ଯୌଥ ପରିବାର କାଳ

ଭାରତରେ ଯେତେବେଳେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତି ଉପରେ ଆଲୋଚନା ହୋଇଥାଏ ସେତେବେଳେ ଅନେକେ ଆମ ଦେଶର ପରିବାର, ପରମ୍ପରା, ଚଳଣି ଓ ସମ୍ପର୍କର ସ୍ତରକୁ ଉଚ୍ଚ କରି ପ୍ରଦର୍ଶନ କରିଥାଆନ୍ତି। ପାଶ୍ଚାତ୍ୟରେ ମାଇକ୍ରୋ ବା ଅଣୁସର୍ବସ୍ବ ସଂସାର ଥିବାରୁ ତାହାକୁ ଭାରତୀୟମାନେ ନାପସନ୍ଦ କରିଥାଆନ୍ତି। ଯୌଥ ପରିବାରର ଗୁଣାବଳୀ ବଖାଣି ଆମେ କେତେ ମହାନ୍‌ ଦର୍ଶାଯାଇଥାଏ। ଏଠାରେ ଏପରି ଏକ ବିଷୟକୁ ଅବତାରଣା କରିବାର ପ୍ରାସଙ୍ଗିକତାକୁ ଦେଖିଲେ ୧୮ ମେ’ରେ ଘଟିଥିବା ଏକ ଘଟଣା ଉପରେ ଦୃଷ୍ଟି ପକାଇବାକୁ ହେବ। ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ମଝିପଡ଼ାରେ ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ବଚସାରୁ ମଝିଆ ଭଉଣୀକୁ ଅନ୍ୟ ଦୁଇ ଭଉଣୀ ଭାଇ ହାଣିଦେଇଥିବା ଖବର ମିଳିଛି। ଏହି କଳିର ମୂଳ କାରଣ ଜମିବାଡ଼ି ହିଂସା। ଯଦି ହିଂସାର ପ୍ରକାରଭେଦ ଦେଖାଯାଏ ତେବେ କେଉଁଠାରେ ଜମିଜମା ସମସ୍ୟା, ଆର୍ଥିକ ଅନଟନ, ପ୍ରେମ ସମ୍ପର୍କକୁ ବିରୋଧ ଆଦି ଖୁବ୍‌ ନଜରକୁ ଆସିଥାଏ। ବିଶେଷକରି ଯୌଥ ପରିବାରରେ ଜମିଜମା କିମ୍ବା ବ୍ୟବସାୟିକ ଭାଗବଣ୍ଟାକୁ ନେଇ କଳି ହେଲେ ତାହା ଉଗ୍ର ରୂପ ଧାରଣ କରେ। ନିକଟ ଅତୀତକୁ ଦେଖିଲେ ୪ ମାର୍ଚ୍ଚ ୨୦୨୫ ଭୋର ସମୟରେ ଜଗତ୍‌ସିଂହପୁର ଜିଲା ଜୟବଡ଼ ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକ ମାତା, ପିତା ଓ ଭଉଣୀଙ୍କୁ ହତ୍ୟା କରିଥିଲେ। ହତ୍ୟାର କାରଣ ଥିଲା ଜମିବାଡ଼ି ବିବାଦ। ୧୨ ଏପ୍ରିଲ ୨୦୨୫ରେ ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅଧୀନ ଲୁଙ୍ଗା ଗ୍ରାମରେ ପାରିବାରିକ ହିଂସାରୁ ବଡ଼ ଭାଇଙ୍କୁ ତୀର ମାରି ହତ୍ୟା କରିବା ପରେ ସାନ ଭାଇ ବିଷ ପିଇଦେଇଥିଲେ। ସେହିପରି ଗତ ୨୬ ଏପ୍ରିଲରେ ମଧ୍ୟ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗାଁରେ ପାରିବାରିକ କଳହକୁ ନେଇ ସାନଭାଇଙ୍କୁ ବଡ଼ ଭାଇ ପିଟି ହତ୍ୟା କରିଥିଲେ। କେବଳ ଓଡ଼ିଶାରେ ଏପରି ହିଂସା ସୀମିତ ନୁହେଁ, ଦେଶର ବିଭିନ୍ନ ପ୍ରାନ୍ତରେ ନିତିଦିନ ଏମିତି ଘଟଣା ଘଟୁଥିବା ଖବର ପଦାକୁ ଆସୁଛି।
ଏବର ସ୍ଥିତିକୁ ଦେଖିଲେ ଅଣୁ ପରିବାର ଯୌଥ ପରିବାରଠାରୁ ଅନେକାଂଶରେ ପାରିବାରିକ ସମ୍ପର୍କକୁ ମଜଭୁତ କରି ରଖୁଛି। ବିଶେଷକରି ଗ୍ରାମାଞ୍ଚଳରେ ଯଦି ଦୁଇ କିମ୍ବା ତିନି ଭାଇ ଏକାଠି ରହୁଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ବିଷୟରେ ମନୋମାଳିନ୍ୟ ଘଟୁଛି। ପୁଣି ଯଦି ଜଣେ ଅଧିକ ରୋଜଗାର କରୁଛନ୍ତି, ଅନ୍ୟମାନେ ତାଙ୍କ ଅର୍ଥକୁ ଦେଖି ନିଜେ ବେଶି ପରିଶ୍ରମ କରିବାକୁ ଚାହୁଁ ନାହାନ୍ତି। ଅର୍ଥାତ୍‌ କଷ୍ଟକରି ଧନ ଉପାର୍ଜନ କରୁଥିବା ଭାଇ କାନ୍ଧରେ ଅନ୍ୟମାନେ ଓହଳୁଛନ୍ତି। ଯେତେବେଳେ ଭାଗବଣ୍ଟା ବିଷୟକୁ ନେଇ ନିଶାପ ହେଉଛି, ସେତେବେଳେ ଗୋଟେ ବାପର ତିନି ପୁଅ କହି ସମାନ ଭାଗ ମାଗୁଛନ୍ତି। ସେତେବେଳେ ରୋଜଗାରିଆ ଭାଇର ପୂର୍ବ ଅବଦାନକୁ ସମସ୍ତେ ଭୁଲି ଯାଉଛନ୍ତି। କେବଳ ସେତିକି ନୁହେଁ, ଯଦି କୌଣସି ଭାଇର ପୁଅ ଭେଣ୍ଡିଆ ଓ ବଳବାନ୍‌ ଥିବ ସେ ନିଜ ବଡ଼ବାପା କିମ୍ବା ସାନବାପା ହୋଇଥିଲେ ମଧ୍ୟ ଗଣ୍ଡଗୋଳ ଉପୁଜିଲେ ମାରିବାକୁ ପଛାଉ ନାହିଁ। ଯୌଥ ପରିବାରରେ ଯଦି ଭାଇମାନେ ଭିନ୍ନ ଭିନ୍ନ ସ୍ଥାନରେ ରହି ରୋଜଗାର କରୁଛନ୍ତି ଓ ସାମାଜିକ କାର୍ଯ୍ୟ ବେଳେ କାଁଭାଁ ଏକାଠି ହେଉଥାଆନ୍ତି, ସମ୍ଭବତଃ ସେହି କ୍ଷେତ୍ରରେ ପରସ୍ପର କୁଣିଆ ଭାବେ ବ୍ୟବହାର ପ୍ରଦର୍ଶନ କରି ଉତ୍ସବ ସରିବା ପରେ ଯେଝା ଯେଝା ଜାଗାକୁ ପଳାଇଥାଆନ୍ତି। ଏଭଳି ପରିବାର ଯୌଥ ପର୍ଯ୍ୟାୟଭୁକ୍ତ ହୋଇଥିଲେ ମଧ୍ୟ ନିଜ ସଂସାର ଓ ପିଲାଛୁଆଙ୍କୁ ନେଇ ଅଣୁ ପରିବାର ଭାବେ ଜୀବନ ବିତାଇଥାଆନ୍ତି। ସମ୍ଭବତଃ ଏଭଳି ପରିବାରରେ ହିଂସା ହାର କମ୍‌ ରହିଥାଏ। ପରିବାରର ମୁଖ୍ୟ ନିଜ ସ୍ତ୍ରୀ ଓ ପିଲାଙ୍କୁ ହିସାବକୁ ନେଇ ଚଳିବାକୁ ଚେଷ୍ଟା କରିଥାଆନ୍ତି। ଭାରତରେ ଆଉ ଗୋଟିଏ ବିଷୟକୁ ପାଶ୍ଚାତ୍ୟ ଭଳି ଗୁରୁତ୍ୱ ଦେବାର ଆବଶ୍ୟକତା ପଡ଼ିଲାଣି। ପାଶ୍ଚାତ୍ୟ ରାଷ୍ଟ୍ରରେ ପିଲାମାନେ ୧୮ ବର୍ଷ ହୋଇଗଲେ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ଚେଷ୍ଟା କରିଥାଆନ୍ତି। ପରିବାର ସହ ସମ୍ପର୍କ ରଖନ୍ତି, କିନ୍ତୁ ଆତ୍ମନିର୍ଭରଶୀଳତା ହୋଇଯାଇଥାଏ ସେମାନଙ୍କ ପାଇଁ ମୂଳମନ୍ତ୍ର। ଭାରତରେ ପିଲା ଯେତେ ରୋଜଗାର କରି ସ୍ବୟଂସମ୍ପୂର୍ଣ୍ଣ ହେଲେ ମଧ୍ୟ ମାତାପିତା ତା’ ବ୍ୟକ୍ତିଗତ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖିବାକୁ ପସନ୍ଦ କରିଥାଆନ୍ତି। ଅନ୍ୟପଟେ ଅନେକ ପରିବାର ଏଭଳି ଅଛନ୍ତି, ଯେଉଁଠାରେ ପୁଅ ଅର୍ଦ୍ଧଶତାବ୍ଦୀର ବୁଢ଼ା ହୋଇଥିଲେ ମଧ୍ୟ ମାତାପିତାଙ୍କ ଘର ଛାଡ଼ି ଯିବା ପାଇଁ ନାରାଜ। କାରଣ ଅନେକ ହୋଇପାରେ। ଅଳସୁଆମିଠାରୁ ଆରମ୍ଭ କରି ସମ୍ପତ୍ତି ଲୋଭ ପର୍ଯ୍ୟନ୍ତ। ମାତାପିତା ମଧ୍ୟ ଭାବନ୍ତି ଯେ, ପୁଅ ଘରେ ଥିଲେ ସେମାନଙ୍କ ବୃଦ୍ଧ କାଳରେ ସାହାଯ୍ୟ କରିବ। ଅନେକ ପରିବାରରେ ମନୋମାଳିନ୍ୟ ହେବା ଫଳରେ ମା’ବାପାଙ୍କୁ ମଧ୍ୟ ଦୁଇ ଚୋଟ ପକାଇବା ପାଇଁ ସନ୍ତାନମାନେ ପଛାଉ ନାହାନ୍ତି। ଏହି ବୀଭତ୍ସ ପରିସ୍ଥିତି ଆଜି ଭାରତୀୟ ସମାଜର ବାସ୍ତବତା। ସେଥିପାଇଁ ଭବିଷ୍ୟତରେ ସାମାଜିକ ସମସ୍ୟା ଦୂର କରିବା ସହିତ ଅର୍ଥନୈତିକ ଉନ୍ନତି ସକାଶେ ଯୌଥ ପରିବାରର ଆବଶ୍ୟକତା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?