ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୦।୧୦:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍‌ ଡିରେକ୍ଟରସ) ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଚଳିତ ଆର୍ଥତ୍କ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨ୟ ତ୍ରୈମାସିକ ପାଇଁ କମ୍ପାନୀର ସ୍ବତନ୍ତ୍ର ସେଲ୍ସ ଭଲ୍ୟୁମ ୨୬% ବାର୍ଷିକ ଅଭିବୃଦ୍ଧି ସହ ୫୪୩,୬୧୯ ମେଟ୍ରିକ୍‌ ଟନ୍‌ ରହିଛି, ଯାହାର କାରଣ ହେଉଛି ଘରୋଇ ବଜାରରେ ଭଲ ଚାହିଦା ତଥା ମାନ୍ଦାବସ୍ଥାରେ ବୈଶ୍ୱିକ ବଜାରର ଚାହିଦାକୁ ପୂରଣ କରିପାରିବା। ଏହି ଅବଧିରେ କମ୍ପାନୀରେ ମୋଟ ଷ୍ଟାଣ୍ଡ ଏଲୋନ ରେଭେନ୍ୟୁ ବାର୍ଷିକ ୧୪% ଅଭିବୃଦ୍ଧି ସହ ୯୭୨୦ କୋଟି ଭାରତୀୟ ମୁଦ୍ରା ରହିଛି। ଯାହାର ଷ୍ଟାଣ୍ଡ ଏଲୋନ ଇବିଆଇଟିଡିଏ ୧୦୭୦କୋଟି ଭାରତୀୟ ମୁଦ୍ରା ରହିଥିବା ବେଳେ ଟିକସ ପରବର୍ତ୍ତୀ ଲାଭ (ପିଏଟି) ୬୦୯ କୋଟି ଭାରତୀୟ ମୁଦ୍ରା ରହିଛି। ଏହି କ୍ୱାର୍ଟରରେ ମୋଟ ଋଣ ୨୧୪୯ କୋଟି ଭାରତୀୟ ମୁଦ୍ରା ରେକର୍ଡ କରାଯାଇଥିବା ବେଳେ ମୋଟ ଋଣ-ଇକ୍ୟୁଟି ଅନୁପାତ ୦.୨ ରହିଛି, ଯାହାକି ମେଟାଲ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ବୋଲି କୁହାଯାଉଛି। ସେହିଭଳି ମୋଟ ଋଣ ଓ ଇବିଆଇଟିଡିଏ ଅନୁପାତରେ ଉନ୍ନତି ହୋଇ ୦.୫ ରହିଛି। ଏହି ସମୟରେ ଏକୀକୃତ ମୋଟ ଆୟ ୧୨% ଅଭିବୃଦ୍ଧି ଘଟି ୯୭୯୭ କୋଟି ଭାରତୀୟ ମୁଦ୍ରାରେ ପହଞ୍ଚତ୍ଛି। ଏକୀକୃତ ଇବିଆଇଟିଡିଏ ଏବଂ ପିଏଟି ଯଥାକ୍ରମେ ୧୨୩୧ କୋଟି ଭାରତୀୟ ମୁଦ୍ରା ଏବଂ ୭୬୪ କୋଟି ଭାରତୀୟ ମୁଦ୍ରା ରହିଛି। ସେହିପରି ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ବୋର୍ଡ ଅଫ୍‌ ଡିରେକ୍ଟରସ ୫୦% ଆନ୍ତରୀଣ ଲାଭାଂଶ ବା ଇକ୍ୟୁଟି ପିଛା ଦର ୧ (ଯାହାର ଫେସ୍‌ ଭାଲ୍ୟୁ ୨ଟଙ୍କା) ଟଙ୍କାକୁ ଅନୁମୋଦନ କରିଛନ୍ତି। ଅର୍ଥ ପରିଶୋଧ ପାଇଁ ସଦସ୍ୟମାନଙ୍କ ଅଧିକାର ନିର୍ଣ୍ଣୟ କରିବା ରେକର୍ଡ ତାରିଖକୁ ୨୦୨୩ ଅକ୍ଟୋବର ୨୮ ସ୍ଥିର କରାଯାଇଛି। ଅପରପକ୍ଷରେ ୨୦୨୩ ନଭେମ୍ବର ୧୭ ଅର୍ଥାତ୍‌ ଅନୁମୋଦନ ହେବାର ୩୦ ଦିନ ମଧ୍ୟରେ ଲାଭାଂଶ ପରିଶୋଧ କରାଯିବ। ସମୂହ ଦେୟ ପରିମାଣ ପାଖାପାଖି ୮୨ କୋଟି ୩୪ ଲକ୍ଷ ଟଙ୍କା ହେବ।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ସରକାରଙ୍କ ପ୍ରୋତ୍ସାହନରେ ଆମର ଘରୋଇ ସେଲ୍ସ ବାର୍ଷିକ ୧୫% ଅଭିବୃଦ୍ଧି ହୋଇଛି। ଏପରିକି ଜାତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ ୍‌ନୀତି ଆସିବାକୁ ଥିବା ବେଳେ ଭାରତରେ ମୁଣ୍ଡ ପିଛା ଷ୍ଟେନ୍‌ଲେସ୍‌ ଷ୍ଟିଲ ବ୍ୟବହାର ବର୍ତ୍ତମାନର ୨.୮କେଜିରୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶେଷକରି ଚାଇନାରୁ ଆମଦାନୀରେ ବାର୍ଷିକ ୫୫% ବୃଦ୍ଧି ହୋଇଛି। ଭାରତୀୟ ବଜାରରେ କମ୍‌ ଦାମ୍‌ର ଓ ନିମ୍ନ ମାନର ଚାଇନା ଉତ୍ପାଦ ଅବାଧରେ ପ୍ରବେଶ କରିବା କଥାକୁ ସୂଚାଉଛି। ଆମେ ଆଶା କରୁଛୁ ଯେ ସରକାର ଏ ଦିଗରେ ଦୃଷ୍ଟି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri