ପିଲାଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ! ଜନସନ ଆଣ୍ଡ ଜନସନ ଟ୍ରାଏଲ ପାଇଁ ମାଗିଲା ଅନୁମତି

ନୂଆଦିଲ୍ଲୀ,୨୦ ।୮: ଦେଶରେ କରୋନା ମହାମାରୀର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଏବେ ପିଲାମାନଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ ବା ଟିକାର ରାସ୍ତା ଖୋଲିଯିବା ଭଳି ମନେ ହେଉଛି । ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ୧୨-୧୭ ବର୍ଷ ବୟସର ପିଲାଙ୍କ ପାଇଁ ଭ୍ୟାକ୍ସିନ ଟ୍ରାଏଲ କରିବାକୁ ଅନୁମତି ମାଗିଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଲକ୍ଷ୍ମଣଭାଇ ମାଣ୍ଡବିୟ କହିଥିଲେ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ ବିକଶିତ କରାଯାଉଛି । କୋଭିଡ-୧୯ ଟିକାକୁ ନେଇ ଚାଲିଥିବା ଗବେଷଣାର ଫଳାଫଳ ଆସନ୍ତା ମାସରେ ଆସିଯାଇପାରେ । ଏହାପରେ ପିଲାମାନଙ୍କ ପାଇଁ ଟିକା ଖୁବଶୀଘ୍ର ଆସିଯିବ । ଏପଟେ ଜାଇଡସ କୋଡିଲା ଓ ଭାରତ ବାୟୋଟେକକୁ ପିଲାଙ୍କ ପାଇଁ ଭ୍ୟାକ୍ସିନ ତିଆରି ପାଇଁ ଅନୁମତି ମିଳିସାରିଛି । ଏହାର ପଳାଫଳ ସେପ୍ଟେମ୍ବର ସୁଦ୍ଧା ଆସିଯିବ ବୋଲି ଅନୁମାନ କରାଯାଉଛି । ଯଦି ଏହା ସଫଳ ହେଲା ଓ ଜନସନକୁ ଅନୁମତି ମିଳିଲା ତେବେ ଦେଶରେ ପିଲାମାନଙ୍କ ପାଇଁ ୩ଟି ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

Share