ଜେଏସ୍‌ଏଲ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୦।୧୦:ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍‌ ଡିରେକ୍ଟରସ) ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଚଳିତ ଆର୍ଥତ୍କ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨ୟ ତ୍ରୈମାସିକ ପାଇଁ କମ୍ପାନୀର ସ୍ବତନ୍ତ୍ର ସେଲ୍ସ ଭଲ୍ୟୁମ ୨୬% ବାର୍ଷିକ ଅଭିବୃଦ୍ଧି ସହ ୫୪୩,୬୧୯ ମେଟ୍ରିକ୍‌ ଟନ୍‌ ରହିଛି, ଯାହାର କାରଣ ହେଉଛି ଘରୋଇ ବଜାରରେ ଭଲ ଚାହିଦା ତଥା ମାନ୍ଦାବସ୍ଥାରେ ବୈଶ୍ୱିକ ବଜାରର ଚାହିଦାକୁ ପୂରଣ କରିପାରିବା। ଏହି ଅବଧିରେ କମ୍ପାନୀରେ ମୋଟ ଷ୍ଟାଣ୍ଡ ଏଲୋନ ରେଭେନ୍ୟୁ ବାର୍ଷିକ ୧୪% ଅଭିବୃଦ୍ଧି ସହ ୯୭୨୦ କୋଟି ଭାରତୀୟ ମୁଦ୍ରା ରହିଛି। ଯାହାର ଷ୍ଟାଣ୍ଡ ଏଲୋନ ଇବିଆଇଟିଡିଏ ୧୦୭୦କୋଟି ଭାରତୀୟ ମୁଦ୍ରା ରହିଥିବା ବେଳେ ଟିକସ ପରବର୍ତ୍ତୀ ଲାଭ (ପିଏଟି) ୬୦୯ କୋଟି ଭାରତୀୟ ମୁଦ୍ରା ରହିଛି। ଏହି କ୍ୱାର୍ଟରରେ ମୋଟ ଋଣ ୨୧୪୯ କୋଟି ଭାରତୀୟ ମୁଦ୍ରା ରେକର୍ଡ କରାଯାଇଥିବା ବେଳେ ମୋଟ ଋଣ-ଇକ୍ୟୁଟି ଅନୁପାତ ୦.୨ ରହିଛି, ଯାହାକି ମେଟାଲ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ବୋଲି କୁହାଯାଉଛି। ସେହିଭଳି ମୋଟ ଋଣ ଓ ଇବିଆଇଟିଡିଏ ଅନୁପାତରେ ଉନ୍ନତି ହୋଇ ୦.୫ ରହିଛି। ଏହି ସମୟରେ ଏକୀକୃତ ମୋଟ ଆୟ ୧୨% ଅଭିବୃଦ୍ଧି ଘଟି ୯୭୯୭ କୋଟି ଭାରତୀୟ ମୁଦ୍ରାରେ ପହଞ୍ଚତ୍ଛି। ଏକୀକୃତ ଇବିଆଇଟିଡିଏ ଏବଂ ପିଏଟି ଯଥାକ୍ରମେ ୧୨୩୧ କୋଟି ଭାରତୀୟ ମୁଦ୍ରା ଏବଂ ୭୬୪ କୋଟି ଭାରତୀୟ ମୁଦ୍ରା ରହିଛି। ସେହିପରି ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ବୋର୍ଡ ଅଫ୍‌ ଡିରେକ୍ଟରସ ୫୦% ଆନ୍ତରୀଣ ଲାଭାଂଶ ବା ଇକ୍ୟୁଟି ପିଛା ଦର ୧ (ଯାହାର ଫେସ୍‌ ଭାଲ୍ୟୁ ୨ଟଙ୍କା) ଟଙ୍କାକୁ ଅନୁମୋଦନ କରିଛନ୍ତି। ଅର୍ଥ ପରିଶୋଧ ପାଇଁ ସଦସ୍ୟମାନଙ୍କ ଅଧିକାର ନିର୍ଣ୍ଣୟ କରିବା ରେକର୍ଡ ତାରିଖକୁ ୨୦୨୩ ଅକ୍ଟୋବର ୨୮ ସ୍ଥିର କରାଯାଇଛି। ଅପରପକ୍ଷରେ ୨୦୨୩ ନଭେମ୍ବର ୧୭ ଅର୍ଥାତ୍‌ ଅନୁମୋଦନ ହେବାର ୩୦ ଦିନ ମଧ୍ୟରେ ଲାଭାଂଶ ପରିଶୋଧ କରାଯିବ। ସମୂହ ଦେୟ ପରିମାଣ ପାଖାପାଖି ୮୨ କୋଟି ୩୪ ଲକ୍ଷ ଟଙ୍କା ହେବ।
ଏ ସମ୍ପର୍କରେ ଜେଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ସରକାରଙ୍କ ପ୍ରୋତ୍ସାହନରେ ଆମର ଘରୋଇ ସେଲ୍ସ ବାର୍ଷିକ ୧୫% ଅଭିବୃଦ୍ଧି ହୋଇଛି। ଏପରିକି ଜାତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ ୍‌ନୀତି ଆସିବାକୁ ଥିବା ବେଳେ ଭାରତରେ ମୁଣ୍ଡ ପିଛା ଷ୍ଟେନ୍‌ଲେସ୍‌ ଷ୍ଟିଲ ବ୍ୟବହାର ବର୍ତ୍ତମାନର ୨.୮କେଜିରୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବିଶେଷକରି ଚାଇନାରୁ ଆମଦାନୀରେ ବାର୍ଷିକ ୫୫% ବୃଦ୍ଧି ହୋଇଛି। ଭାରତୀୟ ବଜାରରେ କମ୍‌ ଦାମ୍‌ର ଓ ନିମ୍ନ ମାନର ଚାଇନା ଉତ୍ପାଦ ଅବାଧରେ ପ୍ରବେଶ କରିବା କଥାକୁ ସୂଚାଉଛି। ଆମେ ଆଶା କରୁଛୁ ଯେ ସରକାର ଏ ଦିଗରେ ଦୃଷ୍ଟି ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri