Categories: ଜାତୀୟ

ସିଦ୍ଦିକି କାପ୍ପାନଙ୍କୁ ଜାମିନ

ନୂଆଦିଲ୍ଲୀ,୧୦।୯: ଉତ୍ତରପ୍ରଦେଶରେ ପ୍ରାୟ ୨ ବର୍ଷ ହେଲା ଜେଲ୍‌ରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କାପ୍ପାନଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା ପ୍ରତ୍ୟେକଙ୍କର ରହିଥିବା ସର୍ବୋଚ୍ଚ ଅଦାଲତ ଏହି ଅବସରରେ କହିଛନ୍ତି। ଉତ୍ତରପ୍ରଦେଶର ହାଥରାସରେ ଜଣେ ୧୯ ବର୍ଷୀୟା ଯୁବତୀ ଗଣବଳାତ୍କାର ଓ ହତ୍ୟା ମାମଲାର ଖବର ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ବାଟରେ ପୋଲିସ କାପ୍ପାନଙ୍କୁ ଗିରଫ କରିଥିଲା। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ମାମଲା ରୁଜୁ ହୋଇଥିଲା। ଆଗାମୀ ୬ ସପ୍ତାହ ପାଇଁ କାପ୍ପାନ ଦିଲ୍ଲୀ ପୋଲିସ ନିକଟରେ ରିପୋର୍ଟ କରିବେ। ତାଙ୍କୁ ୩ ଦିନରେ ତଳକୋର୍ଟରେ ହାଜର କରିବା ସହ ପାସ୍‌ପୋର୍ଟ ଦାଖଲ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ହାଥରାସରେ ଆଇନ ଶୃଙ୍ଖଳା ସୃଷ୍ଟି ଉଦ୍ୟମ କରୁଥିବା ଅଭିଯୋଗରେ ୟୁପି ପୋଲିସ ମାଲୟାଲମ ନ୍ୟୁଜ୍‌ ପୋର୍ଟାଲ ଆଝିମୁଖମ୍‌ର ଖବରଦାତା କାପ୍ପାନଙ୍କୁ ଗିରଫ କରିଥିଲା। ତାଙ୍କର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସହ ସମ୍ପୃକ୍ତି ଥିବା ପୋଲିସ ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ଖବରଦାତା ଅଭିଯୋଗ କରିଥିଲେ।

Share