ଲୀ, ୭।୮: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ CBIର ଚାର୍ଜସିଟ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରଶ୍ନପତ୍ର କୌଣସି…

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri