Categories: ଖେଳ

ରିଷଭ ପନ୍ତଙ୍କୁ ନେଇ ଏମିତି କହିଲେ ଜାଡେଜା, ସମସ୍ତେ ହସି ହସି ଗଡିଲେ

ଦୁବାଇ,୩୧।୮: ଭାରତ ଏସିଆ କପ ୨୦୨୨ରେ ପ୍ରଥମ ମ୍ୟାଚ ଜିତିଛି। ଆଜିର ମ୍ୟାଚରେ ହଂକଂକୁ ପରାସ୍ତ କରି ଭାରତ ଶୀର୍ଷ ୪ରେ ସ୍ଥାନ ପାଇବାକୁ ଚାହୁଁଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଦଳର ଗୋଟିଏ ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଥିଲା ଯେ ରିଷଭ ପନ୍ତଙ୍କ ସ୍ଥାନରେ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା। ହଂକଂ ମ୍ୟାଚ୍‌ ପୂର୍ବରୁ ଖବରଦାତା ସମ୍ମିଳନୀରେ ରବିନ୍ଦ୍ର ଜାଡେଜାଙ୍କୁ ଏ ବିଷୟରେ ପଚରାଥିଲେ, ଜାଡେଜା ଏକ ମଜାଦାର ଉତ୍ତର ଦେଇଥିଲେ।
ଭାରତର ପ୍ରଥମ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସ୍ଥାନରେ ଭେଟେରାନ ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ଦଳରେ ସ୍ଥାନ ଦିଆଯାଇଥିଲା। ଜାଡେଜାଙ୍କୁ ଏ ବିଷୟରେ ପଚାରାଯିବାରୁ ସେ କହିଥିଲେ, ମୁଁ ଆଦୌ ଜାଣି ନାହିଁ। ଏହି ପ୍ରଶ୍ନ ମୋ ପୁସ୍ତକ ବାହାରେ। ଜାଡେଜାଙ୍କଠାରୁ ଉତ୍ତର ଶୁଣି ସେଠାରେ ଉପସ୍ଥିତ ଖବରଦାତା ହସିବାକୁ ଲାଗିଥିଲେ।
ହଂକଂ ବିପକ୍ଷ ମ୍ୟାଚ୍‌କୁ ନେଇ ଜାଡେଜା କହିଛନ୍ତି, ଆମେ ହଂକଂ ବିପକ୍ଷରେ ସକରାତ୍ମକ ମନୋଭାବ ନେଇ ପଡ଼ିଆକୁ ଯିବୁ। ଆମେ ତାଙ୍କୁ ହାଲୁକା ଭାବେ ଗ୍ରହଣ କରିବୁ ନାହିଁ, କାରଣ ଟି-୨୦ରେ କିଛି ହୋଇପାରେ।

Share