Categories: ଜାତୀୟ

ମମତାଙ୍କ ଉପରେ ବର୍ଷିଲେ ନଡ୍ଡା

ନଦିଆ,୧୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଏହି ସମୟରେ ସେ ନଦିଆ ଜିଲାରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।

ନଡ୍ଡା ଦାବି କରିଛନ୍ତି ଯେ ମୋ କଥା ଶୁଣି ମମତା ବାନାର୍ଜୀ ରାଗି ଯାଉଛନ୍ତି । ଏକ ବୈଠକରେ ମୁଁ ତାଙ୍କୁ କହିଥିଲି କି ଏତେ ରାଗନ୍ତୁ ନାହିଁ । ଏହା ବ୍ୟତୀତ ନଡ୍ଡା ଆହୁରି ମଧ୍ୟ କହିଥିଲେ ଭଗବାନ ଦିଦିଙ୍କୁ ବୁଦ୍ଧି ଦିଅନ୍ତୁ ସେ ନ ରାଗି ଲୋକଙ୍କ ପାଇଁ କାମ କରନ୍ତୁ ।
ନଡ୍ଡା କହିଛନ୍ତି କେନ୍ଦ୍ର ସରକାର ଟଙ୍କା ପଠାଉଛନ୍ତି ହେଲେ ଏଠାରେ ଭ୍ରଷ୍ଟାଚାର ହେଉଛି । ପଶ୍ଚିମବଙ୍ଗରେ ଏମାନେ ସୌଭାଗ୍ୟ ଘୋଟାଲା କଲେ । ଯେତେବେଳେ ଘୋଟାଲକୁ ନେଇ ଯାଞ୍ଚ ହେଉଛି ମମତା ବାନାର୍ଜୀ କହୁଛନ୍ତି ମୋଦି ସରକାର , ହେଲେ ମୁଁ କହୁଛି ମୋଦି ସରକାର ବିଶ୍ୱାସ ଯୋଗ୍ୟ ।
ନଡ୍ଡା କହିଛନ୍ତି ଏଠାରେ ଆବାସ ଯୋଜନା ଓ ଶୌଚାଳୟ ଟଙ୍କା ଖାଇଗଲେ । ମନରେଗାରେ ବି ବଡ ଭ୍ରଷ୍ଟାଚାର ହେଲା । ଦିଦି ପଶ୍ଚିମବଙ୍ଗର କ’ଣ ଅବସ୍ଥା କରିଛନ୍ତି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି । ଯେତେବେଳେ ଯାଞ୍ଚ ହେଉଛି ସେତେବେଳେ କହୁଛନ୍ତି ଯେ ଭାରତ ସରକାର ମୋର ଶତୁ, ଚୋରି ବି କରୁଛନ୍ତି ଉପରେ ସିନାଜୋରୀ ବି ଲଗାଉଛନ୍ତି ।

Share