ଡାସଲ୍‌ଟ ସିଷ୍ଟମ ଆପଣାଇବ ଜେଏସ୍‌ଏଲ୍‌

ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଭାରତର ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ନିର୍ମାତା ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ସମସ୍ତ ୟୁନିଟ୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡାସଲ୍‌ଟ ସିଷ୍ଟମକୁ ଆପଣାଇବା ସହ ତା’ର ଉପତ୍ାଦନ ଯୋଜନା, ସିଡ୍ୟୁଲିଂ ଓ ନିର୍ବାହ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଜେଏସ୍‌ଏଲ୍‌ର କ୍ଷମତାକୁ ବାର୍ଷିକ ଉପତ୍ାଦନ ୨.୯ ନିୟୁତ ଟନ୍‌ ଏମ୍‌ଟିପିଏରେ ପରିଣତ କରିବ। ଫଳରେ ଜେଏସ୍‌ଏଲ୍‌ର ୟୁନିଟ୍‌ଗୁଡିକରୁ ଉତ୍ପାଦିତଗୁଡିକୁ ମିଶ୍ରଣକରି ଦ୍ୱିଗୁଣିତ କରିବ ଓ ଜେଏସ୍‌ଏଲ୍‌ର ହିସାର (ହରିୟାଣା) ଏବଂ ଯାଜପୁର (ଓଡ଼ିଶା) ମଧ୍ୟରେ ଉପତ୍ାଦନ ଓ କାର୍ଯ୍ୟ ପରିଚାଳନାକୁ କ୍ରମାଗତ ଭାବେ ପରିଚାଳନା କରିବ।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ପୁରୁଣା ପ୍ରଣାଳୀକୁ ସୃଜନଶୀଳ ଭାବେ ଭାଙ୍ଗିବା ଓ ଡିଜିଟାଇଜେଶନ ଓ ସ୍ବୟଂଚାଳିତ ସହ ନୂଆ ଯୁଗର ମଡେଲ ଗ୍ରହଣ କରିବା ଦିଗରେ ଆମର ଏହା ଆଉ ଏକ ସାହସିକ ପଦକ୍ଷେପ। ଏପରିକି କିଛି ବର୍ଷ ପୂର୍ବେ ଆମେ ଭାରତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉଦ୍ୟୋଗରେ ଏକ ଅଗ୍ରଣୀ ଓ ପ୍ରଥମ ସଙ୍ଗଠନ ଥିଲୁ, ଯାହା ଫଳରେ ଆମ ସହିତ ସବୁ ବର୍ଗର ଗ୍ରାହକ ଯୋଡ଼ିହୋଇଥିଲେ। ସେହିଭଳି ବର୍ତମାନ ଆମେ କାର୍ଯ୍ୟ କ୍ଷେତ୍ରରେ ୩୬୦ ଡିଗ୍ରୀର ଏକୀକରଣ ଦିଗରେ କାର୍ଯ୍ୟ କରୁଛୁ। ଅପରପକ୍ଷରେ ଜେଏସ୍‌ଏଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ କୋରିନେ ବୁଲୋଟା କହିଛନ୍ତି, ଏହା ଆମକୁ ରିୟଲ ଟାଇମ ଭିଜିବିଲିଟି, ସିମୁଲେଶନ ଓ ଅପ୍ଟିମାଇଜେଶନ କ୍ଷମତା ବଢାଇବାରେ ସାହାଯ୍ୟ କରିବ। ଜିନ୍ଦଲ ଷ୍ଟେନ୍‌ଲେସ୍‌ ଉପତ୍ାଦନ ପ୍ରଣାଳୀର ଭର୍ଚୁଆଲ ଅଭିଜ୍ଞତା ଜିନ୍ଦଲ ଷ୍ଟେନ୍‌ଲେସକୁ କାର୍ଯ୍ୟକ୍ଷମତା ଓ ଉପତ୍ାଦର ଗୁଣବତ୍ତାକୁ ଉନ୍ନତ କରିବାରେ ବ୍ୟାପକ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?