Categories: ଖେଳ

୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର

ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତେବେ କ୍ରିକେଟରଙ୍କ ବାମଗୋଡର ୩ ସ୍ଥାନରେ ହାଡ ଭାଙ୍ଗିଛି। ତାଙ୍କର ଗୋଇଠିଟି ଗୋଡରୁ ଖସି ଯାଇଛି। ଏହାକୁ ନେଇ ବେୟାରଷ୍ଟୋ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରି ଜଣାଇଛନ୍ତି।

ମାସକ ପୂର୍ବରୁ ଗୋଲ୍ଫ ଖେଳିବା ସମୟରେ ବେୟାରଷ୍ଟୋଙ୍କ ବାମ ପାଦରେ ଆଘାତ ଲାଗିଥିଲା। ସେତେବେଳେ ତାଙ୍କ ଗୋଇଠି ଖସି ଯାଇଥିଲା। ଉକ୍ତ ସମୟରେ ବିଶ୍ୱକପ୍‌ ଲାଗି ଦଳ ଘୋଷଣା ହୋଇଥିଲା। ଏଥିରୁ ସେ ବାଦ୍‌ ପଡ଼ିଥିଲେ। ତାଙ୍କର ଅପରେଶନ କରାଯାଇଛି। ଆସନ୍ତା ବର୍ଷ ପର୍ଯ୍ୟନ୍ତ ସେ ଖେଳିପାରିବେ ନାହିଁ। ଏବେ ତାଙ୍କର ପ୍ରଥମ ଲକ୍ଷ୍ୟ ନିଜ ପାଦରେ ଛିଡ଼ା ହେବା ଏବଂ ସବୁକିଛି ଠିକ୍‌ ଥିବା ସୁନିଶ୍ଚିତ କରିବା ବୋଲି ସେ କହିଛନ୍ତି।

Share