ଏହି ଫିଲ୍ମରେ କାମ କରିବାକୁ ଡରୁଥିଲେ ଜୁହି, ପରେ ହୋଇଥିଲା ବ୍ଲକ୍‌ବଷ୍ଟର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ତାଙ୍କ ପିକ୍‌ କ୍ୟାରିୟରରେ ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୯୦ ଦଶକର ଏକ ବ୍ଲକବଷ୍ଟର ଫିଲ୍ମରେ ‘ରାଧା’ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନ ଥିଲେ। କାରଣ ସେ ଏହି ନାମରେ ବହୁତ ଡରି ଯାଇଥିଲେ ।

ଜୁହି ବର୍ତ୍ତମାନ ଖୁବ୍‌ କମ୍‌ କାମ କରୁଛନ୍ତି। କିନ୍ତୁ ଏକ ସମୟ ଥିଲା ତାଙ୍କ ନାମ ବିଷୟରେ ବହୁତ ଚର୍ଚ୍ଚା ହେଉଥିଲା। ଜୁହି ୧୯୮୬ରେ ଫିଲ୍ମ ‘ସୁଲତାନ’ ସହିତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଜୁହି ତାଙ୍କର ୩୭ ବର୍ଷ କ୍ୟାରିୟର ପୂରଣ କରିଛନ୍ତି। ୧୯୯୭ରେ ବ୍ୟବସାୟୀ ଜୟ ମେହେଟ୍ଟାଙ୍କୁ ବିବାହ କରି ବଲିଉଡ୍‌ରୁ ନିଜକୁ ଦୂରେଇ ରଖିଥିଲେ।

ଫିଲ୍ମ ‘ସୁଲତାନ’ ତାଙ୍କର ପ୍ରଥମ ବ୍ୟବସାୟିକ ସଫଳତା ହାସଲ କରିଥିଲା। ତେବେ ଜୁହିଙ୍କ ଅଭିନୀତ ଫିଲ୍ମ ‘ପ୍ରେମଲୋକ (୧୯୮୭)। ସେ ବର୍ଷର ଲକ୍ସ ନ୍ୟୁ ଫେସ ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ‘କୟାମତ୍‌ ସେ କୟାମତ୍‌ ତକ୍‌’‘ଅମର ପ୍ରେମ’ (୧୯୮୯), ‘ବିକି ଦାଦା’ (୧୯୮୯), ‘ଲଭ୍‌ ଲଭ୍‌ ଲଭ୍‌’ରେ ବ୍ୟବସାୟିକ ସଫଳତା ହାସଲ କରିଥିଲେ। ୧୯୯୦ରେ ‘ପ୍ରତିବନ୍ଧ”, ‘ସ୍ବର୍ଗ’ ଆସିଥିଲା। ସେହିପରି ‘ବେନାମ ବାଦଶାହ (୧୯୯୧) ଏବଂ ‘ରାଜୁ ବନ୍‌ ଗୟା ଜେଣ୍ଟିଲମ୍ୟାନ୍‌’(୧୯୯୨) ଫିଲ୍ମ ଭେଟି ଦେଇଥିଲେ।

୧୯୯୨ରେ ଜୁହିଙ୍କ ଆଉ ଏକ ଫିଲ୍ମ ‘ବୋଲ୍‌ ରାଧା ବୋଲ୍‌’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ଋଷି କପୁରଙ୍କ ବିପକ୍ଷରେ ନଜର ଆସିଥିଲେ। ଏହି ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରିକୁ ଦର୍ଶକ ପସନ୍ଦ କରିଥିଲେ। ଏହା ସହିତ ଲୋକମାନେ ଫିଲ୍ମର ଗୀତଗୁଡ଼ିକୁ ବହୁତ ପସନ୍ଦ କରିଥିଲେ।

ଫିଲ୍ମ ‘ବୋଲ୍‌ ରାଧା ବୋଲ୍‌’ ର ନିର୍ଦ୍ଦେଶନା ଦେଇଥିଲେ ଡେଭିଡ ଧାଓ୍ବନ। ଏହା ଏକ ରୋମାଣ୍ଟିକ, ଅପରାଧ, ଆକ୍ସନ ଫିଲ୍ମ ଯାହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ଏହି ଫିଲ୍ମରେ ଜୁହି ଏବଂ ଋଷିଙ୍କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ। ବାସ୍ତବରେ୍‌ ଜୁହି ସେହି ଫିଲ୍ମ କରିବାକୁ ବହୁତ ଡରୁଥିଲେ। କିନ୍ତୁ ପରେ ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମ ୮ କୋଟି ଟଙ୍କା ରୋଜଗାର କରିଥିଲା। ଯାହାକି ସେତେବେଳେ ସର୍ବାଧିକ ଆୟ କରିଥିବା ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri