ସିଜେ ଡାର୍ସଲ୍‌ ସହ ଜେଏସ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର,୧।୧୦: ଭାରତର ଅନ୍ୟତମ ଅଗ୍ରଣୀ ଲଜିଷ୍ଟିକ୍‌ ପ୍ରଦାନକାରୀ ସିଜେ ଡାର୍ସଲ୍‌ ଲଜିଷ୍ଟିକ୍‌ ଲିମିଟେଡ୍‌ ଏବଂ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଚ୍ଚ ଶକ୍ତି ବିଶିଷ୍ଟ ଜେଟି ଗ୍ରେଡ୍‌ ଷ୍ଟେନଲେସ୍‌ ଷ୍ଟିଲରେ (ବିଆଇଏସ୍‌ ୬୯୯୧ ସ୍ପେସିଫିକେଶନ୍‌ ଅନୁଯାୟୀ ଏନ୍‌୭ ନାମରେ ପରିଚିତ) ନିର୍ମିତ ଏହି କଣ୍ଟେନରଗୁଡ଼ିକ ପଲିମର ବ୍ୟାଟେରି ଏବଂ ରବର ସମେତ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ଡିଜାଇନ୍‌ କରାଯାଇଛି। ଏ ସମ୍ପର୍କରେ ଜେଏସଏଲର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି,ଭାରତର ଅଭିବୃଦ୍ଧିଶୀଳ ଅର୍ଥନୀତିର ମୂଳଦୁଆ ସାଜିଥିବା ଲଜିଷ୍ଟିକ୍‌ କ୍ଷେତ୍ରରେ ସ୍ଥାୟତ୍ୱର ଆବଶ୍ୟକତା ରହିଛି। ଲଜିଷ୍ଟିକ୍ସ ଏବଂ ଗତିଶକ୍ତିରେ ଷ୍ଟେନଲେସ୍‌ ଷ୍ଟିଲ୍‌ ସମାଧାନ ଏକ ସବୁଜ ଭବିଷ୍ୟତ ଦିଗରେ ଏକ ଆଶାଜନକ ମାର୍ଗ ପ୍ରଶସ୍ତ କରିଛି। ଜେଟି ଗ୍ରେଡ୍‌ ଷ୍ଟେନଲେସ୍‌ ଷ୍ଟିଲର ବ୍ୟବହାର କେବଳ କଣ୍ଟେନରର ଓଜନ ହ୍ରାସ କରେ ନାହିଁ ବରଂ ଇନ୍ଧନ ଦକ୍ଷତାରେ ଉନ୍ନତି ଆଣିଥାଏ। ସର୍ବନିମ୍ନ ରକ୍ଷଣାବେକ୍ଷଣ ସହିତ ଏକ ଦୀର୍ଘ ଜୀବନକାଳ ସୁନିଶ୍ଚିତ କରେ ଏବଂ ସର୍ବନିମ୍ନ କାର୍ବନ ଫୁଟପ୍ରିଣ୍ଟ ସହିତ ସବୁଠାରୁ ସ୍ଥାୟୀ ସମାଧାନ ପ୍ରଦାନ କରିଥାଏ। ସେହିଭଳି ସିଜେ ଡାର୍ସଲ ଲଜିଷ୍ଟିକ୍ସ ଲିମିଟେଡର ଅଧ୍ୟକ୍ଷ ପ୍ରଦୀପ ବଂଶଲ୍‌ କହିଛନ୍ତି, ଏହି ପଦକ୍ଷେପ ଷ୍ଟେନଲେସ୍‌ ଷ୍ଟିଲର ଶକ୍ତି, ହାଲୁକା ଓଜନ ଏବଂ ସ୍ଥାୟିତ୍ୱକୁ ଉପଯୋଗ କରି ଲଜିଷ୍ଟିକ୍‌ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ସବୁଜ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଉଥିବାରୁ ଭାରତୀୟ ଲଜିଷ୍ଟିକ୍‌ କ୍ଷେତ୍ର ସଷ୍ଟେନେବଲ୍‌ ଅଭ୍ୟାସକୁ ଅଧିକରୁ ଅଧିକ ଆପଣେଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri