ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ

କଟକ ଅଫିସ,୨୫।୮: ରାଜ୍ୟରେ ହାତୀ ମୃତ୍ୟୁ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହାକୁ ରୋକିବା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ। ପୋଲିସ ଓ ବନ ବିଭାଗକୁ ନେଇ ଏହି ଜଏଣ୍ଟ ଟାସ୍କ ଫୋର୍ସ ଗଠିତ ହେବ । ଏହା ଦ୍ୱାରା ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକା ଯାଇପାରିବ। ଏ ନେଇ ପୋଲିସ ଡିଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେପ୍ଟେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।