ଅମିତାଭ ବଚ୍ଚନ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦିଲେ ଜନ୍‌ ଆବ୍ରାହମ

ବଲିଉଡ ଅଭିନେତା ଜନ ଆବ୍ରାହମ ତାଙ୍କ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମରେ ଜନଙ୍କ ସହ ଅଭିନେତ୍ରୀ ଦିବ୍ୟା ଖୋସଲା ନଜର ଆସିଛନ୍ତି। ଉଭୟ ଫିଲ୍ମ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଦୁହେଁ ରିୟଲିଟି ଶୋ ‘କୌନ ବନେଗା କରୋଡପତି’ରେ ପହଞ୍ଚିଥିଲେ। ଏହି ସମୟରେ ଜନ୍ମ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡିଥିଲେ। ସୋନି ଟିଭି ପକ୍ଷରୁ ଏହି ଏପିସୋଡର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ଜନ୍‌ଙ୍କୁ ଭୋ’ ଭୋ’ ହୋଇ କାନ୍ଦୁଥିବାର ଦେଖାଯାଇଛି। ଜନ୍‌ଙ୍କୁ ଦେଖି ସେଠାରେ ସମସ୍ତେ ଭାବପ୍ରବଣ ହୁଅନ୍ତି। ଏହି ପ୍ରୋମୋରେ, ଜନ ଭାବପ୍ରବଣ ହେବାର କାରଣ ଦିଆଯାଇ ନାହିଁ। ଏପରି ପରିସ୍ଥିତିରେ, ଶୋ ଟେଲିକଷ୍ଟ ହେବା ପରେ ଏହାର କାରଣ ଜଣାପଡିବ।

Share