ଜେଏସ୍‌ଏଲ୍‌ ପକ୍ଷରୁ ମୁମ୍ବାଇ ମେଟ୍ରୋ ପ୍ରକଳ୍ପକୁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଣ

ନୂଆଦିଲ୍ଲୀ,୨୧।୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ପକ୍ଷରୁ ମୁମ୍ବାଇ ମେଟ୍ରୋ ରେଳ ପ୍ରକଳ୍ପକୁ ଆବଶ୍ୟକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପକୁ ଉତ୍ସାହ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୁମ୍ବାଇ ମେଟ୍ରୋ ଲାଇନ ୨ଏ ଓ ୭ ର ୨ୟ ପର୍ଯ୍ୟାୟ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ ବାହ୍ୟ ପ୍ୟାନେଲ, କାର ପାଇଁ ଷ୍ଟେନ୍‌ଲେସ ଷ୍ଟିଲ୍‌ ଯୋଗାଇଛି। ଏପରିକି ଉକ୍ତ ପ୍ରକଳ୍ପ ପାଇଁ କାର୍‌ ବଡି, ଷ୍ଟ୍ରକଚର, ରୁଫ୍‌, ଇଣ୍ଟେରିୟର, ଅଣ୍ଡରଫ୍ରେମ ଓ ଅନ୍ୟାନ୍ୟ ସାମଗ୍ରୀର ଅଂଶ ବ୍ୟବହାର କରାଯିବ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ସମାରୋହରେ ମୁମ୍ବାଇ ମେଟ୍ରୋ ଲାଇନର ଉଦ୍‌ଘାଟନ କରାଯାଇଥିଲା। ସେହିପରି ଉକ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟେନ୍‌ଲେସ୍‌ ବିଭିନ୍ନ ଟେପରରେ ୨ଜେ ଫିନିସ୍‌ରେ ଉଚ୍ଚମାନର ଷ୍ଟେନ୍‌ଲେସ ଷ୍ଟିଲ୍‌ ଗ୍ରେଡ୍‌ ୩୦୧ ଏଲ୍‌ଏନ୍‌ ଯୋଗାଇବା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁୟାରୀରେ ଆରମ୍ଭ ହୋଇଥିବା ଉକ୍ତ ଯୋଗାଣ ପ୍ରକ୍ରିୟା ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଉଛି। ଏପରିକି କମ୍ପାନୀ ଉକ୍ତ ପ୍ରକଳ୍ପ ପାଇଁ ଦେଶର ବିଭିନ୍ନ ଉପତ୍ାଦନ ୟୁନିଟ୍‌ରୁ ସାମଗ୍ରୀ ଯୋଗାଉଛି। ସୂଚନାଯୋଗ୍ୟ, ଉକ୍ତ ପ୍ରକଳ୍ପ ପାଇଁ ପ୍ରାୟ ୫୭୬୦ ଏମ୍‌ଟି ଷ୍ଟେନ୍‌ଲେସ୍‌ ଷ୍ଟିଲ ଯଥାକ୍ରମେ ୧୮.୬ କି.ମି. ୨ଏ ମେଟ୍ରୋ ଲାଇନ ଓ ୧୬.୫ କି.ମି. ୭ ମେଟ୍ରୋ ଲାଇନର ବିକାଶ ପାଇଁ ବ୍ୟବହୃତ ହେବ। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଦେଶର ବିକାଶ ପଥରେ ସାମିଲ ହେବା ଆମ ପାଇଁ ଗର୍ବର ବିଷୟ ହୋଇଥିଲେ ମଧ୍ୟ ଆମେ ସଦାସର୍ବଦା ସରକାରଙ୍କ ସହ କାର୍ଯ୍ୟ କରିବାକୁ ପସନ୍ଦ କରିଥାଉ। ଏପରିକି ମୁମ୍ବାଇ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ତଥା ପୂର୍ଣ୍ଣ ବ୍ୟବହାରଯୋଗ୍ୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଉଛି। ବିଶେଷକରି ମେଟ୍ରୋ ଓ ରେଳ ପ୍ରକଳ୍ପ ପାଇଁ ସରକାରଙ୍କ ସହ ସହଭାଗୀ ହୋଇଥିବାରୁ ଆମେ ସର୍ବଦା ଗର୍ବିତ ଏବଂ ସ୍ବଳ୍ପ ବର୍ଜ୍ୟବସ୍ତୁ ବୃତ୍ତିଗତ ଅର୍ଥନୀତିକୁ ସକ୍ଷମ କରାଇବା ପାଇଁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ହେଉଛି ସାମଗ୍ରୀର ସବୁଠାରୁ ସ୍ଥାୟୀ ପସନ୍ଦ। ଆମର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣି ଉନ୍ନତମାନର ସାମଗ୍ରୀ ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ। ଅତୀତରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଦିଲ୍ଲୀ, କୋଲକାତା, ବାଙ୍ଗାଲୋର, ଚେନ୍ନାଇ ଓ ଅନ୍ୟାନ୍ୟ ମେଟ୍ରୋ ପ୍ରକଳ୍ପ ବ୍ୟତୀତ ସିଡ୍‌ନୀ ଓ କୁଇନ୍‌ସଲାଣ୍ଡର ମେଟ୍ରୋ ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri