Posted inଜାତୀୟ

ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ

ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ ଉକ୍ତ ପଦବୀରେ ରହିବେ। ଗତ ୬ ତାରିଖରେ ୟୁପି ରାଜ୍ୟପାଳ ଆନନ୍ଦୀ ବେନ୍‌ ପଟେଲ୍‌ ଯାଦବଙ୍କୁ ତୃତୀୟ ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ।
ଲକ୍ଷ୍ନୌ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଭାବେ ଯାଦବ ୨୦୨୦ ସେପ୍ଟେମ୍ବର ୩୦ରେ ବାବ୍ରୀ ମସ୍‌ଜିଦ ମାମଲାରେ ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ, କଲ୍ୟାଣ ସିଂଙ୍କ ସମେତ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ବାବ୍ରୀ ମସ୍‌ଜିଦ ଭାଙ୍ଗିବା କୌଣସି ପୂର୍ବ ଯୋଜନା ନ ଥିଲା। ଅଭିଯୁକ୍ତମାନେ ଲୋକମାନଙ୍କୁ ମସ୍‌ଜିଦ ଭାଙ୍ଗିବା ଲାଗି ଉସୁକାଇ ନ ଥିଲେ ବରଂ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବୋଲି ସ୍ବତନ୍ତ୍ର ସିବିଆଇ ବିଚାରପତି ଯାଦବ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଯେଉଁମାନେ ମସ୍‌ଜିଦ ଉପରେ ଚଢ଼ିଥିଲେ ସେମାନଙ୍କୁ ଅସାମାଜିକ ତତ୍ତ୍ୱ ବୋଲି କୁହାଯାଇଥିଲା। ଉକ୍ତ ମାମଲାର ବିଚାର ଶେଷ କରିବା ଲାଗି ସୁପ୍ରିମକୋର୍ଟ ସ୍ବତନ୍ତ୍ର ଭାବେ ତାଙ୍କର କାର୍ଯ୍ୟକାଳ ବଢ଼ାଇଥିଲେ। ଏହା ପରେ ଯାଦବ ଅବସର ନେଇଥିଲେ।
ରାଜନୈତିକ ପୃଷ୍ଠଭୂମି ନ ଥିବା ବ୍ୟକ୍ତିଙ୍କୁ ଲୋକାୟୁକ୍ତ ନିଯୁକ୍ତ କରାଯାଇଥାଏ। ଏହି ବୈଧାନିକ ସଂସ୍ଥା ମୁଖ୍ୟତଃ ଦୁର୍ନୀତି, ସରକାରୀ କଳର କୁପରିଚାଳନା, ସରକାରୀ ଅଧିକାରୀ କିମ୍ବା ମନ୍ତ୍ରୀମାନଙ୍କ କ୍ଷମତାର ଦୁରୁପଯୋଗ ଆଦି ଅଭିଯୋଗର ତଦନ୍ତ କରିଥାଏ। ଅଯୋଧ୍ୟାର ବାବ୍ରୀ ମସ୍‌ଜିଦକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗି ରହିଥିବାବେଳେ ୧୯୯୨ ଡିସେମ୍ବର ୬ରେ ଭାଜପା ନେତା ଆଡଭାନୀ, ଜୋଷୀ, ଉମାଭାରତୀଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ହଜାର ହଜାର କରସେବକ ଷୋଡ଼ଶ ଶତାବ୍ଦୀର ଏହି ସୌଧକୁ ଭାଙ୍ଗି ଦେଇଥିଲେ। ଦୀର୍ଘବର୍ଷର ତଦନ୍ତ ଓ ବିଚାର ପରେ ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri