Categories: ଜାତୀୟ

ବଢୁଛି ଜୋଷୀମଠ ସଙ୍କଟ: ବିପଦରେ ଜେପି କଲୋନୀ

ଜୋଷୀମଠ,୧୭।୧: ଉତ୍ତରାଖଣ୍ଡର ଜୋଷୀମଠରେ ଗୋଟିଏ ପରେ ଗୋଟିଏ ସଙ୍କଟ ବୃଦ୍ଧି ପାଉଛି। ଘର, ଦୁଇଟି ହୋଟେଲ ପରେ, ବର୍ତ୍ତମାନ ଏକ ସମ୍ପୂର୍ଣ୍ଣ କଲୋନୀ ଦବିବାକୁ ଲାଗିଛି। ଏଠାରେ ଥିବା ୩୦ ଘରରେ ଫାଟ ସୃଷ୍ଟି ହେବା ପରେ ଏହାକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି। ଜେପି କଲୋନି ଯାଞ୍ଚ ପରେ ଏହା ଜଣାପଡିଛି, ଘର ଗୁଡିକରେ ଏତେ ଫାଟ ସୃଷ୍ଟି ହୋଇଛି ଯେ ଏହାର ମରାମତି ହୋଇପାରିବ ନାହିଁ। ବିପଦକୁ ଦୃଷ୍ଟିରେ ରଖି କଲୋନୀର ନଷ୍ଟ ହୋଇଥିବା କୋଠାଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଜୋଷୀମଠରେ ଫାଟ ଥିବା ଘର ସଂଖ୍ୟା ୮୪୯କୁ ବୃଦ୍ଧି ପାଇଛି। ୧୬୫ ଘର ଅସୁରକ୍ଷିତ ବୋଲି ଚିହ୍ନିତ ହୋଇଛି। କ୍ରାକ୍‌ ଥିବା ଘରଗୁଡ଼ିକର ସଂଖ୍ୟା ବୃଦ୍ଧି ଉପରେ ସେଠାରେ ସର୍ଭେ କାର୍ଯ୍ୟ ଚାଲିଛି।

Share