Posted inଜାତୀୟ

କୋଭିଡ୍‌ ବିରୋଧରେ ଲଢ଼େଇକୁ ଦୁର୍ବଳ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୧।୫ : ଦେଶରେ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ଲଢ଼େଇକୁ କଂଗ୍ରେସ ଦୁର୍ବଳ କରୁଛି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ଭାଜପା ମୁଖ୍ୟ ଜେ. ପି. ନଡ୍ଡା ଲେଖିଥିବା ଚିଠିରେ ଏହା ଦର୍ଶାଇଛନ୍ତି। ଉକ୍ତ ଚିଠିରେ ନଡ୍ଡା ଉଲ୍ଲେଖ କରିଛନ୍ତି, ଛୋଟ ଚିନ୍ତାଧାରା ଓ ନକଲ ପାଇଁ କଂଗ୍ରେସର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ମନେ ରହିବେ।

କୋଭିଡ୍‌ ମ୍ୟାନେଜମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି। ମହାମାରୀ ସମୟରେ କଂଗ୍ରେସ ଓ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜନୀତି କରିଥିଲେ, ଯଦ୍ଦ୍ବାରା ଦୁର୍ବଳ ହୋଇଛି କୋଭିଡ୍‌ ବିରୋଧରେ ଚାଲିଥିବା ଲଢ଼େଇ।

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ମହାମାରୀ ସମୟରେ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆନ୍ତରିକ ପରାମର୍ଶ କରାଯାଇଥିଲା। ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡ଼ା ପ୍ରଶଂସା କରିଛନ୍ତି। ଗରିବ ଶ୍ରେଣୀଙ୍କୁ ପ୍ରାଥମିକତା ଦିଆଯାଉଛି।

ଭାରତରେ ପ୍ରସ୍ତୁତ ଟିକା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା କଂଗ୍ରେସ। ଲକ୍‌ଡାଉନକୁ ବିରୋଧ କରିଥିଲେ ରାହୁଲ। କିନ୍ତୁ ପରେ ଲକଡାଉନ ପାଇଁ ଦାବି କରିଥିଲେ। ବିକ୍ଷୋଭ ଆୟୋଜନ କରିବା ସହ ସୁପରସ୍ପ୍ରେଡର ଇଭେଣ୍ଟରେ ଯୋଗ ଦେବା ପରେ କୋଭିଡ୍‌ ଗାଇଡ୍‌ଲାଇନ ସମ୍ପର୍କରେ ପ୍ରଶ୍ନ କରୁଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନଡ୍ଡା।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri