ଜନଙ୍କ ପରଫେକ୍ଟ ଫିଗରକୁ ଅଭିଷେକ, ଟାଇଗରଙ୍କ ପ୍ରଶଂସା

ମୁମ୍ବାଇ,୬।୧୨: ବଲିଉଡ୍‌ରେ ହ୍ୟାଣ୍ଡସମ ହଙ୍କ ଭାବେ ପରିଚିତ ଜନ ଆବ୍ରାହାମ ଏବେ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଇନ୍‌ଷ୍ଟାଗ୍ରାମରେ ସେ ଶେୟାର କରିଥିବା ଜିମ୍‌ରେ ଓ୍ବାର୍କଆଉଟ୍‌ ବେଳର ଫଟୋ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଟୋରେ ଦେଖିବାକୁ ମିଳିଛି ଜନଙ୍କ ପରଫେକ୍ଟ ଫିଗର । ଏହାକୁ ପ୍ରଶଂସା କରିଛନ୍ତି ଦୋସ୍ତାନ ଫିଲ୍ମ କୋ-ଷ୍ଟାର ଅଭିଷେକ ବଚ୍ଚନ ଓ ଟାଇଗର ଶ୍ରଫ। ଦୁହେଁ ତାଙ୍କ ଫଟୋର କମେଣ୍ଟ ସେକସନରେ ଫାୟାର ଚିହ୍ନ ଦେଇଛନ୍ତି।

ଏବେ ସତ୍ୟ ମେବ ଜୟତେ ୨ ବ୍ୟତୀତ ଜନଙ୍କ ହାତରେ ଲକ୍ଷ୍ୟ ରାଜ ଆନନ୍ଦଙ୍କ ଫିଲ୍ମ ‘ଆଟାକ’ ରହିଛି। ଏଥିରେ ସେ ଜ୍ୟାକଲିନ ଫର୍ନାଣ୍ଡିଜ ଓ ରାକୁଲ ପ୍ରୀତଙ୍କ ସହ ସ୍କ୍ରିନ ଶେୟାର କରିବେ। ଏହା ଛଡ଼ା ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ ଓ ଦୀପିକା ପାଦୁକୋଣଙ୍କ ଆଗାମୀ ଫିଲ୍ମ ପଠାନରେ ମଧ୍ୟ ଜନଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Share