ଦୁଇ ଖବରଦାତାଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୮।୧୦: ଚଳିତବର୍ଷ ଦୁଇ ଖବରଦାତାଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ସେମାନେ ହେଲେ ମାରିଆ ରେସା ଓ ଦିମିତ୍ରି ମୁରାତୋଭ। ବାକ ସ୍ବାଧୀନତା ପାଇଁ ଉଭୟ ଖବରଦାତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ।
ମାରିଆ ରେସା
ଆମେରିକୀୟ ଖବରଦାତା ମାରିଆ ରେସା, ନ୍ୟୁଜ ସାଇଟ ରାପଲର ସହ-ପ୍ରତିଷ୍ଠାତା ଅଟନ୍ତି। କ୍ଷମତାର ଅପବ୍ୟବହାର, ହିଂସା ଏବଂ ଫିଲିପାଇନ୍ସରେ ଏକଛତ୍ରବାଦୀ ଶାସନର ବଢୁଥିବା ବିପଦ ସମ୍ପର୍କରେ ପ୍ରକାଶ ପାଇଥିବାରୁ ତାଙ୍କୁ ଅତୀତରେ ସମ୍ମାନିତ କରାଯାଇଛି। ଅଭିବ୍ୟକ୍ତିର ସ୍ବାଧୀନତା କ୍ଷେତ୍ରରେ ତାଙ୍କର ଭୂମିକାକୁ ପ୍ରଶଂସା କରି ନୋବେଲ କମିଟି ତାଙ୍କୁ ଏହି ସମ୍ମାନର ଯୋଗ୍ୟ ବୋଲି କହିଥିଲେ।
ଦିମିତ୍ରି ମୁରାତୋଭ
ଏହା ବ୍ୟତୀତ ରୁଷିଆର ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ସେ ସ୍ବାଧୀନ ରୁଷିଆର ଖବରକାଗଜ ନୋଭାଜା ଗାଜେଟାର ସହ-ପ୍ରତିଷ୍ଠାତା ଏବଂ ଗତ ୨୪ ବର୍ଷ ଧରି ପେପରର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି। ୧୯୯୩ ମସିହାରେ ସେ ନିରପେକ୍ଷ ଖବର ପ୍ରସାରଣ କରୁଥିବା ନୋଭାଜା ଗାଜେଟା ଖବର କାଗଜର ପ୍ରତିଷ୍ଠା କରିଥିଲେ। ଏହି ଖବର କାଗଜ ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ସମୟରେ ଏହାର ୬ ଜଣ ଖବରଦାତା ହତ୍ୟାର ଶିକାର ହୋଇଥିଲେ। ତଥାପି ଖବର କାଗଜ ତା’ର ବୃତ୍ତିରେ କୌଣସି ପ୍ରକାରର ବୁଝାମଣା କରିନାହିଁ। ସବୁବେଳେ ନୋଭାଜା ଗାଜେଟା ଲୋକଙ୍କ ସ୍ବରକୁ ହିଁ ଗୁରୁତ୍ୱ ଦେଇଛି। ରୁଷିଆରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକଛତ୍ରବାଦୀ ଶାସନ ସତ୍ତ୍ୱେ ମୁରାତୋଭ ସରକାରଙ୍କ ଯୋଜନାକୁ ଖବରକାଗଜ ସମାଲୋଚନା କରିବାରେ ଜଣାଶୁଣା। ନୋବେଲ କମିଟି କହିଛି ଯେ, ମୁରାତୋଭ ଅନେକ ଦଶନ୍ଧି ଧରି ରୁଷିଆରେ ଅଭିବ୍ୟକ୍ତିର ସ୍ବାଧୀନତା ରକ୍ଷା କରିଆସୁଛନ୍ତି।

Share