Categories: ଜାତୀୟ

ବର୍ଷେ ବଢ଼ିଲା ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୭।୧: ଭାଜପା ଅଧ୍ୟକ୍ଷ ଭାବେ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାଜପା କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି। ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଖବରଦାତା ସମ୍ମିଳନୀ କରି ଏନେଇ ଘୋଷଣା କରିଛନ୍ତି। ଜଗତ ପ୍ରକାଶ ନଡ୍ଡା ୨୦୨୪ ଜୁନ ପର୍ଯ୍ୟନ୍ତ ଭାଜପା ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ରହିବେ ବୋଲି ଶାହା କହିଛନ୍ତି। ଏଥିସହ ସେ କହିଛନ୍ତି, କାର୍ଯ୍ୟକାରିଣୀ ବୈଠକରେ ନଡ୍ଡାଙ୍କ ପାଇଁ ପ୍ରସ୍ତାବ ରଖାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସ୍ତାବ ଆଗତ କରିଥିବା ବେଳେ ଭାଜପାର ସମସ୍ତ ସଦସ୍ୟ ଏହାକୁ ସମ୍ମତି ଜଣାଇବା ସହ ସ୍ବୀକାର କରିଥିଲେ। ସୂଚନାଯୋଗ୍ୟ, ୨୦୧୯ ଜୁନରେ ନଡ୍ଡା ଦଳର ଦାୟିତ୍ୱ ସମ୍ଭାଳିଥିଲେ।

Share