Categories: Home Leftଖେଳ

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ ସେ ତାଙ୍କ ବର୍ତ୍ତମାନ ଠିକଣା (ହୋୟାର ଏବାଉଟ୍ସ)ଦେବାରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି।

ମାନ୍‌ ହେଉଛନ୍ତି ୨୦୨୨ ସଂସ୍କରଣରେ ୭୮କେଜିରୁ ଊର୍ଦ୍ଧ୍ୱ କାଟେଗୋରିରେ ରୌପ୍ୟ ବିଜେତା। ଗ୍ଲାସ୍‌ଗୋରେ ସେ ପଦକ ଦାବିଦାର ଥିଲେ। ତାଙ୍କୁ ବର୍ତ୍ତମାନ ୨ ବର୍ଷ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିବ। ମାନ୍‌ ୧୨ ମାସ ମଧ୍ୟରେ ୩ଥର ତାଙ୍କ ଠିକଣା ଦେଇ ପାରି ନାହାନ୍ତି। ନାଡା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି। ଫଳତଃ ତାଙ୍କୁ ଦଳରୁ ପ୍ରତ୍ୟାହାର କରିନିଆଯାଇଥିବା ଜଣେ ଜୁଡୋ କୋଚ୍‌ ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ ଏ ବିଷୟରେ ସୂଚନା ଦେଇଛନ୍ତି।