Categories: ବାଣିଜ୍ୟ

ଅନୁଗୋଳରେ ରେଳ ମିଲ୍‌ କରିବ ଜେଏସ୍‌ପି

ଭୁବନେଶ୍ୱର,୧୪।୪: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ପକ୍ଷରୁ ଓଡ଼ିଶାରେ ରେଳ ମିଲ୍‌ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପି ଓଡ଼ିଶାର ଅନୁଗୋଳସ୍ଥିତ ଷ୍ଟିଲ୍‌ କମ୍ପ୍ଲେକ୍ସଠାରେ ୧.୨ ଏମ୍‌ଟିପିଏ କ୍ଷମତାସମ୍ପନ୍ନ ଏକ ନୂତନ ରେଳ ମିଲ୍‌ ସ୍ଥାପନ କରାଯିବ। ବିଶେଷକରି ଉକ୍ତ ମିଲ୍‌ ସ୍ଥାପନ ସହ କାର୍ଯ୍ୟକ୍ଷମ ହୋଇଗଲା ପରେ କମ୍ପାନୀର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମ୍‌ଟିପିଏ ହୋଇଯିବ ବୋଲି ଜେଏସ୍‌ପି ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଜେଏସ୍‌ପିର ଛତିଶଗଡ଼ସ୍ଥିତ ରାୟଗଡ଼ ପ୍ଳାଣ୍ଟଠାରେ ୧୧୭୫ ଏଚ୍‌ଟି, ଏସିମେଟ୍ରିକ ରେଳ, ଆର୍‌ ୩୫୦ ଏଚ୍‌ଟି ଏବଂ ବିଶେଷକରି ମେଟ୍ରୋ ଓ ତ୍ୱରିତ ରେଳ ପରିବହନ ପ୍ରକଳ୍ପ ନିମନ୍ତେ ୧୦୮୦ ଏଚ୍‌ଏଚ୍‌ ରେଳର ବିକଶିତ କରିଛି। ଏହିସବୁ ଉତ୍ପାଦ ଆମଦାନୀ ବିକଳ୍ପ ଏବଂ ୨୫ ଏମ୍‌ଟିରୁ ଅଧିକ ଏକ୍ସେଲ ଲୋଡ୍‌ ନିମନ୍ତେ ମଧ୍ୟ ଆବଶ୍ୟକ ହୋଇଥାଏ l ଏହି ରେଳ ଗୁଡିକ ମୌଳିକତଃ ମେଟ୍ରୋ ରେଳ ନିଗମ, ତ୍ୱରିତ ଗତି ଏବଂ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ବ୍ୟବହୃତ ହୋଇଥାଏ। ସେହିଭଳି ରାୟଗଡ଼ ରେଳ ମିଲ୍‌ ନିୟମିତ ଭାବେ ଭାରତୀୟ ରେଳ, ଡିଏଫ୍‌ସିସି ଏବଂ ରାଷ୍ଟ୍ରର ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ପରିଯୋଜନା ନିମନ୍ତେ ୨୬୦ ମିଟର ରେଳର ଯୋଗାଣ କରିଛି। ଏଥିରେ ନୂ୍ୟନତମ ୱେଲଡିଂ ହେବା ସହ ରେଳ ଟ୍ରାକର ସୁରକ୍ଷା ସହ ଆରାମଦାୟକ ଯାତ୍ରା ପ୍ରଦାନ କରିବା ନିମନ୍ତେ ଏହା ବେଶ୍‌ ଉପଯୋଗୀl ଜେଏସ୍‌ପିର ୧୦୮୦ ଏଚ୍‌ଏଚ୍‌ ଗ୍ରେଡ୍‌ର ସ୍ବତନ୍ତ୍ର ରେଳର ଉପଯୋଗ ଦେଶର ପ୍ରାୟ ସମସ୍ତ ମେଟ୍ରୋ ଏବଂ ଆର୍‌ଆର୍‌ଟିଏସ୍‌ ପରିଯୋଜନାରେ ବ୍ୟବହୃତ ହୋଇଥାଏ l ଏହି ରେଳଗୁଡିକ ରାଷ୍ଟ୍ରର ସ୍ବତନ୍ତ୍ର ନାଗରିକ, ସୈନ୍ୟ ଏବଂ ଅନ୍ୟାନ୍ୟ ଦୁର୍ଗମ ପରିଯୋଜନାରେ ବ୍ୟବହୃତ ହୋଇଥାଏl ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରର ୟୁଏସ୍‌ବିଆର୍‌ଏଲ୍‌ ଏବଂ ପଶ୍ଚିମବଙ୍ଗର ସିବୋକ-ରଙ୍ଗପୋ ପରିଯୋଜନା ଇତ୍ୟାଦି।
ଏ ସମ୍ପର୍କରେ ଜେଏସ୍‌ପିର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା କହିଛନ୍ତି, ଦେଶରେ ଘରୋଇ ଉତ୍ପାଦ ଉପଲବ୍ଧ କରାଇବା ସହ ଆତ୍ମନିର୍ଭର ଭାରତ ପଥରେ ଏକ ସମର୍ପିତ ସହଯୋଗୀ ହେବା ଏବଂ ସରକାରଙ୍କ ଉଲ୍ଲେଖନୀୟ ଗତିଶକ୍ତି ଯୋଜନାକୁ ସମର୍ଥନ କରିବା ନିମନ୍ତେ କମ୍ପାନୀ ପ୍ରତିବଦ୍ଧ । ଜେଏସ୍‌ପି ଭାରତୀୟ ରେଳ ନେଟ୍‌ୱାର୍କର ଆଧୁନିକୀକରଣରେ ସହଯୋଗ କରିବା ସହ ନିଜର ରେଳ ନିର୍ମାଣ କ୍ଷମତା ମଧ୍ୟ ବୃଦ୍ଧି କରୁଛି। ଏପରିକି ଆମେ ଦୂରଗାମୀ ଭାବେ ଭବିଷ୍ୟତରେ ଦେଶର ଚାହିଦା ପୂରଣ କରିବା ସହ ବିଦେଶରେ ମଧ୍ୟ ରେଳ ଧାରଣା ଯୋଗାଣ ନିମନ୍ତେ ତତ୍ପର ଅଛୁ। ବିଶେଷ କରି ରେଳ ଭିତ୍ତିଭୂମି ନିର୍ମାଣରେ ଜେଏସ୍‌ପି ସଫଳତାର ସହ ୬୦ଇ୧ ୧୧୭୫ ଏଚ୍‌ଟି ରେଳ ଧାରଣା ତିଆରି କରୁଛ l ଫଳରେ ଏହା ଦ୍ରୁତ ଏବଂ ଉଚ୍ଚ ଏକ୍ସେଲ ଲୋଡ ନିମନ୍ତେ ଉପଯୁକ୍ତ । ଭାରତୀୟ ରେଳ ମଧ୍ୟ ୨୫ଏମ୍‌ଟିରୁ ଅଧିକ ଲୋଡ୍‌ ଏବଂ ୨୦୦ କି.ମି. ପ୍ରତି ଘଣ୍ଟା ସ୍ପିଡ୍‌ ଯୋଗ୍ୟ ରେଳ ଟ୍ରାକ୍‌ ସିଷ୍ଟମର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରିଛି l ଜେଏସ୍‌ପି ଭାରତରେ ତିଆରି ଏଭଳି ରେଳ ଧାରଣା ଅନେକ ରାଷ୍ଟ୍ରକୁ ରପ୍ତାନି ମଧ୍ୟ କରୁଛି l ଏଥିମଧ୍ୟରେ ୟୁରୋପୀୟ ରେଲୱେଜ ମଧ୍ୟ ସାମିଲ ରହିଛି।

Share