Categories: ବାଣିଜ୍ୟ

ରେନ୍ୟୁ ପାୱାର ସହ ଜେଏସ୍‌ଏଲ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୬।୧୨: ଦେଶର ପ୍ରମୁଖ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌) ସହ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାରର ନିକଟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏପରିକି ଯାଜପୁର ପ୍ଲାଣ୍ଟକୁ ଶକ୍ତି ଯୋଗାଣ ପାଇଁ ଏକ ୟୁଟିଲିଟି ସ୍କେଲ କ୍ୟାପ୍ଟିଭ ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଦେଶର ସର୍ବବୃହତ ନବୀକରଣଯୋଗ୍ୟ ଶକ୍ତି କମ୍ପାନୀ ରେନ୍ୟୁ ପାୱାର ସହ ଉକ୍ତ ଚୁକ୍ତିନାମା ହୋଇଥିବା ଜଣାପଡିଛି। ବିଶେଷ କରି ୧୦୦ମେଗାୱାଟର ଚୁକ୍ତିଭିତ୍ତିକ କ୍ଷମତା ପ୍ରତି ବର୍ଷ ୭୦୦ନିୟୁତ ୟୁନିଟ୍‌ ଶକ୍ତି ସୌର ଏବଂ ପବନ ଉତ୍ପାଦିତ ଶକ୍ତି ପ୍ରକଳ୍ପର ମିଶ୍ରଣ ମାଧ୍ୟମରେ ଉତ୍ପନ୍ନ ହେବ। ଏହି ଅଭିନବ ବାୟୁ-ସୌର ହାଇବ୍ରିଡ୍‌ ସମାଧାନ ସହ ଉଚ୍ଚକ୍ଷମତା ବ୍ୟବହାର କାରକ, ଚୁକ୍ତିଭିତ୍ତିକ କ୍ଷମତାର ୟୁନିଟ୍‌ ପିଛା ଯଥେଷ୍ଟ ଅଧିକ ଶକ୍ତି ଉତ୍ପାଦନ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି। ଏଥି ସହିତ ରେନ୍ୟୁ ପାୱାର ତା’ର ରାଉଣ୍ଡ ଦ କ୍ଲକ୍‌ (ଆରଟିସି) ସମାଧାନକୁ ମଧ୍ୟ ବି୨ବି ସ୍ପେସକୁ ଆଣିଛି, ଯାହା ଗତ ବର୍ଷ ଆରମ୍ଭରେ ୟୁଟିଲିଟି ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା

ଏ ସମ୍ପର୍କରେ ଜେଏସଏଲର ଏମଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଭାରତର ଶୂନ୍ୟ କାର୍ବନ ନିର୍ଗମନର ଲକ୍ଷ୍ୟ ସହ ତାଳ ମିଳାଇ ଜିନ୍ଦଲ ଷ୍ଟେନଲେସ କେବଳ ନବୀକରଣଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ବଦ୍ଧ ଏବଂ ଏହି ପଦକ୍ଷେପ ଆମର ସଂକଳ୍ପକୁ ଆହୁରି ଦୃଢ କରିଛି। ରେନ୍ୟୁ ପାୱାର ସହ ଆମର ପ୍ରକଳ୍ପ ୨୦୨୪ ମେ ସୁଦ୍ଧା ବାଣିଜି୍ୟକ କାର୍ଯ୍ୟ ଆରମ୍ଭ କରିବ ଏବଂ ପ୍ରତିବର୍ଷ ୬.୫ ଲକ୍ଷ ଟନରୁ ଅଧିକ କାର୍ବନ ଅବରୋଧରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ। ସେହିଭଳି ରେନ୍ୟୁ ପାୱାରର ପ୍ରତିଷ୍ଠାତା, ଚେୟାରମ୍ୟାନ୍‌ ତଥା ସିଇଓ ସୁମନ୍ତ ସିହ୍ନା କହିଛନ୍ତି, ଭାରତୀୟ ଉତ୍ପାଦନ କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ସ ବିକାଶରେ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ ସହ ଅଂଶୀଦାର ହୋଇ ଆମେ ବେଶ ଆନନ୍ଦିତ ଅଛୁ।

Share