Posted inଜାତୀୟ

ଜୋଷୀମଠ ଭୂସ୍ଖଳନପ୍ରବଣ

ଡେରାଡୁନ୍‌/ନୂଆଦିଲ୍ଲୀ,୯ା୧: ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଛୋଟ ସହର ଜୋଷୀମଠ ଉପରେ ବଡ଼ ବିପଦ ଦେଖାଦେଇଛି। ଚମୋଲି ଜିଲାର ଏହି ଅଞ୍ଚଳରେ ଲଗାତର ଭାବେ ଘର କାନ୍ଥ ଭାଙ୍ଗିବା ସହ ରାସ୍ତା ଧସିବାରେ ଲାଗିଥିବାରୁ ରବିବାର ଏହାକୁ ‘ଭୂସ୍ଖଳନ ପ୍ରବଣ ଜୋନ୍‌’ ଘୋଷଣା କରାଯାଇଛି। ହିମାଳୟ ପାଦରେ ତଥା ସମୁଦ୍ର ପତ୍ତନଠାରୁ ୬,୧୫୦ ଫୁଟ୍‌ ଉଚ୍ଚତାରେ ଅବସ୍ଥିତ ଜୋଷୀମଠ ପ୍ରତି ବିପତ୍ତି ମାଡ଼ିଆସିଥିବାରୁ ଲୋକେ ଆତଙ୍କିତ ହୋଇ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି।

୬୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆହୁରି ଅନୂ୍ୟନ ୯୦ ପରିବାରକୁ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପକୁ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ହାଡ଼ଭଙ୍ଗା ଶୀତରେ ଲୋକଙ୍କ ପାଇଁ ବଞ୍ଚତ୍ବା ଦୁର୍ବିଷହ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଫୋନ୍‌ କରି ସବୁ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।

ବିଶେଷଜ୍ଞ ଦଳ ବାରମ୍ବାର ଭୂସ୍ଖଳନ ଓ ଫାଟ ସୃଷ୍ଟିର କାରଣ ଖୋଜିବା ଅଭିଯାନକୁ ଜୋରଦାର କରିଛନ୍ତି। ଇତିମଧ୍ୟରେ ସ୍ଥାନୀୟ ଲୋକଙ୍କ ଧନଜୀବନ ରକ୍ଷା ଲାଗି ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ଜୋଷୀମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଥିବାବେଳେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେବା ସକାଶେ ଆଇନଜୀବୀ ରୋହିତ ଦନ୍ଦ୍ରିୟାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଜୋଷୀମଠର କାନ୍ଥବାଡ଼, ରାସ୍ତା ଆଦିରେ ବଢ଼ୁଥିବା ଫାଟ କେବଳ ଉତ୍ତରାଖଣ୍ଡ ପାଇଁ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ବିଶେଷକରି ଗତ ସପ୍ତାହରୁ ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସବୁ ସ୍ତରରେ ଉଦ୍ୟମ ଚାଲିଛି। ୪-୫ଟି ସ୍ଥାନରେ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପ୍‌ ନିର୍ମାଣ କରି ସେଠାକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଗଢ଼ଓ୍ବାଲ କମିଶନର ସୁଶୀଲ କୁମାର ସୂଚନା ଦେଇଛନ୍ତି। ଗୁରୁବାରଠାରୁ ଜୋଷୀମଠରେ ଥିବା ଚମୋଲି ଜିଲାପାଳ ହିମାଂଶୁ ଖୁରାନା ପ୍ରଭାବିତ ଅଞ୍ଚଳରେ ଘର ଘର ବୁଲି କ୍ଷୟକ୍ଷତିର ଆକଳନ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ବୁଝାଶୁଝା କରିଛନ୍ତି।

ଜୋଷୀମଠକୁ ଭୂସ୍ଖଳନ ପ୍ରବଣ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଯଥାଶୀଘ୍ର ସମ୍ଭବ ଅନ୍ୟ ୯୦ ପରିବାରକୁ ସ୍ଥାନାନ୍ତର କରାଯିବ। ସେ କହିଛନ୍ତି, ଜୋଷୀମଠରେ ୪,୫୦୦ କୋଠା ଥିବାବେଳେ ସେଥିରୁ ୬୧୦ ବିଲ୍ଡିଂରେ ବଡ଼ କ୍ରାକ୍‌ ସୃଷ୍ଟି ହୋଇଛି। ଫଳରେ ସେଗୁଡ଼ିକ ଆଉ ବାସୋପଯୋଗୀ ହୋଇ ରହିନାହିଁ। ଆଉ ଏକ ବୃହତ୍‌ ଅର୍ଦ୍ଧଗୋଲାକାର ଫାଟ ଦେଖାଦେଇଛି, ଯାହାକି ୧.୫ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ସେ ସତର୍କ କରାଇଛନ୍ତି। କେତୋଟି ହୋଟେଲ, କଲେଜ ଓ ଗୁରୁଦ୍ୱାରାରେ ମଧ୍ୟ ଲୋକଙ୍କ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ଭଡ଼ାଘରେ ରହିବା ପାଇଁ ଚାହୁଁଥିବା ଲୋକଙ୍କୁ ମାସିକ ୪,୦୦୦ ଟଙ୍କା ଲେଖାଏ ୬ ମାସ ପର୍ଯ୍ୟନ୍ତ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଜୋଷୀମଠ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଧାମିଙ୍କୁ ଫୋନ୍‌ କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ସଙ୍କଟ ସମୟରେ ସବୁ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।

ବଦ୍ରୀନାଥ ଓ ହେମକୁଣ୍ଡ ସାହିବର ପ୍ରବେଶପଥ ଭାବେ ଖ୍ୟାତ ଜୋଷୀମଠ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ନଜର ରଖିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ହାଇଦ୍ରାବାଦସ୍ଥିତ ନ୍ୟାଶନାଲ ରିମୋଟ ସେନ୍ସିଂ ସେଣ୍ଟର ଏବଂ ଡେରାଡୁନ୍‌ର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରିମୋଟ ସେନ୍ସିଂକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ଉପଗ୍ରହରୁ ସଂଗୃହୀତ ଚିତ୍ର ଓ ଅନ୍ୟ ଅଧ୍ୟୟନ ଆଧାରରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ବା ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ଜୋଷୀମଠରେ ଥିବା କୋଟି ଫାର୍ମ, ହର୍ବ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଉଦ୍ୟାନ ବିଭାଗର ମୃତ୍ତିକା ପରୀକ୍ଷଣ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri