Categories: ଜାତୀୟ

ଜୋଷୀମଠରେ ମାଡି ଆସୁଛି ବିପଦ! ୧୨ ଦିନରେ ୫.୪ ସେଣ୍ଟିମିଟର ଦବିଲାଣି ଭୂମି, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର

ଡେରାଡୁନ,୧୩ ।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନ୍ୟାଶନାଲ ରିମୋଟ ସେଂସିଂ ସେଣ୍ଟର ଜୋଷୀମଠ ସହରର ସାଟେଲାଇଟ ଚିତ୍ର ଜାରି କରିଛି । ଏହି ଚିତ୍ରରୁ ଜଣାପଡିଛି କି ଜୋଷୀମଠରେ କେମିତି ଧିରେ ଧିରେ ଭୂମି ଧସିବାରେ ଲାଗିଛି । ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଜୋଶୀମଠ ମାତ୍ର ୧୨ ଦିନର ୫.୪ ସେଣ୍ଟିମିଟର ଧସି ଯାଇଛି ।
ଇସ୍ରୋ ଚିତ୍ର ଜାରି କରି କହିଛି, ୨୭ ଡିସେମ୍ବର ୨୦୨୨ ଓ ୮ ଜାନୁୟାରୀ ୨୦୨୩ ମଧ୍ୟରେ ଜୋଷୀମଠରେ ୫.୪ ସେଣ୍ଟିମିଟର ଭୂମି ଧସି ଯାଇଛି । ଏପ୍ରିଲ ୨୦୨୨ ଓ ନଭେମ୍ବର ୨୦୨୨ ମଧ୍ୟରେ ଜୋଷୀମଠରେ ୯ ସେଣ୍ଟିମିଟର ଭୂମି ଧସିଥିବା ଦେଖାଯାଇଛି । ଏନଏସଆରସି କହିଛି, ଗତ ସପ୍ତାହ ଅର୍ଥାତ୍ ଡିସେମ୍ବର ଓ ଜାନୁୟାରୀ ପ୍ରଥମ ସପ୍ତାହ ମଧ୍ୟରେ ଅଧିକ ମାତ୍ରାରେ ଧସିବା ଘଟଣା ସାମ୍ନାକୁ ଆସିଛି ।
ସାଟେଲାଇଟ ଚିତ୍ରରୁ ଜଣାପଡିଛି କି ଆର୍ମି ହେଲିପ୍ୟାଡ ଓ ନରସିଂହ ମନ୍ଦିର ସହିତ ସେଣ୍ଟ୍ରାଲ ଜୋଷୀମଠରେ ସବସିଡେନ୍ସ ଜୋନ ରହିଛି । ସବୁଠାରୁ ଅଧିକ ଧସିଛି ଜୋଷୀମଠ-ଓଲି ରୋଡ ନିକଟରେ ୨,୧୮୦ ମିଟର ଉଚ୍ଚତାରେ ରହିଛି । ସୂଚନାଯୋଗ୍ୟ, ୨୦୨୨ରେ ଏପ୍ରିଲ ଓ ନଭେମ୍ବର ମଧ୍ୟରେ ଜୋଷୀମଠରେ ୮.୯ ସେଣ୍ଟିମିଟରର ଧିମା ଧସିବା ଘଟଣା ଦେଖାଯାଇଛି ।

Share