ଜୋର୍ଡାନ ଯୁବରାଜ ଗୃହବନ୍ଦୀ

ଅମନ, ୫।୪: ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାଙ୍କ ସାବତ ଭାଇ ଯୁବରାଜ ହାମ୍‌ଜା ବିନ୍‌ ହୁସେନଙ୍କୁ ଗୃହବନ୍ଦୀ କରାଯାଇଛି। ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେ ତାଙ୍କ ରାଜପ୍ରାସାଦରେ ଗୃହବନ୍ଦୀ ରହିବେ ବୋଲି ମଧ୍ୟପ୍ରାଚ୍ୟର ଜଣେ ବରିଷ୍ଠ ଗୋଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି। ଦେଶର ସୁରକ୍ଷା ତଥା ସ୍ଥିରତା ଲାଗି ପୂର୍ବତନ କ୍ରାଉନ୍‌ ପ୍ରିନ୍ସଙ୍କ ଗତିବିଧି ଉପରେ ରୋକ୍‌ ଲଗାଯିବା ସହ ଜୋର୍ଡାନ କର୍ତ୍ତୃପକ୍ଷ ଶନିବାର ୨୦ ଜଣଙ୍କୁ ଗିରଫ କରିଛନ୍ତି। ପୂର୍ବତନ ରାଜା ହୁସେନ ଓ ତାଙ୍କ ଆମେରିକା ଜନ୍ମିତ ଚତୁର୍ଥ ପତ୍ନୀ ରାଣୀ ନୁର୍‌ଙ୍କ ବଡ଼ପୁଅ ହାମ୍‌ଜାଙ୍କୁ ଅମନ ପ୍ୟାଲେସରେ ଗୃହବନ୍ଦୀ ରଖାଯାଇଛି।

Share