Posted inUncategorized

ଜାଏଣ୍ଟ୍ସକୁ ପରାଜୟ ଚଖାଇଲା ଜଗରନଟ୍ସ

ଭୁବନେଶ୍ୱର, ୨୨।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଓଡ଼ିଶା ଜଗରନଟ୍ସ ୩ (୫୦-୪୭) ପଏଣ୍ଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦିଲୀପ ଖାଣ୍ଡଭି ଓ ବିଶାଲଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ଦଳ ବିଜୟୀ ହୋଇଛି। ଭିନ୍ନ ଭିନ୍ନ ସମୟରେ ନାଟକୀୟ ମୋଡ଼ ନେବାପରେ ଶେଷରେ ଜଗରନଟ୍ସ ବିଜୟ ହାସଲ କରିଥିଲା। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ଗୁଜରାଟ ୫ ପଏଣ୍ଟରେ ବିଜୟୀ ହୋଇଥିଲା। ତେଣୁ ଏଠାରେ ବିଜୟ ହାସଲ ସହ ଜଗରନଟ୍ସ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଲିଗ୍‌ରେ ଗୁଜରାଟକୁ ପ୍ରଥମଥର ପାଇଁ ପରାଜୟ ସ୍ବାଦ ଚଖାଇଛି ଓଡ଼ିଶା ଜଗରନଟ୍ସ। ଏହି ଦଳର ଦିଲୀପ ୪ ମିନିଟ ୩୩ ସେକେଣ୍ଡ ଏବଂ ବିଶାଲ ୩ ମିନିଟ ୪ ସେକେଣ୍ଡ ଡିଫେଣ୍ଡ କରିବାରେ ସକ୍ଷମ ହୋଇଥିଲେ। ଓ୍ବାଜିର ଶୁଭାଶିଷ ସାନ୍ତ୍ରା ୪ ଖେଳାଳିଙ୍କୁ ଆଉଟ କରି ୧୦ ପଏଣ୍ଟ ଏବଂ ମିଲିନ୍ଦ ଚଭାରେକର ୭ ପଏଣ୍ଟ ହାସଲ କରି ଦଳକୁ ଫାଇଦାରେ ରଖିଥିଲେ। ଜାଏଣ୍ଟ୍ସ ପକ୍ଷରୁ ଅନିକେତ ପୋଟେ ଓ ସୟାଶ ଗାର୍ଗେଟ ଯଥାକ୍ରମେ ୯ ଓ ୮ ପଏଣ୍ଟ ହାସଲ କରିଥିଲେ। ଏହି ମ୍ୟାଚରେ ୬ ପଏଣ୍ଟ ହାସଲ କରିଥିବାରୁ ଗୁଜରାଟ ଅଲ୍‌ରାଉଣ୍ଡର ଅଭିନନ୍ଦନ ପାଟିଲ ମୁମ୍ବାଇ ଖିଲାଡିଜ୍‌ର ଦୁର୍ଭେଶ ସାଲୁଙ୍କେ (୩୦ ପଏଣ୍ଟ)ଙ୍କୁ ପଛରେ ପକାଇ ଲିଗ୍‌ର ଟପ୍‌ ଓ୍ବାଜିର ହୋଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୩୫ରେ ପହଞ୍ଚତ୍ଛି।
ଓଡ଼ିଶା ଜଗରନଟ୍ସ ଟସ୍‌ ଜିତି ଡିଫେଣ୍ଡ ନିଷ୍ପତ୍ତି ନେଇଥିଲା। ପ୍ରଥମ ଟର୍ନ ଶେଷବେଳକୁ ଜାଏଣ୍ଟ୍ସ ୨୨-୪ରେ ଅଗ୍ରଣୀ ହୋଇଥିଲା। ମାତ୍ର ଓଡ଼ିଶା ଦଳ ଆଟାକ୍‌ରେ ୨୪ ପଏଣ୍ଟ ସଂଗ୍ରହ କରିବାରୁ ପ୍ରଥମ ଇନିଂସ ଶେଷବେଳକୁ ୨୮-୨୪ରେ ଅଗ୍ରଣୀ ହାସଲ କରିଥିଲା। ଓଡ଼ିଶା ଦଳର ଦିଲୀପଙ୍କ ଦୃଢ଼ ଡିଫେନ୍ସ ଯୋଗୁ ଗୁଜରାଟ ଦ୍ୱିତୀୟ ଆଟାକ୍‌ରେ ମାତ୍ର ୧୯ ପଏଣ୍ଟ ପାଇଥିଲା। ପରେ ଏମ.କେ. ଗୋଥାମ ଗୁଜରାଟର ସାଗର ପୋଟଦାରଙ୍କୁ ଆଉଟ କରିବା ସହ ଓଡ଼ିଶା ପାଇଁ ବିଜୟ ସ୍ପଷ୍ଟ କରିଥିଲେ। ଜାଏଣ୍ଟ୍ସ ନିଜର ପ୍ରଥମ ୩ ମ୍ୟାଚ୍‌ରେ ମୁମ୍ବାଇ ଖିଲାଡିଜ୍‌କୁ ୨ଥର ଏବଂ ଓଡ଼ିଶା ଜଗରନଟ୍ସକୁ ଥରେ ପରାସ୍ତ କରିଥିଲା। ୪ ମ୍ୟାଚରୁ ୧୦ ପଏଣ୍ଟ ସହ ଗୁଜରାଟ ଟେବୁଲର ଶୀର୍ଷସ୍ଥାନରେ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ ଜଗରନଟ୍ସ ୪ ମ୍ୟାଚରୁ ୩ ବିଜୟ ସହ ୯ ପଏଣ୍ଟରେ ପହଞ୍ଚତ୍ଛି। ଏହି ଦଳ ଚେନ୍ନାଇ କୁଇକ୍‌ ଗନ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଗୁଜରାଟ ଦଳ ନିକଟରୁ ହାରିଯାଇଥିଲା। ତେବେ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ଓ୍ବାରିୟର୍ସକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ରବିବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ତେଲ୍‌ଗୁ ଯୋଦ୍ଧାସ ୮୩-୪୫ ପଏଣ୍ଟରେ ରାଜସ୍ଥାନ ଓ୍ବାରିୟର୍ସକୁ ହରାଇ ଦେଇଛି। ଫଳରେ ଯୋଦ୍ଧାସ ୨ୟ ଓ ଜଗରନଟ୍ସ ୩ୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

ରୁପାଲି ଛକରେ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର,୪।୧: ଆମ ବସ୍‌ ଧକ୍କାରେ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF)ରୁ ୪…

ଆମ ବସ୍‌ ଦୁର୍ଘଟଣା: ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍‌ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍‌ ଲାଇନ…

ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ: ଗିରଫ କଲା…

ଭୁବନେଶ୍ୱର,୪।୧: ଭିଜିଲାନ୍ସ ଜାଲରେ କଟକ CRRI ଥାନା ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ରାଜମହଲ ଛକରୁ…

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri