ଜେଏସ୍‌ଏଲ୍‌ ପକ୍ଷରୁ ମୁମ୍ବାଇ ମେଟ୍ରୋ ପ୍ରକଳ୍ପକୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଣ

ନୂଆଦିଲ୍ଲୀ,୨୧।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପକ୍ଷରୁ ମୁମ୍ବାଇ ମେଟ୍ରୋ ରେଳ ପ୍ରକଳ୍ପକୁ ଆବଶ୍ୟକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଉତ୍ସାହ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋ ଲାଇନ ୨ଏ ଓ ୭ ର ୨ୟ ପର୍ଯ୍ୟାୟ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ ବାହ୍ୟ ପ୍ୟାନେଲ, କାର ପାଇଁ ଷ୍ଟେନ୍‌ଲେସ ଷ୍ଟିଲ୍‌ ଯୋଗାଇଛି। ଏପରିକି ଉକ୍ତ ପ୍ରକଳ୍ପ ପାଇଁ କାର୍‌ ବଡି, ଷ୍ଟ୍ରକଚର, ରୁଫ୍‌, ଇଣ୍ଟେରିୟର, ଅଣ୍ଡରଫ୍ରେମ ଓ ଅନ୍ୟାନ୍ୟ ସାମଗ୍ରୀର ଅଂଶ ବ୍ୟବହାର କରାଯିବ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ସମାରୋହରେ ମୁମ୍ବାଇ ମେଟ୍ରୋ ଲାଇନର ଉଦ୍‌ଘାଟନ କରାଯାଇଥିଲା। ସେହିପରି ଉକ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌ ବିଭିନ୍ନ ଟେପରରେ ୨ଜେ ଫିନିସ୍‌ରେ ଉଚ୍ଚମାନର ଷ୍ଟେନ୍‌ଲେସ ଷ୍ଟିଲ୍‌ ଗ୍ରେଡ୍‌ ୩୦୧ ଏଲ୍‌ଏନ୍‌ ଯୋଗାଇବା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁୟାରୀରେ ଆରମ୍ଭ ହୋଇଥିବା ଉକ୍ତ ଯୋଗାଣ ପ୍ରକ୍ରିୟା ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଉଛି। ଏପରିକି କମ୍ପାନୀ ଉକ୍ତ ପ୍ରକଳ୍ପ ପାଇଁ ଦେଶର ବିଭିନ୍ନ ଉପତ୍ାଦନ ୟୁନିଟ୍‌ରୁ ସାମଗ୍ରୀ ଯୋଗାଉଛି। ସୂଚନାଯୋଗ୍ୟ, ଉକ୍ତ ପ୍ରକଳ୍ପ ପାଇଁ ପ୍ରାୟ ୫୭୬୦ ଏମ୍‌ଟି ଷ୍ଟେନ୍‌ଲେସ୍‌ ଷ୍ଟିଲ ଯଥାକ୍ରମେ ୧୮.୬ କି.ମି. ୨ଏ ମେଟ୍ରୋ ଲାଇନ ଓ ୧୬.୫ କି.ମି. ୭ ମେଟ୍ରୋ ଲାଇନର ବିକାଶ ପାଇଁ ବ୍ୟବହୃତ ହେବ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଦେଶର ବିକାଶ ପଥରେ ସାମିଲ ହେବା ଆମ ପାଇଁ ଗର୍ବର ବିଷୟ ହୋଇଥିଲେ ମଧ୍ୟ ଆମେ ସଦାସର୍ବଦା ସରକାରଙ୍କ ସହ କାର୍ଯ୍ୟ କରିବାକୁ ପସନ୍ଦ କରିଥାଉ। ଏପରିକି ମୁମ୍ବାଇ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ତଥା ପୂର୍ଣ୍ଣ ବ୍ୟବହାରଯୋଗ୍ୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଛି। ବିଶେଷକରି ମେଟ୍ରୋ ଓ ରେଳ ପ୍ରକଳ୍ପ ପାଇଁ ସରକାରଙ୍କ ସହ ସହଭାଗୀ ହୋଇଥିବାରୁ ଆମେ ସର୍ବଦା ଗର୍ବିତ ଏବଂ ସ୍ବଳ୍ପ ବର୍ଜ୍ୟବସ୍ତୁ ବୃତ୍ତିଗତ ଅର୍ଥନୀତିକୁ ସକ୍ଷମ କରାଇବା ପାଇଁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ହେଉଛି ସାମଗ୍ରୀର ସବୁଠାରୁ ସ୍ଥାୟୀ ପସନ୍ଦ। ଆମର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣି ଉନ୍ନତମାନର ସାମଗ୍ରୀ ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ। ଅତୀତରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଦିଲ୍ଲୀ, କୋଲକାତା, ବାଙ୍ଗାଲୋର, ଚେନ୍ନାଇ ଓ ଅନ୍ୟାନ୍ୟ ମେଟ୍ରୋ ପ୍ରକଳ୍ପ ବ୍ୟତୀତ ସିଡ୍‌ନୀ ଓ କୁଇନ୍‌ସଲାଣ୍ଡର ମେଟ୍ରୋ ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri