୧୦୦ ଦେଶର ମିଳିତ ବିବୃତ୍ତି , ଆଫଗାନିସ୍ତାନରେ ଏୟାରଲିଫ୍ଟ ରହିବ ଜାରି…

ଓ୍ବାଶିଂଟନ/କାବୁଲ,୩୦।୮: ଆଫଗାନିସ୍ତାନରୁ ଏୟାରଲିଫ୍ଟ ନେଇ ଆମେରିକା ସମେତ ୧୦୦ଟି ଦେଶ ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଆଗାମୀ ଦିନରେ ମଧ୍ୟ ସମ୍ପନ୍ନ ହେବ। ତାଲିବାନ ପକ୍ଷରୁ ବିଭିନ୍ନ ଦେଶର ନାଗରିକଙ୍କ ସହିତ ଆଫଗାନୀଙ୍କୁ ସୁରକ୍ଷିତ ଭାବେ ଦେଶରୁ ବାହାରକୁ ଯିବା ପାଇଁ ଆଶ୍ୱାସନା ଦେଇଛି। ଆମେରିକା ବିଦେଶ ବିଭାଗ ପକ୍ଷରୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଆମେରିକା ଆଫଗାନିସ୍ତାନ ନାଗରିକଙ୍କ ଲାଗି ପର୍ଯ୍ୟଟନ ଭିଜା ପ୍ରଦାନ ଜାରି ରହିବ। ଗତ ୨୪ ଘଣ୍ଟାରେ ଆମେରିକା କାବୁଲ ବିମାନ ବନ୍ଦରରୁ ୨ ହଜାର ଲୋକଙ୍କୁ ଏୟାରଲିଫ୍ଟ କରିଛି। ୧୧ ଥର ସୈନ୍ୟ ବାହିନୀ ବିମାନ ଉଡ଼ାଣ ଦ୍ୱାରା ୧୪ ୦୦ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି। ସେହିପରି ୭ ସହଯୋଗୀ ଦେଶଙ୍କ ସହାୟତାରେ ୬୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇଛି। ଇତିମଧ୍ୟରେ ୧ ଲକ୍ଷ ୧୩ ହଜାର ୫୦୦ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି।

Share