ଆମକୁ ଦଶମନ୍ତପୁର ବ୍ଲକରେ ମିଶାଅ: ଗ୍ରାମବାସୀ

ଦଶମନ୍ତପୁର,୧୬ା୧ ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକଠାରୁ ୩ କି.ମି. ଦୂରରେ ଥିବା ଗୁମ୍ଭାରିଗୁଡ଼ା ଗ୍ରାମ ସବୁ କ୍ଷେତ୍ରରେ ଅବହେଳିତ ହୋଇରହିଛି। ଏଠାରେ ସରକାରଙ୍କ କୌଣସି ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚତ୍ପାରୁନାହିଁ। ଅନ୍ୟପକ୍ଷରେ ଏହି ଗୁମ୍ଭାରିଗୁଡ଼ା ଗ୍ରାମ ରାୟଗଡ଼ା ଜିଲା କାଶୀପୁର ବ୍ଲକର କୁଚେଇପଦର ପଞ୍ଚାୟତ ଅଧୀନରେ ଥିବାରୁ ଦଶମନ୍ତପୁର ବ୍ଲକ ପ୍ରଶାସନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିପାରୁାହିଁି। ଏପରିସ୍ଥଳେ ଦଶମନ୍ତପୁର ବ୍ଲକରେ ମିଶିବା ଲାଗି ଗ୍ରାମବାସୀଙ୍କ ସ୍ବର କ୍ରମଶଃ ଦୃଢ଼ ହେବାରେ ଲାଗିଛି।
୫୭ଟି ଆଦିବାସୀ ପରିବାର ବସବାସ କରୁଥିବା ଏହି ଗ୍ରାମର ଜନସଂଖ୍ୟା ରହିଛି ୨ଶହ। ରାୟଗଡ଼ା ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନର ଅବହେଳା ଯୋଗୁ ଗ୍ରାମରେ ବିକାଶ ଅପହଞ୍ଚ ହୋଇ ରହିଛି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଗ୍ରାମରେ ରହିଛି ଗୋଟିଏ ନଳକୂପ। ପାନୀୟ ଜଳ ଆବଶ୍ୟକତା ପୂରଣ ଲାଗି ଗ୍ରାମବାସୀ ନିକଟସ୍ଥ ଝରଣା ଉପରେ ନିର୍ଭର କରନ୍ତି। କେବେ ଗ୍ରାମରେ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ିନାହିଁ ବୋଲି କହନ୍ତି ସେମାନେ। ଗ୍ରାମଠାରୁ ଦଶମନ୍ତପୁର ପାଖ ହେଉଥିବାରୁ ସବୁ କାର୍ଯ୍ୟରେ ସେମାନେ ଦଶମନ୍ତପୁର ଉପରେ ନିର୍ଭର କରନ୍ତି। ବ୍ଲକ କାର୍ଯ୍ୟାଳୟରୁ ନିଜ ପଞ୍ଚାୟତକୁ ଯିବାକୁ ହେଲେ ସେମାନଙ୍କୁ ୭୦ କି.ମି. ଯିବାକୁ ପଡ଼େ। ଗ୍ରାମରେ କୌଣସି ଅଘଟଣ ଘଟିଲେ ୩୫ କି.ମି. ଦୂର ଦୋରାଗୁଡ଼ା ଥାନାକୁ ଯିବାକୁ ପଡୁଥିବା କହନ୍ତି କନ୍ଦୁ ନାଚିକା, କେମିଡି ମାଣ୍ଡିଙ୍ଗା, ଆରତ ନାଚିକା, ମାଧବ ପ୍ରାସିକା, ଦୋରା ପ୍ରାସିକା, ଗୋପାଳ ମାଣ୍ଡିଙ୍ଗା, ତିଳସୀ ନାଚିକା, ଜ୍ୟୋତି ପ୍ରାସିକା, ସାଦାଇ ମାଣ୍ଡିଙ୍ଗା, ଭାଙ୍ଗାରି ନାଚିକା, ସିଙ୍ଗାରି ପ୍ରାସିକା, କମଳା ମାଣ୍ଡିଙ୍ଗା ପ୍ରମୁଖ ଗ୍ରାମବାସୀ। ସବୁ କ୍ଷେତ୍ରରେ ଆମେ ଅବହେଳିତ ହେଉଥିବାରୁ ଆମକୁ ଦଶମନ୍ତପୁର ବ୍ଲକରେ ମିଶାଇବାକୁ ସେମାନେ ଦାବି କରିଛନ୍ତି। ନିର୍ବାଚନ ସମୟରେ ଅନେକ ନେତା ତୁମକୁ ଦଶମନ୍ତପୁର ବ୍ଲକରେ ମିଶାଇ ଦେବୁ କହି ଭୋଟ ନେଇ ପରେ ଭୁଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆମକୁ ଦଶମନ୍ତପୁର ବ୍ଲକରେ ନ ମିଶାଇଲେ ଆଗାମୀ ଦିନରେ ଆମେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri