Posted inଖେଳ

ଜୋର୍ଡାନଙ୍କ ହାଟ୍ରିକ୍‌, ପ୍ରଥମ ଦଳଭାବେ ସେମିରେ ଇଂଲଣ୍ଡ

ବାର୍ବାଡୋସ, ୨୪।୬: କ୍ରିସ୍‌ ଜୋର୍ଡାନଙ୍କ ହାଟ୍ରିକ ଏବଂ ଜୋଶ୍‌ ବଟ୍‌ଲରଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ପ୍ରଥମ ଦଳଭାବେ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ସୁପର-୮ ମ୍ୟାଚ୍‌ରେ ଏହି ଦଳ ଆମେରିକାକୁ ୧୦ ଉଇକେଟରେ ପରାସ୍ତ କରିଛି।

ଆମେରିକା ୧୮.୫ ଓଭରରେ ୧୧୫ ରନ୍‌ରେ ଅଲ୍‌ଆଉଟ ହୋଇଥିବାବେଳେ ଇଂଲଣ୍ଡ ୯.୪ ଓଭରରେ କୌଣସି ଉଇକେଟ ନ ହରାଇ ୧୧୭ ରନ ସଂଗ୍ରହ କରିନେଇଥିଲା। ଅଧିନାୟକ ଜୋଶ୍‌ ବଟ୍‌ଲର ୩୮ ବଲ୍‌ରୁ ୮୩ ଓ ଫିଲ୍‌ ସଲ୍ଟ ୨୫ ରନ୍‌ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ୩ ମ୍ୟାଚ୍‌ରୁ ୨ୟ ବିଜୟ ସହ ୪ ପଏଣ୍ଟରେ ପହଞ୍ଚତ୍ଛି। ରନ୍‌ହାର ଦୃଷ୍ଟିରୁ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି।

ଦକ୍ଷିଣ ଆଫ୍ରିକା ୪ ପଏଣ୍ଟ ସହ ଦ୍ୱିତୀୟ ଓ ଓ୍ବେଷ୍ଟଇଣ୍ଡିଜ ୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସୋମବାର ଦକ୍ଷିଣ ଆଫ୍ରିକା-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍‌ର ବିଜେତା ସେମିଫାଇନାଲରେ ପ୍ରବେଶ କରିବ। ଅନ୍ୟପକ୍ଷରେ ଟି୨୦ ବିଶ୍ୱକପ୍‌ର ପ୍ରଥମ ପଦାର୍ପଣରେ ଆମେରିକା ସ୍ମରଣୀୟ ପ୍ରଦର୍ଶନ ସହ ସୁପର-୮ରୁ ଅଭିଯାନ ଶେଷ କରିଛି।

ସଂକ୍ଷିପ୍ତ ସ୍କୋର: ଆମେରିକା ୧୮.୫ ଓଭରରେ ୧୧୫/ଅଲ୍‌ଆଉଟ (ନୀତୀଶ କୁମାର-୩୦, କୋରେ ଆଣ୍ଡରସନ-୨୯ ଓ ହରମିତ ସିଂ-୨୧, କ୍ରିସ୍‌ ଜୋର୍ଡାନ-୪/୧୦, ସାମ୍‌ କୁରାନ-୨/୨୩, ଆଦିଲ ରଶିଦ-୨/୧୩, ରିସି ଟୋପ୍‌ଲେ-୧/୨୯, ଲିଆମ ଲିଭିଂଷ୍ଟୋନ-୧/୨୪)। ଇଂଲଣ୍ଡ ୯.୪ ଓଭରରେ ୧୧୭/୦ (ଜୋଶ ବଟଲର-୮୩*, ଫିଲ୍‌ ସଲ୍ଟ-୨୫*)।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri