ଆଇଏଫ୍‌ଏଫ୍‌ଏମ୍‌ର ଜଜ୍‌ ତମନ୍ନା

ହାଇଦ୍ରାବାଦ: ଚଳଚ୍ଚିତ୍ର ଅଭିନେତ୍ରୀ ତମନ୍ନା ଭାଟିଆ ଚଳିତ ବର୍ଷ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ନ (ଆଇଏଫ୍‌ଏଫ୍‌ଏମ୍‌)ରେ ଜଜ୍‌ ହେବାକୁ ଯାଉଛନ୍ତି। ପ୍ରତିଯୋଗିତାରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଭାରତୀୟ ଡାନ୍ସରଙ୍କ ସମେତ ଫିଜି, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆର ନୃତ୍ୟଶିଳ୍ପୀ ଏଥିରେ ଅଂଶଗ୍ରହଣ କରିବେ। ତମନ୍ନାଙ୍କ ସହ ମିସ୍‌ ଅଷ୍ଟ୍ରେଲିଆ, ମିସ୍‌ କ୍ରିଷ୍ଟେନ୍‌ ରାଇଟ୍ସ୍‌ ମଧ୍ୟ କାର୍ଯ୍ୟକ୍ରମର ଜଜ୍‌ ଦାୟିତ୍ୱରେ ରହିବେ। ଆଇଏଫଏଫ୍‌ଏମ୍‌ରେ ଜଜ୍‌ ହେବା ନେଇ ତମନ୍ନା ବେଶ୍‌ ଖୁସିଥିବା ଜଣାପଡ଼ିଛି। ବଲିଉଡ୍‌ ଗୀତ ଓ ନାଚର ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ବିଶେଷ କରି ଅଷ୍ଟ୍ରେଲିଆରେ ବଲିଉଡ୍‌ ସଙ୍ଗୀତର କ୍ରେଜ୍‌ ଖୁବ୍‌ ବେଶି ବୋଲି ଫେଷ୍ଟିଭାଲ ନିର୍ଦ୍ଦେଶକ ମିଟୁ ଭୋଉମିକ୍‌ କହିଛନ୍ତି। ଗତ ଦୁଇ ବର୍ଷ ଆଇଏଫ୍‌ଏଫ୍‌ଏମ୍‌ ପ୍ରତିଯୋଗିତା ଭର୍ଚୁଆଲମୋଡ୍‌ରେ କରାଯାଇଥିବାବେଳେ ଚଳିତ ବର୍ଷ ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଏହା ଅନୁଷ୍ଠିତ ହେବାକୁ ଯାଉଛି। ଅଗଷ୍ଟ ୧୨ରୁ ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ କାର୍ଯ୍ୟକ୍ରମର ହୋଷ୍ଟିଂ ଦାୟିତ୍ୱରେ ଅଭିଷେକ ବଚ୍ଚନ, ଅନୁରାଗ କଶ୍ୟପ ଏବଂ ବାଣୀ କପୁର ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

Share