Categories: ଜାତୀୟ

ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗ: ପିଏମଓରେ ଉଚ୍ଚସ୍ତରୀୟ ବୈଠକ…

ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ।

ଏହି ବୈଠକରେ କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନେ ଯୋଗଦେବେ। ଏମାନଙ୍କ ବ୍ୟତୀତ ଜୋଷୀମଠ ଜିଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ଯୋଗଦେବେ।

Share