Posted inଖେଳ

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍ ଦଳ ‘ରଟରଡ୍ୟାମ୍ ଡକର୍ସ’ର ସହ-ମାଲିକ ଭାବେ ଅଂଶଧନ କିଣିଛନ୍ତି। ଆସନ୍ତା ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ନାମେଣ୍ଟରେ ୟୁରୋପର ୬ଟି ପ୍ରମୁଖ ସହରର ଦଳ ପରସ୍ପର ସହ ମୁକାବିଲା କରିବେ।

ରଟରଡ୍ୟାମ୍ ଡକର୍ସର ନେତୃତ୍ୱ ଗ୍ରୁପ୍‌ରେ ଜନ ଅବ୍ରାହମ୍ ଏକମାତ୍ର ବଡ଼ ନାମ ନୁହନ୍ତି, ବରଂ ତାଙ୍କ ସହ କ୍ରିକେଟ୍ ଜଗତର ଅନେକ ଦିଗ୍ଗଜ ମଧ୍ୟ ସାମିଲ ଅଛନ୍ତି। ଏହି ଦଳ ସହିତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସି, କ୍ରିକେଟ୍ କିମ୍ବଦନ୍ତୀ ଜଣ୍ଟି ରୋଡ୍ସ ଏବଂ ବିସ୍ଫୋରକ ବ୍ୟାଟର ହେନ୍ରିକ୍ କ୍ଲାସେନ୍ ମଧ୍ୟ ଜଡ଼ିତ ଅଛନ୍ତି। ଏଥିସହିତ ସ୍ପୋର୍ଟସ ବିଜନେସ୍‌ରେ ସକ୍ରିୟ ଥିବା ମଧୁକର ଶ୍ରୀ ଏହି ଦଳର ମ୍ୟାନେଜିଂ ପାର୍ଟନର ଅଛନ୍ତି।

ଖେଳ ଦୁନିଆ ସହ ଜନ ଅବ୍ରାହମଙ୍କର ସମ୍ପର୍କ ବେଶ୍ ପୁରୁଣା। ସେ ଇଣ୍ଡିଆନ ସୁପର ଲିଗ୍ (ISL)ର ପ୍ରସିଦ୍ଧ ଫୁଟବଲ୍ ଦଳ ‘ନର୍ଥଇଷ୍ଟ ୟୁନାଇଟେଡ୍ FC’ର ମାଲିକ ମଧ୍ୟ ଅଛନ୍ତି। ଫୁଟବଲ୍ ପରେ ଏବେ କ୍ରିକେଟ୍‌ରେ ନିବେଶ କରି ସେ ୟୁରୋପୀୟ ବଜାରରେ ନିଜର ଉପସ୍ଥିତି ଜାହିର କରିଛନ୍ତି।

ଏହି ETPL ଟୁର୍ନାମେଣ୍ଟକୁ କ୍ରିକେଟ୍ ଆୟରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ମିଳିତ ଭାବେ ଆୟୋଜନ କରୁଛନ୍ତି। ୟୁରୋପରେ କ୍ରିକେଟ୍‌କୁ ଏକ ନୂଆ ପରିଚୟ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଲିଗ୍‌ରେ ମୋଟ ୬ଟି ଦଳ ଭାଗ ନେଉଛନ୍ତି, ଯେଉଁଥିରେ ସାମିଲ ଅଛନ୍ତି ଗ୍ଲାସଗୋ, ଆମଷ୍ଟରଡ୍ୟାମ୍,ଏଡିନବର୍ଗ,ଡବ୍ଲିନ, ବେଲଫାଷ୍ଟ, ରଟରଡ୍ୟାମ୍।

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ପକ୍ଷରୁ ଏହି ଲିଗ୍‌କୁ ମାନ୍ୟତା ପ୍ରଦାନ କରାଯାଇଛି, ଯାହାଫଳରେ ଅନେକ ବଡ଼ ବଡ଼ ଆନ୍ତର୍ଜାତୀୟ ଖେଳାଳି ଏଥିରେ ଖେଳିବା ନିଶ୍ଚିତ ହୋଇଯାଇଛି। ଏହି ନୂଆ ଭାଗିଦାରୀକୁ ନେଇ ଜନ ଅବ୍ରାହମ୍ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “କ୍ରିକେଟ୍ ଏବଂ ସିନେମା ଉଭୟ ଲୋକମାନଙ୍କୁ ଯୋଡ଼ିବାର କାମ କରନ୍ତି। ରଟରଡ୍ୟାମ୍ ଡକର୍ସ ଜରିଆରେ ମୁଁ ୟୁରୋପରେ କ୍ରିକେଟ୍‌ର ବିକାଶର ଏକ ଅଂଶ ହେବାକୁ ଚାହୁଁଛି। ଜଣ୍ଟି, ଫାଫ୍ ଏବଂ କ୍ଲାସେନ୍‌ଙ୍କ ଭଳି ଦିଗ୍ଗଜମାନଙ୍କ ସହ କାମ କରିବା ମୋ ପାଇଁ ଗର୍ବର ବିଷୟ।”

ୟୁରୋପରେ ଫୁଟବଲ୍ ତୁଳନାରେ କ୍ରିକେଟ୍‌ର ଲୋକପ୍ରିୟତା କମ୍ ଥିଲେ ମଧ୍ୟ ନେଦରଲ୍ୟାଣ୍ଡ ଏବଂ ସ୍କଟଲ୍ୟାଣ୍ଡ ଭଳି ଦଳ ବିଶ୍ୱକପ୍‌ରେ ବଡ଼ ବଡ଼ ଦଳକୁ ହରାଇ ଚମତ୍କାର କରିସାରିଛନ୍ତି। ଏହି ଲିଗ୍ ଦ୍ୱାରା ସ୍ଥାନୀୟ ଖେଳାଳିମାନଙ୍କୁ ବିଶ୍ୱସ୍ତରୀୟ ତାରକାମାନଙ୍କ ସହ ଖେଳିବାର ସୁଯୋଗ ମିଳିବ। IPL ଏବଂ SA20 ଭଳି ଏହି ଲିଗ୍ ମଧ୍ୟ ଆଗାମୀ ଦିନରେ ଏକ ବଡ଼ ବ୍ରାଣ୍ଡ୍ ହେବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri