ଫେବୃୟାରୀରେ ୩୦ତମ ଫିଲ୍ମର ଶୁଟିଂ ଆରମ୍ଭ କରିବେ ଜୁନିୟର ଏନଟିଆର

ମୁମ୍ବାଇ: ଏବେ ଦର୍ଶକଙ୍କ ହୃଦୟରେ ଛାଇ ଯାଇଛନ୍ତି ସାଉଥ ଷ୍ଟାର ଜୁନିୟର ଏନଟିଆର । ମୁଭି ‘ଆରଆରଆର’ର ସଫଳତା ପରେ ଦର୍ଶକେ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖୁଛନ୍ତି । ଏବେ ମିଳିଥିବା ସୂଚନା ଅନୁଯାୟୀ, ଜୁନିୟର ଏନଟିଆର ଆସନ୍ତା ଫେବୃୟାରୀରେ ତାଙ୍କର ୩୦ ତମ ଫିଲ୍ମର ଶୁଟିଂ ଆରମ୍ଭ କରବାକୁ ଯାଉଛନ୍ତି । ଏହା ଏକ ରିଭେଞ୍ଜ ଡ୍ରାମା ଫିଲ୍ମ ।
ଫିଲ୍ମର କାହାଣୀ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାର ରହସ୍ୟମୟ ଟ୍ୟାଗ ଲାଇନ ରହିଛି, ‘ ହ୍ୱେନ କରେଜ ଟର୍ନସ ଇନଟୁ ଏ ଡିଜିଜ… ଫିୟର ଇଜ ଦ ଓନଲି କିଓର ।’
କରୋଟାଲା ଶିବା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳୁଥିବା ବେଳେ ଏହା ପୂର୍ବରୁ ସେ ‘ଆଚାର୍ଯ୍ୟ’ର ନିଦ୍ଦେଶନା ଦେଇସାରିଛନ୍ତି । ଯେଉଁଥିରେ ମେଗାଷ୍ଟାର ଚିରଞ୍ଜିବ ଓ ତାଙ୍କ ପୁଅ ରାମ ଚରଣଙ୍କୁ ଦେଖିବାକୁ ମିଳିଥିଲା ।
ଏହାର ପ୍ରଯୋଜନା ଭାର ନେଇଛନ୍ତି ହରି କ୍ରିଷ୍ଣ କେ ଓ ସୁଧାକର ମିକିଲିନେନି । ଏହା ଏନଟିଆର ଆର୍ଟସ(ବିମବିସାରା) ଓ ଯୁବାସୁଧା ଆର୍ଟସ ବ୍ୟାନରରେ ନିର୍ମାଣ କରାଯାଉଛି । ଅନିରୁଦ୍ଧ ରବିଚନ୍ଦର(ବିକ୍ରମ) ମ୍ୟୁଜିକ କମ୍ପୋଜ କରିଥିବା ବେଳେ ସିନେମାଟୋଗ୍ରାଫିରେ ରହିଛନ୍ତି ଆର. ରତ୍ନାଭେଲୁ । ଫିଲ୍ମଟି ୫ ଏପ୍ରିଲ ୨୦୨୪ରେ ରିଲିଜ ହେବାର ଯୋଜନା ରହିଛି । ଏହା ତେଲୁଗୁ ଭାଷାରେ ନିର୍ମାଣ କରାଯାଉଥିବା ବେଳେ ପରେ ଏହା ମେଜର ଇଣ୍ଡିଆନ ଲାଙ୍ଗୁଏଜରେ ଡବିଂ କରାଯିବ ବୋଲି କୁହାଯାଉଛି ।
ଜୁନିୟର ଏନଟିଆରଙ୍କ ଇଚ୍ଛା ରହିଛି ଫିଲ୍ମମେକର ପ୍ରଶାନ୍ତ ନିଲଙ୍କ ସହ କାମ କରିବାକୁ । ଯେ କି ବ୍ଲକବୁଷ୍ଟର ମୁଭି କେଜିଏଫ ଚାପ୍ଟର ୧(୨୦୧୮) ଓ କେଜିଏଫ ଚାପ୍ଟର ୨(୨୦୨୨)ର ନିର୍ମାଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ମଙ୍ଗଳବାର ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ: ମା’ କନ୍ଧୁଣି ଦେବୀଙ୍କୁ କରିବେ ପୂଜାର୍ଚ୍ଚନା, ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri