Posted inଜାତୀୟ

ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ…

ନୂଆଦିଲ୍ଲୀ, ୩୦।୧ : ନ୍ୟାୟ ହେଉଥିବାରୁ ପ୍ରମାଣ ମିଳିଥାଏ ଯେତେବେଳେ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯାଏ ପାରିଥାଏ। ନିଜ ଆଖି ସାମ୍ନାରେ ଜନସାଧାରଣ ନ୍ୟାୟିକ ପ୍ରକ୍ରିୟାକୁ ହୃଦୟଙ୍ଗମ କରିପାରିଥାନ୍ତି। ତେଣୁ ନ୍ୟାୟିକ କାର୍ଯ୍ୟବାହୀ ଜନସାଧାରଣଙ୍କ ଦେଖିବା ପାଇଁ ଖୋଲାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି।

ଯଦି ନ୍ୟାୟିକ ପ୍ରକ୍ରିୟା ଜନସାଧାରଣଙ୍କ ପାଇଁ ଖୋଲା ନଥାଏ, ତେବେ କୋର୍ଟଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ପାଇଁ ବୁଝିବା ସମ୍ଭବପର ହୋଇ ନଥାଏ। ପ୍ରଫେସର ଡ. ବଳରାମ କେ ଗୁପ୍ତାଙ୍କ ଦ୍ୱାରା ଲିଖିତ ‘ମାଇଁ ଜର୍ନିଂ ଓ୍ବିଥ୍‌ ଲ ଆଣ୍ଡ୍‌ ଜଷ୍ଟିସ୍‌’ ପୁସ୍ତକର ଭର୍ଚୁଆଲ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଏଭଳି କହିଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ଼ ମନ୍ତବ୍ୟ ଦେଇଛନ୍ତି, ଜଣେ ବିଚାରପତିଙ୍କ ସମ୍ପର୍କରେ ଜାଣିବା ଲାଗି କେବଳ ତାଙ୍କ ଦ୍ୱାରା ଦିଆଯାଇଥିବା ବିଚାରର ସଂଖ୍ୟା ଦ୍ୱାରା ନୁହେଁ, ବରଂ କୋର୍ଟର ଚାରିକାନ୍ଥ ମଧ୍ୟରେ ପ୍ରଦର୍ଶିତ ହୋଇଥିବା ତାଙ୍କ ଆଚରଣକୁ ମଧ୍ୟ ଦେଖିବାର ଆବଶ୍ୟକତା ରହିଥାଏ।

ଯେତେବେଳେ ଜଣେ ବିଚାରପତି ଏକ ମାମଲାର ଶୁଣାଣି ଆରମ୍ଭ କରନ୍ତି, ସେତେବେଳେ ସେ ବିବେକ ପୂର୍ଣ୍ଣ ଭାବେ, କାହାର ପକ୍ଷପାତିତା ନ କରି ନିରପେକ୍ଷତାର ସହିତ କେବଳ ନ୍ୟାୟ କରିଥାନ୍ତି। ଏହା ସମସ୍ତ ବିଚାରପତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନ୍ୟାୟିକ ପ୍ରକ୍ରିୟା ଯେତେବେଳେ ଜନସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଏ ସେତେବେଳେ ହିଁ ଦେଖାଯାଏ ଯେ, ଏହା କେବଳ ନ୍ୟାୟିକ ଅନୁଷ୍ଠାନକୁ ବିକଶିତ କରେ ନାହିଁ ବରଂ ଉତ୍ତରଦାୟିତ୍ୱର ଗଣତାନ୍ତ୍ରିକ ସିଦ୍ଧାନ୍ତରେ ମଧ୍ୟ ଅଗ୍ରଗତି ଆଣିଥାଏ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦିଓ ସାର୍ବଜନୀନ ଡୋମେନରେ ମାମଲା ଏବଂ ବିଚାର ସମ୍ବନ୍ଧୀୟ ତଥ୍ୟ ସହଜରେ ଉପଲବ୍ଧ ହେଉଛି, ତଥାପି ନ୍ୟାୟିକ ପ୍ରକ୍ରିୟାର ପାରଦର୍ଶିତା ଅଭାବରୁ କୋର୍ଟ ପରିସରରେ ଜଣେ ବିଚାରପତିଙ୍କ ଆଚରଣ ସହଜରେ ଜଣାପଡୁ ନାହିଁ। ସେ କହିଛନ୍ତି, ଯଦି କାର୍ଯ୍ୟର ମୂଲ୍ୟାଙ୍କନର ଏହି ଗୁରୁତ୍ୱପୂର୍ଣ୍ଣ ସୂଚକ ସର୍ବସାଧାରଣରେ ଉପଲବ୍ଧ ନହୁଏ, ତେବେ ଜଣେ ବିଚାରପତିଙ୍କ କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବା କଷ୍ଟସାଧ୍ୟ ହେବ ଏବଂ ନ୍ୟାୟିକ ଉତ୍ତରଦାୟିତ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ଯଦିଓ ଆଇନଗତ ଗଣମାଧ୍ୟମ ବଢୁଛି ଏବଂ ନ୍ୟାୟିକ ପ୍ରକ୍ରିୟାର ରିପୋର୍ଟ ବୃଦ୍ଧି ପାଇବାରେ ଲାଗିଛି। ତେବେ ବି ଏହା ସୀମିତ ରହିଛି। ନ୍ୟାୟିକ ପ୍ରକ୍ରିୟା ଜନସାଧାରଣଙ୍କ ପାଇଁ ଖୋଲା ନହେଲେ, କୋର୍ଟର କାର୍ଯ୍ୟ ସମ୍ପର୍କରେ ବୁଝିବା ଜନସାଧାରଣଙ୍କ ପକ୍ଷେ ସମ୍ଭବ ନୁହେଁ। ପ୍ରକ୍ରିୟାର ନ୍ୟାୟିକ ଷ୍ଟ୍ରିମିଂ ଆଇନ ଛାତ୍ର, ଯୁବକ ଏବଂ ବରିଷ୍ଠ ନାଗରିକମାନଙ୍କ ପାଇଁ ଶିକ୍ଷାର ଏକ ମାଧ୍ୟମ ସାବ୍ୟସ୍ତ ହୋଇଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri