କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟିକଲେ ବିଚାରପତି

ଝରିଗାଁ,୪ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ କୋର୍ଟ ପରିସରରେ ଶନିବାର ୭୭ତମ ବନ ମହୋତ୍ସବ ସପ୍ତାହ ଅବସରରେ ଝରିଗାଁ କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି କରିଛନ୍ତି ବିଚାରପତି। ଏଥିରେ ପ୍ରଥମଶ୍ରେଣୀ ବିଚାରପତି ସ୍ମିତା ଲାକ୍ରା ଯୋଗଦେଇ ବିଭିନ୍ନ ପ୍ରକାରର ଔଷଧୀୟ ଓ ମୂଲ୍ୟବାନ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସହ ବୃକ୍ଷର ଆବଶ୍ୟକତା, ଉପକାରିତା ସମ୍ପର୍କରେ ଆଲୋକପାତ କରି ସବୁଜ ପରିବେଶ ସୃଷ୍ଟି ଲାଗି ସଚେତନ କରାଇ ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଦୁଇ ସରକାରୀ ଓକିଲ ପ୍ରଦୀପ ପଟ୍ଟନାୟକ, ସୁବାଷ ପଟ୍ଟନାୟକ, ଓକିଲ ଚନ୍ଦ୍ରଭାନୁ ନାୟକ, ସଞ୍ଜୟ ନାୟକ, ମଧ୍ୟମ ଖାରାତୀ,ଅରୁଣ ସିଂ, ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ ସିଂ, କୋର୍ଟ ବରିଷ୍ଠ କିରାଣୀ ସୁଚିସ୍ମିତା ତ୍ରିପାଠୀ ଶୁଭଶ୍ରୀ ଲେଙ୍କା, ଶୁଭଶ୍ରୀ ସାହୁ,ଏମ. ଭାଗ୍ୟଜ୍ୟୋତି, ସନ୍ତୋଷୀ ଦୋରା, ସଚିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Dharitri –Odisha’s No.1 Trusted Odia Daily

Share